ଆଗ୍ରା: ଜୁଲାଇ 6 ରେ ପୁଣି ଖୋଲିବ ତାଜମହଲ । ଏଥିସହ ଅନ୍ୟାନ୍ୟ ASI ସଂରକ୍ଷିତ ସ୍ମାରକୀକୁ ପୁନଃ ଖୋଲାଯିବ । କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟର ଏହି ନିଷ୍ପତ୍ତିକୁ ଆଗ୍ରାରେ ପର୍ଯ୍ୟଟନ ଶିଳ୍ପ ସହିତ ଜଡିତ ଲୋକମାନେ ସ୍ବାଗତ କରିଛନ୍ତି ।
ତେବେ ପର୍ଯ୍ୟଟନ ଉଦ୍ୟୋଗ ଏନେଇ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ବେଳେ କିଛି ଲୋକ ସନ୍ଦେହ ପ୍ରକାଶ କରିଛନ୍ତି । କୋଭିଡ-19 ସଂକ୍ରମଣ ପ୍ରସାର ଉପରେ ଲଗାମ ନେଇ ଏବେ ସୁଦ୍ଧା କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବାରୁ ପର୍ଯ୍ୟଟନସ୍ଥଳୀ ଖୋଲିବା ନିଷ୍ପତ୍ତି ଶୀଘ୍ର ନିଆଯାଉଛି କହି ଆଶ୍ଚର୍ଯ୍ୟ ହୋଇଛନ୍ତି ସ୍ବାସ୍ଥ୍ୟ କର୍ମୀ ।
ତେବେ କେନ୍ଦ୍ରୀୟ ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ଗୁରୁବାର ଟ୍ବିଟ କରି କହିଛନ୍ତି କି, ଆବଶ୍ୟକୀୟ ସତର୍କତା ଏବେଂ ସମ୍ପୁର୍ଣ୍ଣ ସୁରକ୍ଷା ଉପାୟ ସହ ଏସବୁ ଖୋଲାଯାଇପାରିବ ।
ଏପଟେ ସାମାଜିକ କର୍ମୀ ଶ୍ରବଣ କୁମାର ସିଂହ ସୱାଲିୟା ଲହଜା କହିଛନ୍ତି, ‘‘ ଯେବେ ଟ୍ରେନ ଚାଲୁନି ଓ ଅନ୍ତରାଷ୍ଟ୍ରୀୟ ଉଡାଣ ପୁଣି ଆରମ୍ଭ ହୋଇନି ତେବେ ପର୍ଯ୍ୟଟକ ଆଗ୍ରାକୁ କିପରି ଆସିବେ ।’’ତେବେ ଏଏସଆଇ ଅଧିକାରୀ ସ୍ପଷ୍ଟ କରିଛନ୍ତି କି, SOPରେ ସୂଚୀବଦ୍ଧ କଟକଣା ସହ ପ୍ରବେଶ ଅନୁମତି ଦିଆଯିବ । ଆଉ ଏହାକୁ ପର୍ଯ୍ୟଟକ ମଧ୍ୟ ପାଳନ କରିବା ଜରୁରୀ ।
କୋରୋନାରେ ଗଭୀର ଭାବେ ପ୍ରଭାବିତ ପର୍ଯ୍ୟଟନକୁ ଗତି ଦେବା ପାଇଁ ସ୍ଥାନୀୟ ହୋଟେସମାନେ ଆଗ୍ରାକୁ ବିମାନ ଚଳାଚଳ , ଅନ୍ତର୍ଜାତୀୟ ବିମାନ ଉଡାଣ ଏବଂ ଦେଶର ଗୁରୁତ୍ବପୂର୍ଣ୍ଣ ଗନ୍ତବ୍ୟ ସ୍ଥଳ ସହ ଯୋଡିବା ପାଇଁ ଦାବି କରିଛନ୍ତି । ପର୍ଯ୍ୟଟକ ସିଜନ ସାଧାରଣତଃ ସେପ୍ଟେମ୍ବର ଶେଷ ସପ୍ତାହରେ ଆରମ୍ଭ ହୋଇଥାଏ ।
ବାର୍ଷିକ 70 ଲକ୍ଷ ଲୋକରୁ ଅଧିକ ପର୍ଯ୍ୟଟକ ତାଲମହଲ ବୁଲିବାକୁ ଆସିଥାନ୍ତି । 15 ବର୍ଷରୁ କମ ପିଲାଙ୍କ ପାଇଁ ପ୍ରବେଶ ଫି ଫ୍ରି ରହିଛି । ଭାରତୀୟ ପ୍ରତ୍ନତାତ୍ତ୍ବ ସର୍ଭେକ୍ଷଣ (ASI) ଦୈନିକ କେବଳ 5 ହଜାର ପର୍ଯ୍ୟଟକଙ୍କୁ ତାଜମହଲ ପରିଦର୍ଶନ କରିବାକୁ ଅନୁମତି ଦେଇଛି। ସକାଳ ଟ୍ରିପରେ 2500 ଓ ଦ୍ବିପ୍ରହରରେ 2500 ଲୋକ ତାଜମହଲ ଦେଖିବାକୁ ଯାଇପାରିବେ । ମୁହଁକୁ ଘୋଡାଇବା ସହ ସାମାଜିକ ଦୂରତ୍ବ ବଜାୟ ରଖିବା ବାଧ୍ୟତାମୂଳକ । ଏକାଠି ଫଟୋ ନେବାକୁ ଅନୁମତି ମିଳିବ ନାହିଁ । ତେବେ କଣ୍ଟେମେଣ୍ଟ ଜୋନରେ ସ୍ମାରକୀ ବନ୍ଦ ରହିବ ।