ETV Bharat / business

ଟଙ୍କାର ଲମ୍ଭା ଲମ୍ଫ, ଡଲାର ଚିତପଟ୍ଟାଙ୍ଗ

author img

By

Published : Jul 2, 2020, 4:34 PM IST

ଗୁରୁବାର ଡଲାର ତୁଳନାରେ ଟଙ୍କା 56 ପଇସା ମଜବୁତ ହୋଇ 75 .04 ରେ ପହଞ୍ଚିଛି । ଘରୋଇ ବଜାରରେ ବୃଦ୍ଧି ଓ ଡଲାର ଦୁର୍ବଳ ଯୋଗୁଁ ଟଙ୍କାକୁ ସମର୍ଥନ ମିଳିଛି । ଅଧିକ ପଢନ୍ତୁ..

ଟଙ୍କାର ଲମ୍ଭା ଲମ୍ଫ , ଡଲାର ଚିତପଟ୍ଟାଙ୍ଗ
ଟଙ୍କାର ଲମ୍ଭା ଲମ୍ଫ , ଡଲାର ଚିତପଟ୍ଟାଙ୍ଗ

ମୁମ୍ବାଇ: ଆମେରିକା ମୁଦ୍ରା ଦୁର୍ବଳ ଓ ଘରୋଇ ସେୟାର ବଜାରରେ ଅଭିବୃଦ୍ଧି ଯୋଗୁଁ ଗୁରୁବାର ଭାରତୀୟ ମୁଦ୍ରା ମୁଲ୍ୟରେ ଜୋରଦାର ଅଭିବୃଦ୍ଧି ହେଇଛି । ଲମ୍ବା ଲମ୍ଫ ସହ ଡଲାର ଅଣ୍ଟା ଭାଙ୍ଗି ମଜବୁତ ଟଙ୍କା ।

ଗୁରୁବାର କାରବାର ଆରମ୍ଭ ଆଧାରେ ଡଲାର ତୁଳନାରେ ଟଙ୍କା 56 ପଇସା ବୃଦ୍ଧି ପାଇଁ 75.04 ରହିଛି । କାରବାରୀଙ୍କ କହିବା ଅନୁଯାୟୀ ଘରୋଇ ପୁଞ୍ଜି ବଦାରରେ ବୃଦ୍ଧି ଓ ଡଲାର ମୁଲ୍ୟ ହ୍ରାସ ଯୋଗୁଁ ଟଙ୍କାକୁ ସମର୍ଥନ ମିଳିଛି ।

ଔଷଧ କମ୍ପାନି ଫାଇଜର ଦ୍ବାରା କୋରୋନା ଭାଇରସ ଟୀକାର ସକରାତ୍ମକ ପରିମାଣ ମିଳିବା ପରେ ନିବେଶକଙ୍କ ଧାରଣାକୁ ବଳ ମିଳିଛି । ଫଳରେ ବଜାରରେ ଅଭିବୃଦ୍ଧି ଫେରିବା ସହ କାରବାରରେ ପ୍ରଫିଟ ବଢୁଛି ।

ଡଲାର ତୁଳନାରେ ଟଙ୍କା 75.51 ରେ କାରବାର ଆରମ୍ଭ କରିଥିଲା । ପରେ ଏହାର ମୁଲ୍ୟ ଉଛୁଳିଥିବା ନଜର ଆସିଛି । କାରବାର ଶେଷ ସୁଦ୍ଧା ଟଙ୍କାର ବିନିମୟ ମୁଲ୍ୟ 75.04 ରେ ବନ୍ଦ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.