ETV Bharat / business

କୋଭିଡ ମୁକାବିଲା: ବଢିପାରେ ପେଟ୍ରୋଲ-ଡିଜେଲରେ ଉତ୍ପାଦ ଶୁକ୍ଳ - Covid relief fund

କୋଭିଡ ରିଲିଫ ପାଇଁ ଦରକାର ଅଧିକ ପୁଞ୍ଜି । ଏଥିପାଇଁ କେନ୍ଦ୍ର ପୁଣି ପେଟ୍ରୋଲ ଓ ଡିଜେଲରେ ଉତ୍ପାଦ ଶୁଳ୍କ ବଢାଇପାରେ । ଅଧିକ ପଢନ୍ତୁ..

Taxes on petrol diesel may go up to fund Covid relief measures

author img

By

Published : Oct 26, 2020, 9:15 PM IST

ନୂଆଦିଲ୍ଲୀ: କୋଭିଡ-19 ମହାମାରୀ ଯୋଗୁଁ ଉପୁଜିଛି ଆର୍ଥିକ ସଙ୍କଟ । ଆଉ ଏହା ପ୍ରଭାବରେ ରାଜସ୍ବ ହ୍ରାସ ହୋଇଥିବାରୁ ଫଳରେ ରାଜକୋଷ କ୍ଷତିଗ୍ରସ୍ତ ହୋଇଛି । ଏଣୁ ଏହାର ଭରଣା ପାଇଁ କେନ୍ଦ୍ର ପୁଣି ପେଟ୍ରୋଲ ଓ ଡିଜେଲରେ ଉତ୍ପାଦ ଶୁଳ୍କ ବଢାଇପାରେ ।

ସଙ୍କେତ ଦିଆଯାଇଛି କି, ଯଦି ସରକାରଙ୍କୁ କୋଭିଡ-19 ସମ୍ବନ୍ଧିତ ବ୍ୟବଧାନ ସହ ଲଢିବା ପାଇଁ ଅତିରିକ୍ତ ଆର୍ଥିକ ସୁଧାର ପ୍ୟାକେଜ ଆବଶ୍ୟକ ହୁଏ । ତେବେ ଏଥିପାଇଁ ଟଙ୍କା ଏକଜୁଟ ପାଇଁ ଆବଶ୍ୟକ ହେଲେ ପେଟ୍ରୋଲ ଓ ଡିଜେଲ ଦାମରେ ଉତ୍ପାଦ ଶୁଳ୍କ ଲିଟର ପ୍ରତି 3 ରପ 6 ଟଙ୍କା ବଢାଯାଇପାରେ ।

ତେବେ ପେଟ୍ରୋଲ ଓ ଡିଜେଲରେ ଆହୁରି ଉତ୍ପାଦ ଶୁଳ୍କ କଷିବା ଦ୍ବାରା ପୂରା ବର୍ଷ ପାଇଁ ସରକାରଙ୍କୁ 60,000 ଟଙ୍କାର ଅତିରିକ୍ତ ଆୟ ମିଳିପାରିବ । ବାକି ଅବଧିରେ ପାଖାପାଖୀ 30,000 କୋଟି ଟଙ୍କା ଏକଜୁଟ କରାଯାଇପାରେ । ସୂତ୍ର କହିଛି କି, ଉଭୟ ଉତ୍ପାଦ ଉପରେ ଡ୍ୟୁଟି ଷ୍ଟ୍ରକ୍ଚର ଦେଖିବା ପାଇଁ ଏକ ଆଭ୍ୟନ୍ତରୀଣ ସମୀକ୍ଷା ଚାଲିଛି ଏବଂ ଏହା ଶୀଘ୍ର ଘୋଷଣା କରାଯାଇପାରେ |

ସରକାର ଚାହାନ୍ତି କି ଯେ, ପେଟ୍ରୋଲ ଓ ଡିଜେଲ ଉପରେ କୌଣସି ମଧ୍ୟ ଶୁଳ୍କ ବୃଦ୍ଧି ଦ୍ବାରା ଉଭୟ ଉତ୍ପାଦରେ ଖୁଚୁରା ମୂଲ୍ୟରେ ବୃଦ୍ଧି ଯେପରି ନ ହୁଏ । କାରଣ ଏହା ଦ୍ବାରା ଉପଭୋକ୍ତାଙ୍କ ଉପରେ ପ୍ରଭାବ ପଡିବ । ଏହା ବ୍ୟତିତ ବୃଦ୍ଧିର କାରଣ ଅର୍ଥବ୍ୟବସ୍ଥା ଉପରେ ମୁଦ୍ରାସ୍ପୀତିର ପ୍ରଭାବ ଦେଖିବାକୁ ମିଳିପାରେ ।

ଏପଟେ ବିଶେଷଜ୍ଞ କହିଛନ୍ତି କି ବର୍ତ୍ତମାନର ସମୟରେ ପେଟ୍ରୋଲ ଉପରେ ଉତ୍ପାଦ ଶୁଳ୍କ ବଢାଇବା ଉଚିତ ହେବ । କାରଣ ପେଟ୍ରୋଲ ଓ ଡିଜେଲ ଦାମ ପ୍ରାୟ 1 ମାସ ଧରି ସଂଶୋଧିକ କରାଯାଇନାହିଁ । ତେବେ ବୈଶ୍ବିକ ସ୍ତରରେ ଅଶୋଧିତ ତେଲର ଦରମ ଦୁର୍ବଳ ରହିଛି ।

ମାର୍ଚ୍ଚରେ ସରକାର ପେଟ୍ରୋଲ ଉପରେ ବିଶେଷ ଅତିରିକ୍ତ ଉତ୍ପାଦ ଶୁଳ୍କ ବଢାଇ ଲିଟର ପ୍ରତି 18 ଓ ଡିଜେଲ ଉପରେ 12 ଟଙ୍କା ପାଇଁ ସଂସଦୀୟ ମଞ୍ଜୁରୀ ନେଇଥିଲେ । କିନ୍ତୁ ସେତେବେଳେ ଏଥିରେ ପରିବର୍ତ୍ତନ କରାଯାଇନଥିଲା । ମେ’ ମାସରେ ପେଟ୍ରୋଲ ଉପରେ 12 ଟଙ୍କା ଓ ଡିଜେଲ ଉପରେ 9 ଟଙ୍କା ଯାଏଁ ସ୍ବତନ୍ତ୍ର ଅତିରିକ୍ତ ଉତ୍ପାଦ ଶୁଳ୍କ ବଢାଯାଇଥିଲା । ଏହା ଦ୍ବାରା ସରକାରଙ୍କୁ ପେଟ୍ରୋଲ ଉପରେ ଲିଟର ପିଛା ଉତ୍ପାଦ ଶୁଳ୍କରେ 6 ଟଙ୍କା ଓ ଡିଜେଲରେ 3 ଟଙ୍କା ବଢାଇବାକୁ ସୁଯୋଗ ମିଳିଥିଲା । ଏହି ବିକଳ୍ପର ଏବେ ଅବଲୋକନ କରାଯାଉଛି ।

ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ବୃଦ୍ଧି ସହିତ ସରକାର ଚଳିତ ବର୍ଷ ତେଲ ରାଜସ୍ବ ବାବଦକୁ ପ୍ରାୟ 1.75 ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରିବାକୁ ପ୍ରସ୍ତୁତ ଅଛନ୍ତି । ଏହା 2 ଲକ୍ଷ କୋଟିରୁ ଅଧିକ ଟଙ୍କା, ଯାହା ପେଟ୍ରୋଲିୟମ ଉତ୍ପାଦରୁ ବାର୍ଷିକ ଏକ୍ସାଇଜ ଡ୍ୟୁଟି ରାଜସ୍ବ ଭାବରେ ସଂଗ୍ରହ କରାଯାଇଥାଏ |

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.