ସିଙ୍ଗାପୁର: କୋରୋନା ମହାମାରୀ ବିଶ୍ବର ଅନେକ ଦେଶର ଆର୍ଥିକ ମେରୁଦଣ୍ଡକୁ ଧରାଶାୟୀ କରିବାକୁ ବସିଛି । ଆଉ ବିଳମ୍ବ ନ କରି ଆର୍ଥିକ ସ୍ଥିତି ସୁଧାରିବାକୁ ଲାଗି ପଡିଛି ସିଙ୍ଗାପୁର । ଜୁଲାଇ 1ରୁ ଦେଶରେ ପର୍ଯ୍ୟଟନ ବ୍ୟବସାୟୀକୁ ପର୍ଯ୍ୟାୟ କ୍ରମେ ଅନୁମତି ଦେବାକୁ ଯାଉଛି ସିଙ୍ଗାପୁର ଟୁରିଜିମ ବୋର୍ଡ(ଏସଟିବି) । ପ୍ରାଥମିକ ପର୍ଯ୍ୟାୟରେ 13ଟି ଆକର୍ଷଣୀୟ ପର୍ଯ୍ୟଟନ ସ୍ଥାଳୀରୁ କଟକଣା ହଟାଇବାକୁ ଯାଉଛି ।
ରବିବାର ସିଙ୍ଗାପୁର କର୍ତ୍ତୃପକ୍ଷ କହିଛନ୍ତି ଯେ, କୋଭିଡ ସଂକ୍ରମଣ ରୋକିବାକୁ ସିଙ୍ଗାପୁର ସରକାରଙ୍କ ଦ୍ବାରା ଏପ୍ରିଲ 7ରୁ ଜୁନ 1 ଯାଏଁ ଲଗାଯାଇଥିବା ସର୍କିଟ ବ୍ରେକର ଉପରେ ଦ୍ବିତୀୟ ପର୍ଯ୍ୟାୟ ଲକଡାଉନ କୋହଳ ହେବାକୁ ଯାଉଛି ।
ଏସଟିବି ପର୍ଯ୍ୟଟନ ବିଭାଗକୁ ପୁନଃ ଖୋଲିବା ପାଇଁ ଟୁର ଅପରେଟରମାନଙ୍କୁ ପ୍ରସ୍ତାବ ମାଗିଥିଲେ । ଯେଉଁଥିରେ ସୁରକ୍ଷିତ ପରିଚାଳନା ଯେପରିକି ସଂକ୍ରମଣ ବିପଦ ହ୍ରାସ କରାଯିବା ନେଇ ସମସ୍ତ ପଦକ୍ଷେପ ରହିବା ଜରୁରୀ ବୋଲି କହିଥିଲେ ।
ଏଥିରେ କୁହାଯାଇଛି ଯେ, ଗ୍ରାହକ ଏବଂ ଶ୍ରମିକମାନଙ୍କ ପାଇଁ ଏକ ନିରାପଦ ପରିବେଶ ଯୋଗାଇବା ପାଇଁ ଅପରେଟରମାନେ ନିରାପଦ ପରିଚାଳନା ପଦକ୍ଷେପଗୁଡିକର ପ୍ରଭାବଶାଳୀ କାର୍ଯ୍ୟକାରିତା ପ୍ରଦର୍ଶନ କରିବେ । ତେବେ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟର ଅନୁମୋଦନ ପାଇବା ପରେ ହିଁ କାର୍ଯ୍ୟ ପର୍ଯ୍ୟଟନ ବିଭାଗକୁ ଖୋଲାଯାଇପାରିବ ।
STB କହିଛି ଯେ, 13 ଟି ଆକର୍ଷଣୀୟ ସ୍ଥାନକୁ ବିଭିନ୍ନ ସର୍ତ୍ତ ସହ ପୁନଃ ଖୋଲିବାକୁ ପ୍ରସ୍ତାବ ଦିଆଯାଇଛି । ଏହାକୁ ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ଓ ସିଙ୍ଗାପୁର ପର୍ଯ୍ୟଟନ ବୋର୍ଡ ଧ୍ୟାନର ସହ ତଦାରଖ କରୁଛି ।