ETV Bharat / business

S&Pର ଅନୁମାନ, 9 ପ୍ରତିଶତ ସଙ୍କୁଚିତ ହେବ ଭାରତ ଅର୍ଥବ୍ୟବସ୍ଥା

author img

By

Published : Sep 14, 2020, 7:30 PM IST

କୋଭିଡ -19 ମାମଲାରେ କ୍ରମାଗତ ବୃଦ୍ଧି ହେତୁ ଘରୋଇ ଅର୍ଥନୈତିକ କାର୍ଯ୍ୟକଳାପ ସ୍ଥାଣୁ ହୋଇଯାଇଛି । ବ୍ୟକ୍ତିଗତ ଖର୍ଚ୍ଚ ଓ ନିବେଶ ଲମ୍ବା ସମୟ ଧରି ତଳମୁହାଁ ରହିଛି । ଫଳରେ ଅର୍ଥବ୍ୟବସ୍ଥା ସଙ୍କୁଚିତ ନେଇ ଆକଳନ ସଂଶୋଧନ କରୁଛନ୍ତି ଆର୍ଥିକ ଏଜେନ୍ସି । ଅଧିକ ପଢନ୍ତୁ..

S&Pର ଅନୁମାନ, 9 ପ୍ରତିଶତ ସଙ୍କୁତିତ ହେବ ଭାରତ ଅର୍ଥବ୍ୟବସ୍ଥା

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷ ଭାରତୀୟ ଅର୍ଥବ୍ୟବସ୍ଥା 9 ପ୍ରତିଶତ ଖସିପାରେ । ଏ ନେଇ ଅନୁମାନ କରିଛି ଗ୍ଲୋବାଲ ରେଟିଂ ଏଜେନ୍ସି ଏସ ଆଣ୍ଡ ପି । ସୋମବାର ଏସ ଆଣ୍ଡ ପି ଭାରତର ବୃଦ୍ଧି ହାର ଅନୁମାନକୁ ସଂଶୋଧନ କରି ନକରାତ୍ମକ 9 ପ୍ରତିଶତ କରିଛି । ପୂର୍ବରୁ ଏହି ଅନୁମାନ 5 ପ୍ରତିଶତ ରହିଥିଲା ।

ଏସ ଆଣ୍ଡ ପି ଗ୍ଲୋବାଲ ରେଟିଂ ଏସିଆ-ପାସିଫିକ ଅର୍ଥନୀତିଜ୍ଞ ବିଷ୍ଣୁତା ରାଣା କହିଛନ୍ତି ଯେ କୋଭିଡ -19 ମାମଲାରେ କ୍ରମାଗତ ବୃଦ୍ଧି ହେତୁ ଘରୋଇ ଅର୍ଥନୈତିକ କାର୍ଯ୍ୟକଳାପ ସ୍ଥାଣୁ ହୋଇଯାଇଛି । ବ୍ୟକ୍ତିଗତ ଖର୍ଚ୍ଚ ଓ ନିବେଶ ଲମ୍ବା ସମୟ ଧରି ତଳମୁହାଁ ରହିଛି ।

ପ୍ରକାଶ ଯେ, ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଜିଡିପି ହାର 23.9 ପ୍ରତିଶତ ରହିଛି । ଯାହାକି ଅନୁମାନ ଠାରୁ ବହୁ ଅଧିକ ବୋଲି ଏଜେନ୍ସି କହିଛନ୍ତି । କେବଳ ଏସ ଆଣ୍ଡ ପି ନୁହେଁ ପୂର୍ବରୁ ମୁଡିସ, କ୍ରିସଲ ଭଳି ଆର୍ଥିକ ରେଟିଂ ଏଜେନ୍ସି ଭାରତ ଅର୍ଥନୀତିକୁ ନେଇ ସଂଶୋଧିତ ଆକଳନ କରିଛନ୍ତି । ଚଳିତ ଆର୍ଥିକ ବର୍ଷ ଦେଶର ଜିଡିପି 10.5 ପ୍ରତିଶତ ରହିବ ବୋଲି ଫିଚ ଆକଳନ କରିଛି । ପୂର୍ବରୁ ଏହି ଆକଳନ 5 ପ୍ରତିଶତ ବୋଲି ଉଲ୍ଲେଖ ରହିଥିଲା । ସେହିପରି ଘରୋଇ ରେଟିଂ ଏଜେନ୍ସି ଇଣ୍ଡିଆ ରେଟିଙ୍ଗସ ଆଣ୍ଡ ରିସର୍ଚ୍ଚ ପ୍ରକାଶ କରିଛି କି , 2020-21ରେ ଭାରତର ଅଭିବୃଦ୍ଧି ହାର 11.8 ପ୍ରତିଶତ କମିବ । ପୂର୍ବରୁ ଏହାକୁ 5.3 ପ୍ରତିଶତ ଖସିବା ନେଇ ଅନୁମାନ ରହିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.