ETV Bharat / business

ସୁପ୍ରିକୋର୍ଟଙ୍କ ରାୟ: ଏବେ ସମ୍ପତ୍ତିରେ ପୁଅ ଭଳି ଝିଅର ବି ରହିଛି ସମାନ ଅଧିକାର

ପୁଅ ଭଳି ଝିଅକୁ ମଧ୍ୟ ସମ୍ପତ୍ତିରେ ସମାନ ଅଧିକାର ମିଳିବ । 2005 ପୂର୍ବରୁ ପିତାଙ୍କ ମୃତ୍ୟୁ ହୋଇଥିଲେ ବି ଝିଅ ପାଇବ ସମ୍ପତ୍ତି । ତେବେ ସୁପ୍ରିମକୋର୍ଟଙ୍କ ରାୟକୁ ଭଲ ଭାବେ ବୁଝିବା ପାଇଁ ବର୍ତ୍ତମାନର ଆଇନ କଣ ରହିଛି, ତାହା ଜାଣିବା ଜରୁରୀ । ତେବେ ନଜର ପକାନ୍ତୁ ବର୍ତ୍ତମାନର ଆଇନ ଓ ନିୟମ ଉପରେ...

ଉତ୍ତରାଧିକାର ମାମଲାରେ ସୁପ୍ରମକୋର୍ଟଙ୍କ ବଡ ରାୟ

author img

By

Published : Aug 12, 2020, 7:30 PM IST

ହାଇଦ୍ରବାଦ : ‘‘ ଝିଅମାନଙ୍କୁ ମଧ୍ୟ ପୁଅଙ୍କ ଭଳି ସମ୍ପତ୍ତିରେ ସମାନ ଅଧିକାର ମିଳିବ । ସାରା ଜୀବନ ଝିଅଟି ମଧ୍ୟ ବାପା ମା’ଙ୍କ ହୃଦୟରେ ରହିଥାଏ । ଏଣୁ ଝିଅର ମଧ୍ୟ ପୁଅ ଭଳି ପୈତୃକ ସମ୍ପତ୍ତିରେ ଅଧିକାର ରହିଛି । 2005 ରେ ହିନ୍ଦୁ ଉତ୍ତରାଧିକାର ସଂଶୋଧନ ଆଇନ ଲାଗୁ ହେବା ପୂର୍ବରୁ ପିତାଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ଝିଅଙ୍କୁ ପୈତୃକ ସମ୍ପତ୍ତିରୁ ବଞ୍ଚିତ କରାଯାଇପାରିବ ନାହିଁ । ’’ ମଙ୍ଗଳବାର ସୁପ୍ରିମକୋର୍ଟ ମହିଳାଙ୍କ ଅଧିକାର ନେଇ ଏହି ଗୁରୁତ୍ବପୂର୍ଣ୍ଣ ରାୟର ଶୁଣାଇଛନ୍ତି ।

121 ଫର୍ଦ୍ଦର ଏହି ରାୟକୁ ଜଷ୍ଟିସ ଅରୁଣ ମିଶ୍ରଣଙ୍କ ଅଧ୍ୟକ୍ଷତାରେ ଗଠିତ 3 ଜଣିଆ ଖଣ୍ଡପୀଠ ଏହାର ଶୁଣାଣୀ କରିଛନ୍ତି । ଏଥିରେ କୁହାଯାଇଛି ପୁଅ ଭଳି ଝିଅକୁ ମଧ୍ୟ ଆଜୀବନ ସମ୍ପତ୍ତିରେ ସମାନ ଅଧିକାର ମିଳିବ । ଯଦିଓ ତାଙ୍କ ପିତା ଜୀବନ୍ତ ରହିଥାନ୍ତୁ ଅବା ନାହିଁ । 2005 ପୂର୍ବରୁ ଝିଅର ମୃତ୍ୟୁ ହୋଇଥିଲେ ମଧ୍ୟ ତାଙ୍କର ପିଲାମାନଙ୍କ ଅଜାଙ୍କ ସମ୍ପତ୍ତିରେ ଅଧିକାର ରହିଛି ବୋଲି ସୁପ୍ରିମକୋର୍ଟ ନିଜ ରାୟରେ ସ୍ପଷ୍ଟ କହିଛନ୍ତି ।

ପୂର୍ବରୁ ଝିଅଙ୍କ ପୈତୃକ ସମ୍ପତ୍ତିରେ ସମାନ ଅଧିକାର ମିଳୁନଥିଲା । ତେବେ 2005 ମସିହା ସେପ୍ଟମ୍ବର 9 ରେ ହିନ୍ଦୁ ଉତ୍ତରାଧିକାରୀ ଆଇନ 1956କୁ ସଂଶୋଧନ କରାଯାଇଥିଲା । ଏହା ଅନୁଯାୟୀ ଝିଅ ମଧ୍ୟ ପୁଅ ଭଳି ବାପାଙ୍କ ସମ୍ପତ୍ତିରେ ସମାନ ଅଧିକାର ପାଇପାରିବ । କିନ୍ତୁ 2005 ପୂର୍ବରୁ ପିତା କିମ୍ବା ଝିଅର ମୃତ୍ୟୁ ହୋଇଥିଲେ ଏହି ଆଇନ ଲାଗୁ ହୋଇପାରନଥିଲା । ଏ ନେଇ ଅଭିଯୋଗ ପରେ କୋର୍ଟ ଏଥିରେ ପରିବର୍ତ୍ତନ ଆଣିଛନ୍ତି । ଏବେ ଭାଇ ଭଉଣୀଙ୍କ ମଧ୍ୟରେ ସମ୍ପତ୍ତି ସମାନ ଭାଗ ହୋଇପାରିବ ।

ତେବେ ସୁପ୍ରିମକୋର୍ଟଙ୍କ ରାୟକୁ ଭଲ ଭାବେ ବୁଝିବା ପାଇଁ ବର୍ତ୍ତମାନର ଆଇନ କଣ ରହିଛି, ତାହା ଜାଣିବା ଜରୁରୀ । ତେବେ ନଜର ପକାନ୍ତୁ ବର୍ତ୍ତମାନର ଆଇନ ଓ ନିୟମ ଉପରେ...

HUF କଣ ?

ହିନ୍ଦୁ ଆଇନ ଅଧିନରେ ଏକ ହିନ୍ଦୁ ଅବିଭାଜିତ ପରିଚାର (ଏସୟୁଏଫ) ଏକ ଗ୍ରୁପ । ଯେଉଁଥିରେ 1 ରୁ ଅଧିକ ବ୍ୟକ୍ତି ରହିଥାନ୍ତି । ସମସ୍ତ ପିତୃପୁରୁଷଙ୍କର ଏକ ସାଧାରଣ ବଂଶ ରହିଥାଏ ଏବଂ ଏଥିରେ ପତ୍ନୀ ଏବଂ ଅବିବାହିତ ଝିଅ ଅନ୍ତର୍ଭୁକ୍ତ । ଏକ ଏଚୟୁଏଫର ଗଠନ ହିନ୍ଦୁ, ଜୈନ, ଶିଖ, ବୈଦ୍ଧ ଧର୍ମର ଲୋକଙ୍କ ଦ୍ବାରା କରାଯାଇପାରିବ ।

ସମାନ ଉତ୍ତରାଧିକାରୀ କିଏ ?

ଏଚୟୁଏଫ ମଧ୍ୟରେ କିଛି ସମାନ ଉତ୍ତରାଧିକାରୀ ଅଛନ୍ତି । ଏମାନେ ସେହି ବ୍ୟକ୍ତି , ଯେଉଁମାନେ ଜନ୍ମରୁ ପୈତୃକ ସମ୍ପତ୍ତିରେ ଆଇନଗତ ଅଧିକାର ଗ୍ରହଣ ରଖିବା କ୍ଷମତା ରଖିଥାନ୍ତି । ବିଶେଷ ଭାବରେ, ଉତ୍ତରାଧିକାରୀ କେବଳ ଜନ୍ମ ସମୟରେ ହିଁ ସମାନ ଉତ୍ତରାଧିକାରୀ ହୋଇଯାଇଥାନ୍ତି । ସମାନ ଉତ୍ତରାଧିକାରୀରରେ ପରିବାରର 3 ପୀଢି ସାମିଲ ରହିଥାନ୍ତି । 2005 ପୂର୍ବରୁ ଏଥିରେ କେବଳ ପୁଅ, ନାତି, ଅଣନାତିକୁ ସାମିଲ କରାଯାଉଥିଲା । ଅବିବାହିତ ଝିଅଙ୍କୁ କେବଳ ହିନ୍ଦୁ ଅବିଭାଜିତ ପରିବାରର ସଦସ୍ୟ ଭାବେ ଗ୍ରହଣ କରାଯାଉଥିଲା । ଏପରିକି ବିବାହିତ ଝିଅଙ୍କୁ ନିଜ ବାପଘରେ ସଦସ୍ୟ ଭାବେ ମଧ୍ୟ ଗ୍ରହଣ କରାଯାଉନଥିଲା । ସେମାନେ ଏଚୟୁଏଫ ସଦସ୍ୟ ହୋଇଥିଲେ ବି ତାଙ୍କୁ ସମାନ ଉତ୍ତରାଧିକାରୀ ଲିଷ୍ଟରେ ଅନ୍ତର୍ଭୁକ୍ତ କରାଯାଉନଥିଲା । ଏଥିଯୋଗୁଁ ବିବାହ ପରେ ଝିଅର ଛାଡପତ୍ର ହୋଇଗଲେ ମଧ୍ୟ ତାଙ୍କୁ ବାପଘରେ ରହିବାକୁ ଅନୁମତି ମିଳୁନଥିଲା । ମହିଳାଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରାଯାଉଥିବା ଅଭିଯୋଗ ପରେ 2005 ରେ ସୁପ୍ରିମକୋର୍ଟ ଆଇନରେ ସଂଶୋଧନ କରି ଉଭୟ ବିବାହିତ ଏବଂ ଅବିବାହିତ ଝିଅଙ୍କୁ ପରିବାର ସଦସ୍ୟ ସହ ଉତ୍ତରାଧିକାରୀ ଭାବେ ଗ୍ରହଣ ପାଇଁ ରାୟ ଶୁଣାଯାଇଥିଲା । ଏହା ଅନୁସାରେ ଝିଅ ଜନ୍ମ ହେବା ପରଠୁ ତାକୁ ଉତ୍ତରାଧିକାରୀ ଭାବେ ଗ୍ରହଣ କରାଯିବ ବୋଲି ସର୍ବୋଚ୍ଚ ନ୍ୟାୟଳୟ ଶୁଣାଣୀ କରିଥିଲେ ।

ଜଣେ ସମାନ ଉତ୍ତରାଧିକାର (coparcener)ର ଅଧିକାର କଣ ରହିଛି ?

ପୈତୃକ ସମ୍ପତ୍ତିରେ ଆଇନଗତ ଅଧିକାର ବ୍ୟତିତ ସମାନ ଉତ୍ତରାଧିକାରୀ ମଧ୍ୟ ପୈତୃକ ସମ୍ପତ୍ତି ବଣ୍ଟନ ଦାବିରେ ମକଦ୍ଦମା ଦାୟର କରିପାରିବ । ଝିଅ ମଧ୍ୟ ଜଣେ ସମାନ ଉତ୍ତରାଧିକାରୀ ଭାବରେ, ବର୍ତ୍ତମାନ ତାଙ୍କ ପିତାଙ୍କ ସମ୍ପତ୍ତି ବିଭାଜନ ଦାବି କରିପାରିବ, ଯାହା 2005 ପୂର୍ବରୁ ଅନୁମତି ଦିଆଯାଇ ନଥିଲା ।

ସମାନ ଉତ୍ତରାଧିକାରୀ ସମ୍ପତ୍ତିରେ କଣ ସାମିଲ ରହିଛି ?

ଉଭୟ ପିତୃପୁରୁଷ ଏବଂ ଆତ୍ମ-ପ୍ରାପ୍ତ ସମ୍ପତ୍ତି ସମାନ ଉତ୍ତରାଧିକାରୀ ସମ୍ପତ୍ତି ହୋଇପାରିବ । ପୈତୃକ ସମ୍ପତ୍ତି କ୍ଷେତ୍ରରେ ଏହା ସମାନ ଉତ୍ତରାଧିକାରୀଙ୍କ ସମସ୍ତ ସଦସ୍ୟ ମଧ୍ୟରେ ସମାନ ଭାବରେ ବଣ୍ଟାଯାଇଥାଏ । ଆଉ ଆତ୍ମ-ପ୍ରାପ୍ତ ସମ୍ପତ୍ତି କ୍ଷେତ୍ରରେ ବ୍ୟକ୍ତି ( ବାପା) ନିଜ ଇଚ୍ଛା ଅନୁସାରେ ସମ୍ପତ୍ତିର ବଣ୍ଟନ , ପରିଚାଳନା କରିପାରିବ । ଏଥିପାଇଁ ସେ ସ୍ବାଧିନ ।

ଆଉ ଯଦି ପିତାଙ୍କ ମୃତ୍ୟୁ ହୋଇଯାଏ , ତେବେ ଝିଅ ପୈତୃକ ସମ୍ପତ୍ତି ଓ ଆତ୍ମ ପ୍ରାସ୍ତ ( ପିତା ଅର୍ଜନ କରିଥିବା ସମ୍ପତ୍ତି) ସମ୍ପତ୍ତିରେ ସମାନ ଅଧିକାର ପାଇବ ।

ହିନ୍ଦୁ ଉତ୍ତରାଧିକାରୀ ଆଇନ 2005 ରେ କଣ ସଂଶୋଧନ ହୋଇଥିଲା ?

ପୂର୍ବରୁ ଆଇନ ରହିଥିଲା କି, ଯଦି ଝିଅ ବିବାହ କରିଦିଏ, ତେବେ ସେ ନିଜ ପିତାଙ୍କ ଏଚୟୁଏଫର ଅଂଶ ହେବାରୁ ବଞ୍ଚିତ ହୁଏ । ଏଥିସହ ତା ପାଖରେ କୌଣସି ସମାନ ଗ୍ରୁପ ଅଧିକାର ରହିନଥାଏ । କିନ୍ତୁ 2005 ସେପ୍ଟମ୍ବର 9 ରେ ଏହି ଆଇନ 1956 କୁ ସଂଶୋଧନ କରାଯାଇଥିଲା । ହିନ୍ଦୁ ଉତ୍ତରାଧିକାର ସଂଶୋଧନ ଅଧିନିୟମ, 2005 ଅନୁଯାୟୀ, ଝିଅ ବିବାହିତ ହୋଇଥାଉ କିମ୍ବା ଅବିବାହିତ ସେ ପିତାଙ୍କ ଏଚୟୁଏଫର ସଦସ୍ୟ ରହିବ । ଏଥିସହ ସମ୍ପତ୍ତିରେ ତାକୁ ଭାଗ ମଧ୍ୟ ମିଳିବ ।

ଏହାର ଅର୍ଥ କି ଝିଅ ସମ୍ପତ୍ତିର ସେୟାର ଓ ଅନ୍ୟ ଅଧିକାର ବ୍ୟତିତ ଋଣ ଓ କ୍ଷତି ପାଇଁ ମଧ୍ୟ ସମାନ ଉତ୍ତରଦାୟୀ ରହିବ ।

ମଙ୍ଗଳବାର ସୁପ୍ରିମକୋର୍ଟ କଣ କହିଲେ ?

ମଙ୍ଗଳବାର ଏହି ମାମଲାର ଶୁଣାଣୀ କରି ସୁପ୍ରମକୋର୍ଟ କହିଛନ୍ତି କି ଝିଅଙ୍କୁ ପୁଅଙ୍କ ଭଳି ସମ୍ପତ୍ତିରେ ସମାନ ଅଧିକାର ମିଳିବ । ସେମାନଙ୍କୁ ଏଥିରୁ ବଞ୍ଚିତ କରାଯାଇପାରିବ ନାହିଁ । 2005 ଆଇନ ପୂର୍ବରୁ ପିତା ପ୍ରାଣ ହରାଇଥିଲେ ବି ଝିଅଙ୍କୁ ମିଳିବ ସମ୍ପତ୍ତି । ସର୍ବୋଚ୍ଚ କୋର୍ଟ କହିଛନ୍ତି କି, ‘‘ ଗୋଟିଏ ଝିଅ ସବୁବେଳେ ଝିଅ ରହିଥାଏ । ପୁଅର ସ୍ତ୍ରୀ ଆସିବା ପୂର୍ବରୁ ପୁଅ ରହିଥାଏ । ଝିଅ ବି ଜୀବନ ସାରା ଝିଅ ହୋଇଥାଏ ।

କେଉଁ ସବୁ ମାମଲାର ଝିଅଙ୍କ ଅଧିକାରରେ ଅଙ୍କୁଶ ଲଗାଯିବ ?

2005 ସଂଶୋଧନ ଦୃଷ୍ଟିରୁ , ଝିଅର ଅଧିକାର ଉପରେ ସେତେବେଳେ ରୋକ ଲଗାଯାଇପାରିବ , ଯେବେ ସମ୍ପତ୍ତିକୁ ଅଧିନିୟମରେ ବଦଳାଯାଇଥିବା କଟ ଅଫ ତାରିଖ 2004 ଡିସେମ୍ବର 20 ପୂର୍ବରୁ ସମ୍ପତ୍ତିର ସମାଧାନ ହୋଇଥିବ । ଅର୍ଥାତ ଝିଅମାନେ 2004 ଡିସେମ୍ବର 20 ପୂର୍ବରୁ ସମ୍ପତ୍ତିର ବଣ୍ଟନ ବା ଭାଗ ଉପରେ ପ୍ରଶ୍ନ କରିପାରିବେ ନାହିଁ ।

ଇଟିଭି ଭାରତ ରିପୋର୍ଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.