ETV Bharat / business

‘ମୋରେଟୋରିୟମ ଅବଧିର କିସ୍ତିରେ ସୁଧ ଉପରେ ସୁଧ ଆଦାୟ ଠିକ ନୁହେଁ’

author img

By

Published : Jun 17, 2020, 5:01 PM IST

ଋଣର କିସ୍ତି 6 ମାସ ସ୍ଥଗିତ ଅବଧି କାଳରେ ସୁଧ ଉପରେ ସୁଧ ଲାଗୁ କରିବା ଯୁକ୍ତିଯୁକ୍ତ ନୁହେଁ । ଏହା ଋଣ କିସ୍ତି ସ୍ଥଗିତାଦେଶ ଲକ୍ଷ୍ୟକୁ ସଫଳ କରୁନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ..

SC says no merit in 'charging interest on interest' for deferred payments during moratorium
‘ମୋରେଟୋରିୟମ ଅବଧିର କିସ୍ତିରେ ସୁଧ ଉପରେ ସୁଧ ଆଦାୟ ଠିକ ନୁହେଁ’

ନୂଆଦିଲ୍ଲୀ: କୋରୋନା ସଙ୍କଟ ଯୋଗୁଁ ଘୋଷଣା ହୋଇଥିବା ମୋରେଟୋରିୟମ ପିରିୟଡରେ ସ୍ଥଗିତ ଋଣ କିସ୍ତିର ସୁଧ ଉପରେ ସୁଧ ଆଦାୟ କରିବା ଠିକ ନୁହେଁ । ଏ ନେଇ ସରକାର ଓ ଆରବିଆଇ ସମୀକ୍ଷା କରିବା ଦରକାର । 6 ମାସର ଋଣ ସ୍ଥଗିତାଦେଶ ମାମଲାର ସୁପ୍ରିମକୋର୍ଟ ବୁଧବାର ଏ ନେଇ ଜଣାଇଛନ୍ତି ।

ଜଷ୍ଟିସ ଅଶୋକ ଭୂଷଣଙ୍କ ନେତୃତ୍ୱଧୀନ ଖଣ୍ଡପୀଠ କହିଛନ୍ତି ଯେ, ଗୋଟିଏ ଥର ସ୍ଥଗିତାଦେଶ ସ୍ଥିର ହେବା ପରେ ଏହା ପଛର ଲକ୍ଷ୍ୟ ପୂରଣ ହେବା ଉଚିତ। ଏଭଳି ପରିସ୍ଥିତିରେ ସରକାରଙ୍କୁ ସବୁକିଛି ବ୍ୟାଙ୍କ ଉପରେ ନ ଛାଡି ଏଥିରେ ହସ୍ତକ୍ଷେପ ନେଇ ଚିନ୍ତା କରିବା ଉଚିତ।

ଋଣ କିସ୍ତି ସ୍ଥଗିତ ସମୟରେ ସୁଧ ଛାଡ ନେଇ ଆଗ୍ରା ନିବାସୀ ଗଜେନ୍ଦ୍ର ଶର୍ମାଙ୍କ ଯାଚିକାର ଶୁଣାଣୀ କରି ସୁପ୍ରିମକୋର୍ଟର ଖଣ୍ଡପୀଠ ଜଣାଇଛନ୍ତି କି, ମାର୍ଚ୍ଚ 27 ରେ ରିଜର୍ଭ ବ୍ୟାଙ୍କର ବିଜ୍ଞପ୍ତିର ସେହି ଅଂଶକୁ ଏହାର ଅଧିକାରରୁ ବାହାର ପାଇଁ ନିର୍ଦ୍ଦେଶ ଦେବାକୁ ଗଜେନ୍ଦ୍ର ଶର୍ମା ଅନୁରୋଧ କରିଛନ୍ତି । ଯେଉଁଥିରେ ସ୍ଥଗିତାଦେଶ ସମୟରେ ଋଣ ଟଙ୍କା ଉପରେ ସୁଧ ଆଦାୟ କରାଯିବ ।

ଏଥିରେ ଆବେଦନକାରୀ (ଯିଏ କି ଜଣେ ଋଣ ଗ୍ରହୀତା)ଙ୍କ କହିବା ଅନୁଯାୟୀ ତାଙ୍କ ସାମ୍ନାରେ ଅସୁବିଧା ଉପୁଜାଉଛି । ଏହା ତାଙ୍କୁ ଭାରତର ସମ୍ବିଧାନର ଅନୁଚ୍ଛେଦ 21 ରେ ଦିଆଯାଇଥିବା 'ଜୀବନର ଅଧିକାର'ର ଗ୍ୟାରେଣ୍ଟିରେ ବାଧା ଦେଉଛି ।

କେନ୍ଦ୍ର ସରକାର ଓ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ହାଜର ହୋଇଥିବା ସୋଲିସିଟର ଜେନେରାଲ ତୁଷାର ମେହେତା କହିଛନ୍ତି ଯେ, ବ୍ୟାଙ୍କଗୁଡିକ ସେମାନଙ୍କ ସୁଧକୁ ସମ୍ପୂର୍ଣ୍ଣ ଛାଡିବା ସହଜ ହେବ ନାହିଁ କାରଣ ବ୍ୟାଙ୍କଗୁଡିକ ସେମାନଙ୍କ ଜମାକାରୀ ଗ୍ରାହକଙ୍କୁ ସୁଧ ଦେବାକୁ ପଡିବ।

ମେହେତା ଖଣ୍ଡପୀଠକୁ କହିଛନ୍ତି ଯେ, "ବ୍ୟାଙ୍କ ଗୁଡିକରେ 133 ଲକ୍ଷ କୋଟି ଟଙ୍କା ଜମା ଅଛି, ଯେଉଁଥି ପାଇଁ ବ୍ୟାଙ୍କକୁ ସୁଧ ଦେବାକୁ ପଡିବ। ଏଭଳି ପରିସ୍ଥିତିରେ ଋଣ ଦେୟ ଉପରେ ସୁଧ ଛାଡିବା ସେମାନଙ୍କ କାର୍ଯ୍ୟ ଉପରେ ଗଭୀର ପ୍ରଭାବ ପକାଇବ।"

ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ପ୍ରଥମ ସପ୍ତାହରେ ହେବ । ଏନେଇ ଖଣ୍ଡପୀଠ କେନ୍ଦ୍ର ଏବଂ ରିଜର୍ଭ ବ୍ୟାଙ୍କକୁ ସ୍ଥିତିର ସମୀକ୍ଷା କରିବାକୁ କହିଛି । ଏଥିସହ ଭାରତୀୟ ବ୍ୟାଙ୍କ ସଂଘକୁ କୁହାଯାଇଛି କି ସେମାନେ ଏଥିମଧ୍ୟରେ କିଛି ଋଣ କିସ୍ତି ପରିଶୋଧ ସ୍ଥଗିତ ମାମଲାରେ କୌଣସି ନୂଆ ଦିଶାନିର୍ଦ୍ଦେଶ ଆଣିପାରିବେ କି ?

ପ୍ରକାଶ ଯେ, କୋରୋନା ମହାମାରୀ ମଧ୍ୟରେ ଋଣଗ୍ରହୀତାଙ୍କୁ ରିଲିଫ ଦେବା ପାଇଁ ଆରବିଆଇ 6 ମାସର ଇଏମଆଇ ସ୍ଥଗିତ କରିଛନ୍ତି । ଯାହାକି ଅଗଷ୍ଟ 31ରେ ଶେଷ ହେବ । ଏହା ପରେ ପୁଣି ଗ୍ରାହକ ଋଣ ପରିଶୋଧ କରିବେ । ତେବେ ପରେ ଇଏମଆଇ ପରିଶୋଧ ସମୟରେ ଏହି 6 ମାସର ସୁଧ ଛାଡ ନେଇ ତେଜିଛି ବିବାଦ । ଏହି ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି ।

ଜୁନ 4ରେ ଏହି ମାମଲାରେ ଦେଶର ସର୍ବୋଚ୍ଚ ବ୍ୟାଙ୍କ ସର୍ବୋଚ୍ଚ କୋର୍ଟରେ ନିଜର ପକ୍ଷ ରଖି କହିଥିଲେ କି ଯଦି ସୁଧ ଛାଡ ହୁଏ ତେବେ ବ୍ୟାଙ୍କିଙ୍ଗ ଶିଳ୍ପ ଉପରେ ବଡ ଧରଣର ପ୍ରଭାବ ପଡିବ । ବ୍ୟାଙ୍କକୁ 2 ଲକ୍ଷ କୋଟି କ୍ଷତି ସହିବାକୁ ହେବ । ଏଥିସହ ଜମାକାରୀଙ୍କ ସ୍ବାର୍ଥ ମଧ୍ୟ ହାନି ହେବ । ଏହା ପରେ ପୁଣି ଜୁନ 12 ରେ ଏହି ମାମଲାର ଶୁଣାଣୀ ସମୟରେ ଅର୍ଥମନ୍ତ୍ରାଳୟ ଓ ଆରବିଆଇକୁ 3 ଦିନ ମଧ୍ୟରେ ବୈଠକ କରି ଏ ନେଇ ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ କହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.