ETV Bharat / business

‘ଚଳିତ ସରକାରଙ୍କ କାଳରେ କେବଳ ବଢିଛି ବେକାରୀ, ଦାରିଦ୍ର୍ୟ ଓ ମୁଦ୍ରାସ୍ପୀତି’

author img

By

Published : Mar 20, 2021, 10:53 PM IST

ଦେଶରେ ମୁଣ୍ଡ ଟେକୁଥିବା ପ୍ରମୁଖ ସମସ୍ୟାକୁ ନେଇ ସରକାରଙ୍କୁ ପୁଣି ଟାର୍ଗେଟ କଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସରକାରଙ୍କୁ କଟାକ୍ଷ କରି ଟ୍ବିଟ କରି ବର୍ଷିଛନ୍ତି ରାହୁଲ ଗାନ୍ଧୀ ।

‘ଚଳିତ ସରକାରଙ୍କ କାଳରେ କେବଳ ବଢିଛି ବେକାରୀ, ଦାରିଦ୍ର୍ୟ ଓ ମୁଦ୍ରାସ୍ପୀତି’
‘ଚଳିତ ସରକାରଙ୍କ କାଳରେ କେବଳ ବଢିଛି ବେକାରୀ, ଦାରିଦ୍ର୍ୟ ଓ ମୁଦ୍ରାସ୍ପୀତି’

ନୂଆଦିଲ୍ଲୀ: ଏ ସରକାରଙ୍କ କାର୍ଯ୍ୟକାଳରେ କଣ ବଢିଛି ? ବେକାରୀ, ମୁଦ୍ରାସ୍ପୀତି ଓ ଦାରିଦ୍ର୍ୟ ହାର ଆଉ ମିତ୍ରମାନଙ୍କ ଆୟ । ସରକାରଙ୍କୁ ସିଧାସଳଖ କଟାକ୍ଷ କରି ଟ୍ବିଟ କରି ଏଭଳି ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ।

ସେ ନିଜ ଟ୍ବିଟରେ ଏକ ମିଡିଆ ରିପୋର୍ଟକୁ ସେୟାର କରି କରିଛନ୍ତି । ଏଥିରେ ଦର୍ଶାଯାଇଛି କି , କୋଭିଡ ପୂର୍ବରୁ 9.9 କୋଟି ଲୋକ ମଧ୍ୟମ ଆୟ ବର୍ଗର ଅନ୍ତର୍ଗତ ଥିଲା । ଯେଉଁମାନଙ୍କ ସଂଖ୍ୟା ଏବେ ହ୍ରାସ ହୋଇ 6.6 କୋଟି ରହିଛି ।

ଏଥିସହ ତଥ୍ୟରେ ଏହା ମଧ୍ୟ କୁହାଯାଇଛି କି 2011ରୁ 2019 ମଧ୍ୟରେ 5.7 କୋଟି ଲୋକ ନିମ୍ନ ଆୟବର୍ଗରୁ ବାହାରି ମଧ୍ୟମ ଆୟ ବର୍ଗରେ ସାମିଲ ହୋଇଛନ୍ତି । ଦୈନିକ ଦେଢଶହ ଟଙ୍କା ବା ତାକୁ କମ ଆୟ କରୁଥିବା ଲୋକଙ୍କ ସଂଖ୍ୟା 7.5 କୋଟିରେ ପହଞ୍ଚିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.