ETV Bharat / business

ଡଲାର ତୁଳନାରେ ଟଙ୍କା 105 ପଇସା ଦୁର୍ବଳ - ଟଙ୍କାର ବିନିମୟଚ ମୂଲ୍ୟ

ଦେଶରେ ମହାମାରୀର ସଙ୍କଟ ପୁଣି ମୁଣ୍ଡ ଟେକିଲାଣି । କୋରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିଚାଲିଛି । ଆଉ ଏହି ଚିନ୍ତା ମଧ୍ୟରେ ବିଦେଶୀମୁଦ୍ରା ବିନିମୟ ବଜାରରେ ବୁଧବାର ଡଲାର ତୁଳନାରେ ଟଙ୍କା 105 ପଇସା ଦୁର୍ବଳ ହୋଇଛି । ଅଧିକ ପଢନ୍ତୁ..

Rupee plummets 105 paise to close at 74.47 against US dollar

author img

By

Published : Apr 7, 2021, 8:17 PM IST

ମୁମ୍ବାଇ: ଦେଶରେ ମହାମାରୀର ସଙ୍କଟ ପୁଣି ମୁଣ୍ଡଟେକିଲାଣି । କୋରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିଚାଲିଛି । ଆଉ ଏହି ଚିନ୍ତା ମଧ୍ୟରେ ବିଦେଶୀମୁଦ୍ରା ବିନିମୟ ବଜାରରେ ବୁଧବାର ଡଲାର ତୁଳନାରେ ଟଙ୍କା 105 ପଇସା ଦୁର୍ବଳ ହୋଇଛି ।

ଟଙ୍କାର ବିନିମୟ ମୂଲ୍ୟ ହ୍ରାସ ପରେ ଏବେ ଡଲାର ତୁଳନାରେ ଭାରତୀୟ ମୁଦ୍ରା 74.47 ରେ ବନ୍ଦ ହୋଇଛି । ଏଥିମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ବୁଧବାର ରେପୋରେଟ ସମୀକ୍ଷା ଘୋଷଣା କରି ଲଗାତାର ପଞ୍ଚମ ଥର ରେପୋରେଟ ହାର ସ୍ଥିର ରଖିବାକୁ ନିଷ୍ପତ୍ତି ନେଇଛି ।

ରିଜର୍ଭ ବ୍ୟାଙ୍କ ଏହାର ରେପୋରେଟ ଦରକୁ 4 ପ୍ରତିଶତ ହାରେର ଅପରିବର୍ତ୍ତିତ ରଖିଛି । ହେଲେ ଅନୁରୋଧ କରିଛି କି କୋଭିଡ-19 ର ଘଟଣାକ୍ରମରେ ଦେଖାଦେଇଥିବା ବୃଦ୍ଧି ଆର୍ଥିକ ବିକାଶକୁ ଅନିଶ୍ଚିତତା ଆଡକୁ ଠେଲିଦେଇଛି ।

ଅନ୍ତରବ୍ୟାଙ୍କ ବିଦେଶୀ ମୁଦ୍ରା ବିନିମୟ ବଜାରରେ ଡଲାର ତୁଳନାରେ ଟଙ୍କା 73.52 ରେ ଖୋଲିଥିଲା ବେଳେ କାରବାର ସମୟରେ 73.52 ରୁ74.50 ଟଙ୍କା ମଧ୍ୟରେ ଥିଲା । ଶେଷରେ ଡଲାର ମୁକାବିଲାରେ ଟଙ୍କା ଏହାର ପୂର୍ବ କାରବାର ତୁଳନାରେ 74.47 ରହିଛି । ପୂର୍ବ କାରବାରରେ ଟଙ୍କା 73.52 ଥିଲା ।

ଏଥିମଧ୍ୟରେ ବିଶ୍ବ ଛଅ ପ୍ରମୁଖ ମୁଦ୍ରା ତୁଳନାରେ ଡଲାରର ସ୍ଥିତିକୁ ଦର୍ଶାଉଥିବା ଡଲାର ସୂଚକାଙ୍କ 0.06 ପ୍ରତିଶତ ହ୍ରାସ ହୋଇ 92.28 ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.