ନୂଆଦିଲ୍ଲୀ: ପୁଣି ସୁଧହାର କମାଇଲା ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ । ଏଣିକି ସଞ୍ଚୟ ଖାତାରେ ସୁଧହାରକୁ 3.25 ପ୍ରତିଶତକୁ କମାଇ ଦେଇଛି ଦେଶର ସର୍ବୋଚ୍ଚ ସରକାରୀ ବ୍ୟାଙ୍କ ଏସବିଆଇ । ସଞ୍ଚୟ ଖାତାରେ 1 ଲକ୍ଷରୁ କମ ଜମା ରାଶି ଥିବା ଆକାଉଣ୍ଟ ଉପରେ ଲାଗୁ କରାଯିବ । ଏହି ସୁଧହାର ପରିବର୍ତ୍ତନ ନିୟମ ଆସନ୍ତା ନଭେମ୍ବର ପହିଲାରୁ ଲାଗୁ ହେବ ।
ମାତ୍ର ଏବେ ଫିକ୍ସ ଡିପୋଜିଟ ଉପରେ ଏବେ ବ୍ୟାଙ୍କ ପକ୍ଷରୁ 3.50 ପ୍ରତିଶତ ସୁଧ ଦିଆଯାଉଛି । ତେବେ 1 ଲକ୍ଷରୁ ଅଧିକ ଥିବା ଜମା ଖାତାରେ ଦିଆଯାଉଥିବା ସୁଧହାରକୁ ଅପରିବର୍ତ୍ତିତ ରଖାଯାଇଛି । ତେବେ କିଛି ବଛା ବଛା ମ୍ୟାଚୁରୀଟିର ସ୍ଥାୟୀ ଜମା ଉପରେ ମଧ୍ୟ ସୁଧ ହାର କମାଇ ଦେଇଛି । ଏହି ନୂଆ ଏଫଡି ରେଟ ଗତ ଅକ୍ଟୋବର-10ରୁ ଲାଗୁ କରାଯାଇଛି ।
ଧାରା 80TTA ନିୟମ ଆଧାରରେ ସେଭିଙ୍ଗ ଆକାଉଣ୍ଟରେ ବାର୍ଷିକ ଆୟ 10 ହଜାର ଟଙ୍କା ଛାଡ କରାଯାଇଛି । ଏହାସହ ବରିଷ୍ଠ ନାଗରିକମାନେ ଏହି ନିୟମରେ ସେମାନଙ୍କ 50 ହଜାର ଜମା ରାଶି ଉପରେ କର ଛାଡ ମିଳିଥାଏ ।