ETV Bharat / business

ସୁଧୁରୁନି ବଜାର, ଶେଷ ଦିନରେ ବି ଖସୁଛି ସେନସେକ୍ସ

ଶୁକ୍ରବାର ମଧ୍ୟ ବଜାରରେ ଜାରି ରହିଛି ମାନ୍ଦା । କାରବାର ଶେଷ ଦିନରେ ସେନସେକ୍ସ ହ୍ରାସ ନିବେଶକଙ୍କୁ ଚିନ୍ତାରେ ପକାଇଛି । ବିଶେଷ କରି ରିଲାନ୍ସ ଇଣ୍ଡ୍ରଷ୍ଟ୍ରି, ଏଚଡିଏଫସି, ମାରୁତି ଭଳି ସେୟାର ଖସୁଥିବା ଜଣାପଡିଛି ।

author img

By

Published : Jun 21, 2019, 4:30 PM IST

Updated : Jun 21, 2019, 4:50 PM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: କାରବାରର ଶେଷ ଦିନରେ ବି ମାନ୍ଦାରେ ବଜାର । ଦିନ ଆରମ୍ଭରୁ ସେନସେକ୍ସ 248 ପଏଣ୍ଟ ହ୍ରାସ ପାଇଥିବା ବେଳେ ନିଫ୍ଟି 45 ପଏଣ୍ଟ ଖସିଥିବା ନଜର ଆସିଛି । ଏଚଡିଏଫସି, ରିଲାନ୍ସ ଇଣ୍ଡ୍ରଷ୍ଟ୍ରି, ଆଇଟିସି ଓ ମାରୁତି ଭଳି ବଡ ବଡ କମ୍ପାନୀର ସେୟାର ଦୁର୍ବଳ ହୋଇଥିବାରୁ ବଜାରରେ ଏପରି ସ୍ଥିତି ଉପୁଜିଛି ।

ଶୁକ୍ରବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ248.57 ପଏଣ୍ଟ କମି 39,393.11 ରେ ପହଞ୍ଚିଛି। ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ)ର 30 ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 47.30 ପଏଣ୍ଟ ତଳମୁହାଁ ହୋଇ 11,768.65 ରେ କାରବାର କରୁଛି।

ଗୁରୁବାର ମଜୁବୁତ ବିଦେଶୀ ସଂଙ୍କେତ ଓ ଜଳବାୟୁ ପ୍ରଗତି ରିପୋର୍ଟ ଆଧାରରେ ସେନସେକ୍ସ 489 ପଏଣ୍ଟର ଅଭିବୃଦ୍ଧି ସହ ବନ୍ଦ ହେଲା । ସେପଟେ ନିଫ୍ଟି ମଧ୍ୟ 140 ପଏଣ୍ଟ ବଢି 11 ହଜାର 831 ରେ କାରବାର ସାରିଲା ।

Intro:Body:Conclusion:
Last Updated : Jun 21, 2019, 4:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.