ETV Bharat / business

ସରକାରୀ ବ୍ୟାଙ୍କର 33% ଶାଖା ଗ୍ରାମାଞ୍ଚଳରେ ଅଛି: ମନ୍ତ୍ରାଳୟ

ସରକାରୀ ବ୍ୟାଙ୍କର 33 ପ୍ରତିଶତ ଶାଖା ଗ୍ରାମାଞ୍ଚଳରେ ରହିଛି । ସୋମବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏନେଇ ସୂଚନା ଦେଇଛନ୍ତି ।

ସରକାରୀ ବ୍ୟାଙ୍କର 33% ଶାଖା ଗ୍ରାମାଞ୍ଚଳରେ ଅଛି: ମନ୍ତ୍ରାଣଳୟ
author img

By

Published : Nov 25, 2019, 6:38 PM IST

ନୂଆଦିଲ୍ଲୀ: ସରକାରୀ ବ୍ୟାଙ୍କର 33 ପ୍ରତିଶତ ଶାଖା ଗ୍ରାମାଞ୍ଚଳରେ ରହିଛି । ସୋମବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏନେଇ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, 2029 ଜୁନ 30 ସୁଦ୍ଧା ସାର୍ବଜନୀନ ବ୍ୟାଙ୍କର ମୋଟ 87,526 ଶାଖା ଥିଲା । ସେଥିମଧ୍ୟରୁ 28,815(33 ପ୍ରତିଶତ) ବ୍ୟାଙ୍କ ଶାଖା ଗ୍ରାଣୀଣ କ୍ଷେତ୍ରରେ ରହିଛି । ଲୋକସଭାକୁ ଦିଆଯାଇଥିବା ଏକ ଲିଖିତ ଜବାବରେ ବିଭାଗୀୟ ମନ୍ତ୍ରାଣଳୟ ପକ୍ଷରୁ ଦର୍ଶାଇଛି ଯେ, 2016-17 ସାର୍ବଜନୀନ ବ୍ୟାଙ୍କର ମୋଟ 2,168 ଶାଖା ଖୋଲାଯାଇଛି । ଏହା ବ୍ୟତିତ 2017-18 ରେ 834 ଏବଂ 2018-19ରେ 438 ଶାଖା ଖୋଲିଛି । ସେହିପରି 2019-20 (ଜୁନ 30 ସୁଦ୍ଧା) 86 ନୂଆ ଶାଖା ଖୋଲାଯାଇଛି । ଏଭଳି ଭାବେ ଘରୋଇ ବ୍ୟାଙ୍କର ମୋଟ ଶାଖା ସଂଖ୍ୟା 32,083 ରହିଥିଲା । ଯେଉଁଥିରୁ 6,846 (21 ପ୍ରତିଶତ) ଗ୍ରାମୀଣ କ୍ଷେତ୍ରରେ ଅବସ୍ଥିକ ।

2016-17ରେ ଘରୋଇ ବ୍ୟାଙ୍କର 2,216 ଶାଖା ଖୋଲିଥିଲା ବେଳେ 2017-18ରେ1,618 ଓ 2018-19ରେ 1,684 ଶାଖା ଖୋଲିଛି । ଏଥିସହ 2019-20ରେ(ଜୁନ 30) ମୋଟ 209ଟି ଶାଖା ଖୋଲିଛି ।

ବ୍ୟାଙ୍କ ଶାଖା ବ୍ୟତିତ 2019 ଜୁନ 30 ଭିତରେ ସାର୍ବଜନୀନ ବ୍ୟାଙ୍କର ମୋଟ 1.34 ଲକ୍ଷ ଏଟିଏମ ରହିଛି । ଏଥିରେ 27,098 (20 ପ୍ରତିଶତ) ଗ୍ରାଣୀଣ ଅଞ୍ଚଳରେ ରହିଛି । ସେପଟେ ଘରୋଇ କ୍ଷେତ୍ରର ବ୍ୟାଙ୍କ ପାଖରେ 69,019 ଏଟିଏମ ଅଛି । ଯେଉଥିରେ 5,759 (8 ପ୍ରତିଶତ) ଗ୍ରାମାଞ୍ଚଳରେ ଅଛି ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.