ETV Bharat / business

3 ୟୁରୋପୀୟ ଦେଶକୁ ବିମାନ ସେବା ଆରମ୍ଭ କରିବ ଭିସ୍ତାରା

author img

By

Published : Aug 17, 2020, 12:45 PM IST

ଦ୍ବିପାକ୍ଷିକ ଏୟାର ବବଲ ବ୍ୟବସ୍ଥା ଅଧିନରେ ଭାରତରୁ ଇଂଲଣ୍ଡ, ଜର୍ମାନୀ ଓ ଫ୍ରାନ୍ସକୁ ବିମାନ ଚଳାଚଳ ଆରମ୍ଭ କରିବ ଭିସ୍ତାରା । ଅଧିକ ପଢନ୍ତୁ..

Vistara likely to start flights from India to UK, Germany, France

ନୂଆଦିଲ୍ଲୀ: ଘରୋଇ ବିମାନ ସେବା କମ୍ପାନୀ ଭିସ୍ତାରା ଖୁବଶୀଘ୍ର ଭାରତରୁ 3 ୟୁରୋପୀୟ ଦେଶ (ଇଂଲଣ୍ଡ, ଜର୍ମାନୀ ଓ ଫ୍ରାନ୍ସ)କୁ ବିମାନ ଚଳାଚଳ କରିବ । ଦ୍ବିପାକ୍ଷିକ ଏୟାର ବବଲ ବ୍ୟବସ୍ଥା ଅଧିନରେ ବିମାନ ଚଳାଇବାକୁ କମ୍ପାନୀ ଏସବୁ ରାଷ୍ଟ୍ର ସହ ଚୁକ୍ତି କରିଛି । ଏନେଇ ଏୟାରଲାଇନ ପକ୍ଷରୁ ସୂଚନା ଦିଆଯାଇଛି ।

ଚଳିତ ବର୍ଷ ଆରମ୍ଭରେ ଭାରତ ଓ ଇଂଲଣ୍ଡ ଏକ ଦ୍ବିପାକ୍ଷିକ ବିମାନ ଚଳାଚଳ ଚୁକ୍ତି ସ୍ବାକ୍ଷର କରିଥିଲେ । ଏହା ଅଧିନରେ ଉଭୟ ରାଷ୍ଟ୍ରର ବିମାନ ଚଳାଚଳ କମ୍ପାନୀ ଆନ୍ତର୍ଜାତିକ ବିମାନ ଉଡାଣ କରିପାରିବେ । ଏପରି ଭାବେ ଜୁଲାଇ ମାସରେ ଭାରତ ଜର୍ମାନୀ ଓ ଫ୍ରାନ୍ସ ସହ ମଧ୍ୟ ସମାନ ପ୍ରକାର ଚୁକ୍ତି କରିଛି ।

ଲଣ୍ଡର ହିଥରୋ ବିମାନବନ୍ଦରରେ ଲ୍ୟାଣ୍ଡ ହେବ ଭିସ୍ତାରା । ଏଥିପାଇଁ କମ୍ପାନୀକୁ ସ୍ଲଟ ମିଳିସାରିଛି । ଆଗାମୀ କିଛି ଦିନ ମଧ୍ୟରେ ଦିଲ୍ଲୀରୁ ଲଣ୍ଡନ ମଧ୍ୟରେ ବିମାନ ଚଳାଚଳ ନେଇ ଘୋଷଣା ହେବ ।

ସୁତ୍ରରୁ ଜଣାପଡିଛି କି ଦିଲ୍ଲୀ-ଲଣ୍ଡନ ଉଡାଣ ପରିଚାଳନା ସପ୍ତାହରେ 3 ଦିନ ହେବ । ବଡ ଆକାର ବିମାନରେ ବଡ ଇନ୍ଧନ ଟ୍ୟାଙ୍କ ରହିଥାଏ । ଯାହାକି ଲମ୍ବା ସମୟର ଯାତ୍ରାକୁ ପରିଚାଳନା କରିପାରିବ ।

ବିମାନ ଉଦ୍ୟୋଗର ଆଉ ଏକ ସୂତ୍ର କହିଛି କି, ଭିସ୍ତାରା ଭାରତରୁ ଜର୍ମାନୀ , ଭାରତରୁ ଫ୍ରାନ୍ସ ପାଇଁ ମଧ୍ୟ ଉଡାଣ ସେବା ଆରମ୍ଭ କରିବ । ଆଉ ଏହି ବିମାନର ଗନ୍ତବ୍ୟସ୍ଥଳ ଫ୍ରାଙ୍କଫୁଟ ଓ ପ୍ୟାରିସରୁ ଚାଲିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.