ETV Bharat / business

ଭାରତରେ ଅଷ୍ଟ୍ରେଲୀୟ ନିବେଶକଙ୍କ ପାଇଁ ରହିଛି ଅସୀମ ସମ୍ଭାବନା: ଗୋୟଲ - investments in India

ଭାରତରେ ଅଷ୍ଟ୍ରେଲୀୟ କମ୍ପାନୀ ଦ୍ବାରା ନିବେଶର ପର୍ଯ୍ୟାପ୍ତ ସମ୍ଭାବନା ରହିଛି । ଅଧିକ ପଢନ୍ତୁ..

ଭାରତରେ ଅଷ୍ଟ୍ରେଲୀୟ ନିବେଶକଙ୍କ ଅସୀମ ସମ୍ଭାବନା :  ଗୋୟଲ

author img

By

Published : Dec 18, 2020, 6:59 PM IST

ନୂଆଦିଲ୍ଲୀ: ଭାରତରେ ଅଷ୍ଟ୍ରେଲୀୟ କମ୍ପାନୀ ଦ୍ବାରା ନିବେଶର ପର୍ଯ୍ୟାପ୍ତ ସମ୍ଭାବନା ରହିଛି । ଏନେଇ ଶୁକ୍ରବାର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପୀୟୁଷ ଗୋୟଲ ସୂଚନା ଦେଇଛନ୍ତି ।

ଭାରତରେ ଖନନ ଓ ରକ୍ଷା ଉତ୍ପାଦ ଭଳି କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ନିବେଶ (ଏଫଡିଆଇ) ନିୟମ ଉଦାରୀକରଣ କରାଯାଇଛି ବୋଲି ଗୋୟଲ ଜଣାଇଛନ୍ତି । ଏଥିସହ ସେ ଉଭୟ ଦେଶ ମଧ୍ୟରେ ପ୍ରସ୍ତାବିତ ମୁକ୍ତ ବ୍ୟାପର ଚୁକ୍ତି ବାର୍ତ୍ତାକୁ ମଧ୍ୟ ପ୍ରଗତିର ଆଶା ଦେଖାଇଛନ୍ତି । ଏହାକୁ ସରକାରୀ ଭାବେ ବୃହତ୍ତ ଆର୍ଥିକ ଭାଗୀଦାରୀ ଚୁକ୍ତି (CEPA) କୁହାଯାଇଥାଏ ।

ଗୋୟଲ ଭାରତୀୟ ଉଦ୍ୟୋଗ ସଂଘ (ସିଆଇଆଇ) ଭାଗୀଦାରୀ ସମ୍ମିଳନୀକୁ ସମ୍ଭୋଧିତ କରି ଜଣାଇଚନ୍ତି କି, ‘ମୋର ଆଶା ରହିଛି କି ଭାରତରେ ଅଷ୍ଟ୍ରେଲିଆ ନିବେଶର ଅସୀମ ସମ୍ଭାବନା ଅଛି । କାରଣ ଭାରତ ଏଫଡିଆଇ ନିୟମର ଉଦାର କରିଛି । ଆଉ ଖନନ , ରକ୍ଷା ଉତ୍ପାଦନ ଭଳି କ୍ଷେତ୍ରକୁ ଖୋଲା ଯାଇଛି । ଏହା ଏଭଳି ସବୁ ସେକ୍ଟର ଯାହା ପ୍ରାକୃତିକ ଭାବେ ଅଷ୍ଟ୍ରେଲିଆଙ୍କୁ ରୁଚି ତାଲିକାରେ ସାମିଲ ।

ଅଷ୍ଟ୍ରେଲିଆ ଅନେକ ଭାରତୀୟ କମ୍ପାନୀ ବିଶେଷ କରି ବ୍ୟାଙ୍କିଙ୍ଗ, ଆଇଟି ଓ ପେଟ୍ରୋଲିୟମ କମ୍ପାନୀଙ୍କ ପାଇଁ ଆକର୍ଷଣୀୟ ନିବେଶ ଗନ୍ତବ୍ୟ ଅଟେ । ଗୋୟଲ ଜଣାଇଛନ୍ତି କି ଅଷ୍ଟ୍ରେଲିଆକୁ ଭାରତର ରପ୍ତାନୀ ବହୁତ କମ ରହିଛ । ଆଉ ବ୍ୟାପର ସନ୍ତୁଳନ ପାଇଁ ଏହାକୁ ବଢାଇବା ଜରୁରୀ । ଆର୍ଥିକ ବର୍ଷ 2019-20ରେ ଅଷ୍ଟ୍ରେଲିଆକୁ ଭାରତର ରପ୍ତାନୀ 2.9 ଅରବ ଡଲାର ରହିଥିଲା । ସେହିପରି ଅଷ୍ଟ୍ରେଲିଆରୁ ଆମଦାନୀ 9.8 ଅରବ ଡଲାର ଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.