ETV Bharat / business

Deep Ocean Mission କୁ କ୍ୟାବିନେଟର ମଞ୍ଜୁରୀ, ନୀଳ ଅର୍ଥନୀତି ହେବ ସୁଦୃଢ

author img

By

Published : Jun 16, 2021, 6:50 PM IST

‘ଗଭୀର ସମୁଦ୍ର ମିଶନ’ କୁ ମଞ୍ଜୁରୀ ଦେଇଛି କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ । ଫଳରେ ନୀଳ ଅର୍ଥନୀତିକୁ ମିଳିବ ବୁଷ୍ଟର । ଏଥିସହ ବ୍ୟବସାୟ ପାଇଁ ମିଳିବ ବହୁତ ସୁଯୋଗ । ଅଧିକ ପଢନ୍ତୁ..

Deep Ocean Mission କୁ କ୍ୟାବିନେଟର ମଞ୍ଜୁରୀ,  ନୀଳ ଅର୍ଥନୀତି ହେବ ମଜବୁତ

ନୂଆଦିଲ୍ଲୀ: ବୁଧବାର ‘ଗଭୀର ସମୁଦ୍ର ମିଶନ’ କୁ ମଞ୍ଜୁରୀ ଦେଇଛି କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ । ଯାହା ଫଳରେ ସାମୁଦ୍ରିକ ସମ୍ବଳର ଅନୁସନ୍ଧାନ ଏବଂ ସାମୁଦ୍ରିକ ପ୍ରଯୁକ୍ତିର ବିକାଶରେ ସାହାଯ୍ୟ ମିଳିବ । ଏ ନେଇ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଡକର ସୂଚନା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ)ର ବୈଠକରେ ଏ ନେଇ ରହିଥିବା ପ୍ରସ୍ତାବକୁ ଗ୍ରୀନ ସିଗନାଲ ଦିଆଯାଇଛି । ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ ଜାଭେଡଜକର କହିଛନ୍ତି କି, ଗଭୀର ସମୁଦ୍ର ତଳେ ଏକ ଅଲଗା ଦୁନିଆ ରହିଛି । ପୃଥିବୀର 70 ପ୍ରତିଶତ ଭାଗ ସମୁଦ୍ର । ଏହା ବିଷୟରେ ଏବେ ଅଧିକ ଅଧ୍ୟୟନ ହୋଇନାହିଁ । ସେ କହିଛନ୍ତି କି, ‘‘ ଗଭୀର ସମୁଦ୍ର ସମ୍ବନ୍ଧୀୟ ମିଶନ ’’ କୁ ମଞ୍ଜୁରୀ ଦେଇଛନ୍ତି । ଏହା ଦ୍ବାରା ବ୍ଲୁ ଇକୋନୋମି ବା ନୀଳ ଅର୍ଥନୀତି ସୁଦୃଢ ହେବ । ଏଥିସହ ସାମୁଦ୍ରିକ ସମ୍ବନ୍ଧର ସନ୍ଧାନ ଓ ସାମୁଦ୍ରିକ ପ୍ରଯୁକ୍ତିବିଦ୍ୟାର ବିକାଶରେ ସହଯୋଗ ମିଳିବ ।

ସମୁଦ୍ରରେ 6000 ମିଟର ତଳେ ଅନେକ ପ୍ରକାରର ଖଣିଜ ରହିଛି । ଏହି ଖଣିଜ ବିଷୟରେ ଅଧ୍ୟୟନ ହୋଇନାହିଁ । ଏହି ମିଶନ ଅଧିନରେ ଖଣିଜ ବିଷୟରେ ଅଧ୍ୟୟନ ଏବଂ ସର୍ଭେକ୍ଷଣ କାମ କରାଯିବ । ଏହା ବ୍ୟତିତ ଜଳବାୟୁ ପରିବର୍ତ୍ତନ ଏବଂ ସମୁଦ୍ରର ଜଳସ୍ତର ବଢିବା ସହ ଗଭୀର ସମୁଦ୍ରରେ ହେଉଥିବା ପରିବର୍ତ୍ତନ ବିଷୟରେ ବି ଅଧ୍ୟୟନ କରାଯିବ । ଗଭୀର ସମୁଦ୍ର ସମ୍ବନ୍ଧୀୟ ମିଶନ ଅଧିନରେ ଜୈବ ବିବିଧତା ବିଷୟରେ ବି ଅଧ୍ୟୟନ କରାଯିବ ।

ଜାଭେଡକର କହିଛନ୍ତି କି, ଏହି ବିଷୟରେ ଏବେ ଦୁନିଆର 5 ଦେଶ ଆମେରିକା, ଋଷ , ଫ୍ରାନ୍ସ , ଜାପାନ, ଚୀନ ପାଖରେ ପ୍ରଯୁକ୍ତିବିଦ୍ୟା ରହିଛି । ଏଭଳି ପ୍ରଯୁକ୍ତିବିଦ୍ୟା ମୁକ୍ତ ଭାବେ ଉପଲବ୍ଧ ନାହିଁ । ଏଭଳି ସ୍ଥିତିରେ ଏହି ମିଶନ ଦ୍ବାରା ଦେଶର ପ୍ରଯୁକ୍ତିବିଦ୍ୟାର ବିକାଶ ମାର୍ଗ ବି ଚଉଡା ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.