ETV Bharat / business

‘କୋଭିଡ-19 ରିଲିଫ ପ୍ୟାକେଜରୁ ବି ବାଦ ପଡିଲେ ଟେନାଣ୍ଟ କୃଷକ’ - ଟେନାଣ୍ଟ କୃଷକ

କୋଭିଡ-19 ପ୍ରକୋପ ଓ ପରିଣାମ ଲକଡାଉନ ଯୋଗୁଁ ଟେନାଣ୍ଟ କୃଷକ ସବୁଠୁ ଅଧିକ ଅସୁରକ୍ଷିତ । ହେଲେ ଏମାନଙ୍କୁ ମିଳିନି ସେଭଳି କୌଣସି ସହାୟତା ପ୍ୟାକେଜ । ଅଧିକ ପଢନ୍ତୁ.

'Tenant Farmers are left out yet again'
‘କୋଭିଡ-19 ରିଲିଫ ପ୍ୟାକେଜରୁ ବି ବାଦ ପଡିଲେ ଟେନାଣ୍ଟ କୃଷକ’
author img

By

Published : May 15, 2020, 9:35 PM IST

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିବା ଆତ୍ମନିର୍ଭରଶୀଳ ଭାରତ ଅଭିଯାନ ଅଧିନରେ ଅର୍ଥମନ୍ତ୍ରୀ ଦ୍ବିତୀୟ ପ୍ୟାକେଜ ଘୋଷଣା କରିଛନ୍ତି । ଏଥିରେ ପ୍ରବାସୀ ଶ୍ରମିକ, କ୍ଷୁଦ୍ର ଚାଷୀ, ଉଠା ଦୋକାନୀ , କ୍ଷୁଦ୍ର ବ୍ୟବସାୟୀ ଓ ଗରିବଙ୍କୁ ମିଳିଛି ରିଲିଫ । ହେଲେ ଏଥିରେ ଟେନାଣ୍ଟ ଚାଷୀଙ୍କୁ କିଛି ମିଳିନାହିଁ ।

ଆଇଆଇଏମ-ଅହମ୍ମଦାବାଦର ସେଣ୍ଟର ଫର ମ୍ୟାନେଜମେଣ୍ଟ ଇନ ଏଗ୍ରିକଲ୍ଚରର ପ୍ରଫେସର ସୁଖପାଲ ସିଂ ଅନୁସାରେ କୋଭିଡ-19 ପ୍ରକୋପ ଓ ପରିଣାମ ଲକଡାଉନ ଯୋଗୁଁ ଟେନାଣ୍ଟ କୃଷକ ସବୁଠୁ ଅଧିକ ଅସୁରକ୍ଷିତ ଅଛନ୍ତି ।

ସଙ୍କଟକୁ ଆହୁରି ବଢାଇବା ସହ ଅମଳ ପରବର୍ତ୍ତୀ ମାର୍କେଟିଂରେ ବିପଦ ରହିଛି । ଯାହାକି ଅନାବଶ୍ୟକ । ତେବେ ଏ ନେଇ ପ୍ରଫେସର ସିଂ ଆହୁରି ମଧ୍ୟ ବ୍ୟାଖ୍ୟା କରିଛନ୍ତି ଯେ, ଏହି ପ୍ରୋତ୍ସାହନ ପ୍ୟାକେଜ କିପରି ପର୍ଯ୍ୟାପ୍ତ ନୁହେଁ ଏବଂ କୃଷକମାନଙ୍କ ପାଇଁ ଆହୁରି ଅନେକ କିଛି କରିବା ଆବଶ୍ୟକ ରହିଛି ।

ଟାର୍ଗେଟ କରିବା ଏକ ଚିନ୍ତାର ବିଷୟ

ଗ୍ରାମୀଣ ସମବାୟ ବ୍ୟାଙ୍କ ଏବଂ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କଗୁଡିକର ଫସଲ ଋଣ ଆବଶ୍ୟକତା ପାଇଁ ନାବାର୍ଡ 30,000 କୋଟି ଟଙ୍କାର ଅତିରିକ୍ତ ଋଣ ସହାୟତା ଯୋଗାଇବ । ଏ ବର୍ଷ ପାଇଁ ଅତିରିକ୍ତ 90, 000 କୋଟି ଟଙ୍କାର ଅତିରିକ୍ତ ଋଣ ବାବଦରେ ଏହା ଦିଆଯିବ । ଏହା ମାଧ୍ୟମରେ ପ୍ରାୟ 3 କୋଟି କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ଉପକୃତ ହେବେ । ମେ ଏବଂ ଜୁନରେ ସୋମାନଙ୍କ ଅମଳ ପରବର୍ତ୍ତୀ ଆବଶ୍ୟକତାକୁ ପୂରଣ ପାଇଁ ଏହା ସାହାଯ୍ୟ କରିବ । ହେଲେ ମୋଟ 11 କୋଟି ଚାଷୀଙ୍କ ମଧ୍ୟରୁ ମାତ୍ର 3 କୋଟିକୁ କଭର ଦେବାକୁ ନେଇ ସୁଖପାଲ ସିଂ ପ୍ରଶ୍ନ ଉଠାଇଛନ୍ତି ।

ସେ କହିଛନ୍ତି ଯେ, ଯଦିଓ ଏହା ଭଲ କଥା କି ଏହି ସଙ୍କଟ ଅବଧି ମଧ୍ୟରେ କାର୍ଯ୍ୟର ପୁଞ୍ଜି ଆବଶ୍ୟକତା ପାଇଁ ଅତିରିକ୍ତ ପାଣ୍ଠି ଉପଲବ୍ଧ କରାଯାଇଛି । ହେଲେ ଏହି 3 କୋଟି କ୍ଷୁଦ୍ର ଏବଂ ନାମମାତ୍ର କୃଷକଙ୍କୁ କିପରି ଟାର୍ଗେଟ କରାଯାଇଛି ତାହା ନିର୍ଦ୍ଦିଷ୍ଟ କରାଯାଇନାହିଁ ।

କେସିସିର ପ୍ରଭାବଶୀଳତା

ତଥ୍ୟ ଦେଖି ପ୍ରଫେସର ସିଂ ଉଲ୍ଲେଖ କରିଛନ୍ତି ଯେ ମୋଟ କିଷାନ କ୍ରେଡିଟ କାର୍ଡ (କେସିସି) ର ମାତ୍ର 10-11 ପ୍ରତିଶତ ବୈଧ ଅଟେ । ଏଭଳି ପରିସ୍ଥିତିରେ କେବଳ କେସିସି ଆଧାରରେ ବୃଦ୍ଧି ହେବାକୁ ଥିବା ଆର୍ଥିକ ଲାଭ ଅଳ୍ପ ସଂଖ୍ୟକ ଚାଷୀଙ୍କ ନିକଟରେ ପହଞ୍ଚିବ ।

ଅମଳ ପରେ ମାର୍କେଟିଂ ସମସ୍ୟା

ଚାଷ କାମରେ ଗୁରୁତ୍ବପୂର୍ଣ୍ଣ ପାର୍ଟ ହେଉଛି ମାର୍କେଟିଂ । ଖାଦ୍ୟଶସ୍ୟର ବିକ୍ରି । ଯାହା ନେଇ କୌଣସି ଘୋଷଣା ହୋଇନାହିଁ । ଯେତେବେଳେ କି ମାର୍କେଟିଂ ଚାଷୀ ପାଇଁ ଏକ ବଡ ଚ୍ୟାଲେଞ୍ଜ ।

ସେ କହିଛନ୍ତି ଯେ, ଉପଯୁକ୍ତ ଭିତ୍ତିଭୂମି ଅଭାବରୁ ସଂରକ୍ଷଣ ଏବଂ କ୍ରୟ ପ୍ରକ୍ରିୟା ଯୋଗାଣ ଏବଂ ଚାହିଦା ଶୃଙ୍ଖଳା ମଧ୍ୟରେ ବ୍ୟବଧାନ ରହିବ । ଫଳସ୍ୱରୂପ କୃଷକମାନେ ଅଧିକ ଉତ୍ପାଦନ କରିପାରନ୍ତି କିନ୍ତୁ କ୍ରୟ ହ୍ରାସ ହେତୁ ଏହାର ପରିଣାମ ଖରାପ ହୋଇଯିବ । "

ରାସନ କାର୍ଡ ପୋର୍ଟାବିଲିଟି ଉପରେ

ସୁଖପାଲ କହିଛନ୍ତି ଯେ, ‘ଏକ ରାଷ୍ଟ୍ର ଏକ ରାସନ କାର୍ଡ’ ଯୋଜନା ଅଧିନରେ ରାସନ କାର୍ଡ ପୋର୍ଟାବିଲିଟି ଏକ ସ୍ବାଗତଯୋଗ୍ୟ ପଦକ୍ଷେପ । ତେବେ ସରକାରଙ୍କୁ 2 ମାସରୁ ଅଧିକ ପାଇଁ ମାଗଣା ରାସନ ବଣ୍ଟନ କରିବା ନେଇ ଘୋଷଣା କରିବା ଦରକାର ଥିଲା ବୋଲି ସିଂ ମତ ରଖିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.