ନୂଆଦିଲ୍ଲୀ: ଦେଶର ସର୍ବବୃହତ୍ତ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କର 42 କୋଟି ଗ୍ରାହକଙ୍କୁ ଆଶ୍ବସ୍ତି । 0.10 ପ୍ରତିଶତ ( 10 ବିପିଏସ) ଖସିଲା ମାର୍ଜିନାଲ କଷ୍ଟ ଅଫ ଲେଡିଙ୍ଗ ରେଟ(MCLR) । ମଙ୍ଗଳବାର ରୁ ଗ୍ରାହକ ଏହି ଫାଇଦା ପାଇପାରିବେ ।
ଚଳିତ ବର୍ଷ ଲଗାତାର ଅଷ୍ଟମ ଥର ପାଇଁ MCLR ହ୍ରାସ କରିଛି ଏସବିଆଇ । MCLR ହ୍ରାସ ଦ୍ବାରା ଏସବିଆଇ ଗ୍ରାହକଙ୍କ ଗୃହ, ଅଟୋ, ପର୍ସନାଲ ଋଣ ଆଦି ଶସ୍ତା ହେବ । ଅର୍ଥାତ ଏସବିଆଇର ଏହି ସଦ୍ୟ ଘୋଷଣା ପରଠୁ ଆପଣଙ୍କ EMI ପ୍ରତିମାମରେ 0.10 ପ୍ରତିଶତ ଶସ୍ତା ହୋଇଯିବ ।
ମଙ୍ଗଳବାର ରୁ MCLR ଦର 8 ପ୍ରତିଶତରୁ ହ୍ରାସ ହୋଇ 7.9 ପ୍ରତିଶତ ହୋଇଯିବ । SBI ନିଜ ବୟାନରେ କହିଛି ଯେ, MCLR ହ୍ରାସ ସହ ଏସବିଆଇ କମ ସୁଧରେ ଋଣ ଦେଉଥିବା ଦେଶର ପ୍ରଥମ ବ୍ୟାଙ୍କ ହୋଇପାରିଛି ।
ପ୍ରକାଶ ଯେ, ନଭେମ୍ବରରେ ଏସବିଆଇ MCLRକୁ 0.05 ପ୍ରତିଶତ କମାଇଛି । ଏହା ପରଠୁ ଏସବିଆଇର MCLR 8.05 ପ୍ରତିଶତରୁ କମି 8 ପ୍ରତିଶତ ହୋଇଯାଇଛି ।
MCLR କଣ ?
ଏମସିଏଲଆର ହେଉଛି ମାର୍ଜିନାଲ କଷ୍ଟବେସଡ ଲେଣ୍ଡିଂ ରେଟ । ଏହା ଅନୁଯାୟୀ ବ୍ୟାଙ୍କ ନିଜର ଫଣ୍ଡ ମୁଲ୍ୟ ହିସାବରେ ଲୋନର ଦର ନିର୍ଦ୍ଧାରଣ କରିଥାଏ । କହିବାକୁ ଗଲେ ଏହା ସୁଧ ନିର୍ଣ୍ଣୟ ପାଇଁ ଏକ ବେଞ୍ଚମାର୍କ ହୋଇଥାଏ । ଏହା ବୃଦ୍ଧି ହେଲେ ଆପଣ ବ୍ୟାଙ୍କରୁ ନେଇଥିବା ସବୁ ଋଣ ମହଙ୍ଗା ହେବ । ଏଥିସହ ଯଦି MCLR କମ ହୁଏ ତେବେ ଇଏମଆଇ ଶସ୍ତା ହୋଇଯାଇଥାଏ ।