ETV Bharat / business

ରିଲିଫ! ଏନପିଏ ସ୍ଥଗିତ ଅବଧି ବଢାଇଲେ ସୁପ୍ରିମକୋର୍ଟ - ଋଣ କିସ୍ତି ସ୍ଥଗିତାଦେଶ

ଋଣ ସ୍ଥଗିତାଦେଶ ଉପରେ ଜନସାଧାରଣଙ୍କୁ ଆଶ୍ବସ୍ତି । ଆଗାମୀ ଆଦେଶ ଯାଏଁ ଋଣ ଖାତା ଏନପିଏ ହେବନି । ଏ ନେଇ ଗୁରୁବାର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ..

SC extends relief on NPAs after govt tells interest issue being considered at highest level

author img

By

Published : Sep 10, 2020, 5:28 PM IST

ନୂଆଦିଲ୍ଲୀ: ଋଣ ସ୍ଥଗିତାଦେଶ ମାମଲାରେ ଜନସାଧାରଣଙ୍କୁ ଆଶ୍ବସ୍ତି । କୌଣସି ଖାତା ଏନପିଏ ଘୋଷଣା କରା ନ ଯିବା ଅନ୍ତରୀଣ ଆଦେଶ ଅବଧିକୁ ଗୁରୁବାର ବଢାଇଛନ୍ତି ସୁପ୍ରିମକୋର୍ଟ ।

ଗତ 3 ତାରିଖରେ ସୁପ୍ରିମକୋର୍ଟ କହିଥିଲେ କି , ଯଦି ଅଗଷ୍ଟ ପର୍ଯ୍ୟନ୍ତ କୌଣସି ଋଣ ଖାତା ଏନପିଏ ଘୋଷିତ ହୋଇନାହିଁ, ତେବେ ପରବର୍ତ୍ତୀ ଆଦେଶ ଯାଏଁ ତାହାକୁ ଏନପିଏ ଘୋଷଣା କରାଯିବ ନାହିଁ ।

ଏହା ପୂର୍ବରୁ ସରକାର ସୁପ୍ରିମକୋର୍ଟଙ୍କୁ ସୂଚିତ କରିଛନ୍ତି କି କୋଭିଡ-19 ମହାମାରୀ ସମୟରେ ମୋରାଟୋରିୟମ ଅବଧିରେ ଋଣ ପୈଠ କିସ୍ତି ସ୍ଥଗିତ ଉପରେ ବ୍ଯାଙ୍କ ଦ୍ବାରା ଲାଗୁ ସୁଧ ମାମଲାରେ ବିଚାର ହେଉଛି । ଏ ନେଇ ସର୍ବୋଚ୍ଚ କୋର୍ଟ କେନ୍ଦ୍ର ଓ ଆରବିଆଇକୁ ଜବାବ ଦାଖଲ କରିବାକୁ 2 ସପ୍ତାହ ସମୟ ଦେଇଛନ୍ତି ।

ଜଷ୍ଟିସ ଅଶୋକ ଭୂଷଣ, ଜଷ୍ଟିସ ଆର ସୁଭାଷ ରେଡ୍ଡୀ ଏବଂ ଜଷ୍ଟିସ ଏମ ଆର ଶାହାଙ୍କ ଖଣ୍ଡପୀଠ ଏହି ମାମଲାରେ ଆସନ୍ତା ଶୁଣାଣୀ ସେପ୍ଟେମ୍ବର 28ରେ କରିବ । କେନ୍ଦ୍ର ଏବଂ ରିଜର୍ଭ ବ୍ୟାଙ୍କ ସମସ୍ତ ପ୍ରସଙ୍ଗକୁ ସକ୍ରିୟ ଭାବରେ ବିଚାର କରିବା ନେଇ କୋର୍ଟ ଆଶା ରଖିଛି ବୋଲି ଖଣ୍ଡପୀଠ ଜଣାଇଛି ।

ତେବେ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି କି, ଏହା ଶେଷ ସୁଯୋଗ, ଆଗକୁ ଏ ନେଇ ଶୁଣାଣୀ ସ୍ଥଗିତ କରାଯିବ ନାହିଁ । କୋଭିଡ-19 ମହାମାରୀ ଯୋଗୁଁ ଘୋଷିତ ମୋରାଟୋରିୟମ ଅବଧି ମଧ୍ୟରେ ସ୍ଥଗିତ କିସ୍ତି ଉପରେ ସୁଧ ଆଦାୟ ବିରୋଧରେ ଦାଖଲ ଯାଚିକା ଉପରେ ଶୁଣାଣୀ କରୁଛନ୍ତି ।

କେନ୍ଦ୍ର ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଖଣ୍ଡପୀଠକୁ ଜଣାଇଛନ୍ତି କି, ସରକାର ଉଚ୍ଚ ସ୍ତରରେ ସମସ୍ତ ବିଷୟ ଉପରେ ବିଚାର କରୁଛନ୍ତି । ଏଥିସହ ମହାମାରୀ ସମୟରେ ବିଭିନ୍ନ ସେକ୍ଟର ସାମ୍ନାରେ ଉପୁଜିଥିବା ସମସ୍ୟା ବାବଦରେ 2 ସପ୍ତାହ ଭିତରେ ଉଚିତ ନିର୍ଣ୍ଣୟ ନିଆଯିବ । ଏଥିପାଇଁ ବିଶେଷଜ୍ଞଙ୍କ ଏକ କମିଟି ଗଠନ କରାଯାଇଛି । ତେବେ ଏ ନେଇ ମେହେତାଙ୍କୁ ଖଣ୍ଡପୀଠ ଜଣାଇଛି କି ସ୍ପଷ୍ଟତା ସହ ସଠିକ ନିର୍ଣ୍ଣୟ ନିଆଯିବା ଜରୁରୀ, ଯେପରି ଶୁଣାଣୀ ପୁଣି ଘୁଞ୍ଚାଇବାକୁ ପଡିବ ନାହିଁ ।

ପ୍ରକାଶ ଯେ, ଅଗଷ୍ଟ 31ରେ ଆରବିଆଇ ଦ୍ବାରା ଲାଗୁ 6 ମାସିଆ ଋଣ ସ୍ଥଗିତା ଦେଶ ଅବଧି ଶେଷ ହୋଇଛି । ଗ୍ରାହକ ଦାବି କରୁଛନ୍ତି ଯେ, ଏହି ଅବଧି ପୁଣି ବଢାଯାଉ । ଏଥିସହ ମୋରାଟୋରିୟମ ଅବଧିର ସୁଧ ଛାଡ ପାଇଁ ଆବେଦନ କରିଛନ୍ତି । ତେବେ ଆରବିଆଇ ଇଏମଆଇ ଉପରେ ସ୍ଥଗିତାଦେଶ ଲଗାଇଛି ହେଲେ ବକେୟା କିସ୍ତି ଉପରେ ଲାଗୁ ସୁଧ ଗ୍ରାହକୁ ଦେବାକୁ ପଡିବ । ଯଦି ଋଣ ସ୍ଥଗିତାଦେଶ ଅବଧି ବଢାଯାଏ , ତେବେ ଋଣ ବ୍ୟବସ୍ଥା ବାଧାପ୍ରାପ୍ତ ହେବ ବୋଲି ଆରବିଆଇ କହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.