ETV Bharat / business

ୟେସବ୍ୟାଙ୍କକୁ ବୁଷ୍ଟର ଦେବ ଏସବିଆଇ, ନିବେଶ କରିବ 7,250 କୋଟି

author img

By

Published : Mar 13, 2020, 3:49 PM IST

ବୁଡୁଥିବା ୟେସ ବ୍ୟାଙ୍କକୁ କୂଳକୁ ଆଣିବାକୁ ପ୍ରୟାସ କରୁଛି ଭାରତୀୟ ଷ୍ଟେଟ ବ୍ୟାଙ୍କ । ଏଥିପାଇଁ ପୁଣି ବୁଷ୍ଟର ଦେବାକୁ ୟେସ ବ୍ୟାଙ୍କର 7250 କୋଟି ଟଙ୍କାର ସେୟାର କିଣିବାକୁ ଯାଉଛି ଏସବିଆଇ ।

SBI to invest ₹7,250 cr in Yes Bank as part of RBI rescue plan
ୟେସବ୍ୟାଙ୍କକୁ ବୁଷ୍ଟର ଦେବ ଏସବିଆଇ, ନିବେଶ କରି 7,250 କୋଟି

ନୂଆଦିଲ୍ଲୀ: ବୁଡୁଥିବା ୟେସ ବ୍ୟାଙ୍କକୁ କୂଳକୁ ଆଣିବାକୁ ପ୍ରୟାସ କରୁଛି ଭାରତୀୟ ଷ୍ଟେଟ ବ୍ୟାଙ୍କ । ଏଥିପାଇଁ ପୁଣି ବୁଷ୍ଟର ଦେବାକୁ ୟେସ ବ୍ୟାଙ୍କର 7250 କୋଟି ଟଙ୍କାର ସେୟାର କିଣିବାକୁ ଯାଉଛି ଏସବିଆଇ । ସେୟାର ପିଛା 10 ଟଙ୍କାରେ ଏସବିଆଇ ଏହାକୁ କିଣିବ ବୋଲି ସୂଚନା ଦେଇଛି ।

ଏସବିଆଇ କହିଛି ଯେ, ଏବେ ସେ ୟେସ ବ୍ୟାଙ୍କର 49 ପ୍ରତିଶତ ଅଂଶଧନ କିଣିବ । ୟେସ ବ୍ୟାଙ୍କର ପୁର୍ନଉଦ୍ଧାର ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରସ୍ତୁତ କରିଥିବା ରଣନୀତିର ଏହା ଏକ ଯୋଜନା ହେବ । ତେବେ କେବଳ ଏସବିଆଇ ନୁହେଁ ଏହା ସମେତ ଅନ୍ୟ କେତକ ଆର୍ଥିକ ଅନୁଷ୍ଠାନ ମଧ୍ୟ ଏହାର ଇକ୍ୟୁଟି ସେୟାର କିଣିବାକୁ ଯାଉଛନ୍ତି ।

ପ୍ରକାଶ ଯେ, ୟେସ ବ୍ୟାଙ୍କର ଆର୍ଥିକ ଅନିୟମତା ପଦାକୁ ଆସିବା ପରେ ଆରବିଆଇ ବ୍ୟାଙ୍କରୁ ଟଙ୍କା ଉଠାଣ ଉପରେ ସୀମା ଧାର୍ଯ୍ୟ କରିଛି । ଏଥିସହ ଏହାର ପୁନଉଦ୍ଧାର କରି ଜମାକର୍ତ୍ତାଙ୍କ ଟଙ୍କା ଫେରସ୍ତ କରିବାରୁ ଚିଠା ସ୍କିମ ଆରମ୍ଭ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.