ନୂଆଦିଲ୍ଲୀ: ମାରାତ୍ମକ କୋରୋନା ଭାଇରସ ସହ ଲଢେଇରେ ଦେଶର ବୃହତ୍ତମ ବ୍ୟାଙ୍କ ଏସବିଆଇର ବଡ ଯୋଗଦାନ । ବ୍ୟାଙ୍କକୁ ମିଳୁଥିବା ପ୍ରଫିଟର 0.25 ପ୍ରତିଶତ ଅଂଶ କୋରାନା ପାଇଁ ଖର୍ଚ୍ଚ କରିବାକୁ ଘୋଷଣା କରିଛି ।
ବ୍ୟାଙ୍କ ପକ୍ଷରୁ ଜାରି ବିବୃତ୍ତିରେ କୁହାୟାଇଛି ଯେ, 2019-20 ଆର୍ଥିକ ବର୍ଷର ମୋଟ ଆୟର 0.25 ପ୍ରତିଶତ କୋରୋନା ବିପକ୍ଷରେ ବ୍ୟୟ କରିବ । ତେବେ ବର୍ତ୍ତମାନର (2019-20)ର ପ୍ରଥମ ତ୍ରୈୟମାସରେ ବ୍ୟାଙ୍କର ମୋଟ ପ୍ରଫିଟ 2312 କୋଟି, ଦ୍ବିତୀୟ ତ୍ରୈୟମାସରେ 3011 କୋଟି ଓ ତୃତୀୟ ତ୍ରୈୟମାସରେ 5583 କୋଟି ଟଙ୍କା ରହିଥିଲା । ଏବେ ସୁଦ୍ଧା ବ୍ୟାଙ୍କର ମୋଟ ପ୍ରଫିଟର 0.25 ପ୍ରତିଶତ ବାହାର କଲେ 28 କୋଟି ହେବ । ଏପରି ସ୍ଥିତିରେ ସହଯୋଗ ପ୍ୟାକେଜ 28 କୋଟି ଟଙ୍କା ରହିବ ।
କୋଭିଡ-19 ମହାମାରୀ ବିରୋଧରେ ଲଢିବା ପାଇଁ ଖର୍ଚ୍ଚ ହେବାକୁ ଥିବା ଟଙ୍କା ସିଏସଆର ଫଣ୍ଡରୁ ଆସିବ । ବ୍ୟାଙ୍କ ମୁଖ୍ୟ ରୂପରେ କୋରୋନା ଆକ୍ରାନ୍ତ ଓ ସୋମନଙ୍କ ସ୍ବାସ୍ଥ୍ୟ ରକ୍ଷଣାବେକ୍ଷଣାରେ ଲାଗିପଡିଥିବା ଲୋକଙ୍କ ପାଇଁ ଏହି ଟଙ୍କା ଖର୍ଚ୍ଚ କରିବ ।