ETV Bharat / business

ଟେନସନରେ ଜେଟ ଏୟାରୱେଜ, ବାରମ୍ବାର ଇନ୍ଧନ ଯୋଗାଣ ବନ୍ଦ କରୁଛି ଇଣ୍ଡିଆନ ଅଏଲ

ଗତ 8 ଦିନ ମଧ୍ୟରେ ତୃତୀୟ ଥର ଲାଗି ଜେଟ ଏୟାରୱେଜକୁ ଇନ୍ଧନ ଯୋଗାଣ ଉପରେ ରୋକ ଲଗାଇଛି ଇଣ୍ଡିଆନ ଅଏଲ ।

author img

By

Published : Apr 11, 2019, 6:00 AM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଘରୋଇ ବିମାନ କମ୍ପାନୀ ଜେଟ ‌ଏୟାରୱେଜ ମୁଣ୍ଡରେ ବଡ ଚଡକ । ଗତ 8 ଦିନ ମଧ୍ୟରେ ତୃତୀୟ ଥର ଇନ୍ଧନ ଯୋଗାଣ ଉପରେ ରୋକ ଲଗାଇଛି ଇଣ୍ଡିଆନ ଅଏଲ । ଏପେଟ କମ୍ପାନୀର 7ଟି ବିମାନ ପଞ୍ଜିକରଣ ରଦ୍ଦ କରିଦେଇଛି ନଗର ବିମାନ ମହାନିର୍ଦ୍ଦାଶଳୟ(ଡିଜିସିଏ) ।

ବାକି ଥିବା ଟଙ୍କା ନ ଦେବା ପର୍ଯ୍ୟନ୍ତ ଇନ୍ଧନ ଯୋଗାଣ ହେବ ନାହିଁ ବୋଲି ରୋକଠୋକ ଶୁଣାଇଦେଇଥିଲା ଇଣ୍ଡିଆନ ଅଏଲ । ତୈଳ କମ୍ପାନୀର ଏହି ନିଷ୍ପତ୍ତିରେ ବିମାନ ପରିଚାଳନା ବେଶ ପ୍ରଭାବିତ ହେଉଛି । ଯେଉଁଥିପାଇଁ କମ୍ପାନୀର ଉପରେ ଆର୍ଥିକ ଭାର ବଢିଚାଲିଛି ।

ବର୍ତ୍ତମାନ ସମୟରେ ଜେଟ ଏୟାରୱେଜର 119 ବିମାନ ମଧ୍ୟରୁ ଏବେ ମାତ୍ର 20 ଟି ବିମାନ ଚାଲୁଥିବା ବେଳେ ପୁଣି ଏହି ସମସ୍ୟା ବିମାନ କମ୍ପାନୀ ଚିନ୍ତାରେ ପକାଇଛି ।

ପ୍ରକାଶ ଥାଉ କି, ଏପ୍ରିଲ 4ରେ ଇଣ୍ଡିଆନ ଅଏଲ ଜେଟ ଏୟାରୱେଜକୁ ଇନ୍ଧନ ଯୋଗାଣକୁ ଘଣ୍ଟାଏରୁ ଅଧିକ ରୋକିଥିଲା । ପରେ ବିମାନ କମ୍ପାନୀ ପକ୍ଷରୁ ବକେୟା ଟଙ୍କା ମିଳିବା ନେଇ ଆଶ୍ୱସନା ମିଳିବା ପରେ ଇନ୍ଧନ ଯୋଗାଣ ହୋଇଥିଲା । ଏହା ପରେ ପୁଣି ଏପ୍ରିଲ 5ରେ ସମଗ୍ର ଦେଶର ଜେଟ ଏୟାରୱେଜକୁ ଇନ୍ଧନ ଯୋଗାଣ କରିବାକୁ କମ୍ପାନୀ ସମ୍ପୁର୍ଣ୍ଣ ମନା କରିଦେଇଥିଲା । ଆଉ ଏବେ ମଧ୍ୟ ପୁଣି ଇଣ୍ଡିଆନ ଅଏଲ ତେଲ ଦେବ ନାହିଁ କମ୍ପାନୀକୁ ତାଗିଦ କରିଛି ।

Intro:Body:

FBVB

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.