ETV Bharat / business

ଡଲାର ଦୁର୍ବଳ, ଟଙ୍କା 12 ପଇସା ବଳବାନ

author img

By

Published : Apr 15, 2021, 10:39 PM IST

ବିଦେଶୀ ମୁଦ୍ରା ବିନିମୟ ବଜାରରେ ଗୁରୁବାର ଟଙ୍କା କାରବାର ଆରମ୍ଭରେ ହ୍ରାସ ହୋଇଥିଲାବେଳେ ଶେଷ ସୁଦ୍ଧା ଡଲାର ତୁଳନାରେ ବଳବାନ ରହିଛି । ଅଧିକ ପଢନ୍ତୁ..

ଡଲାର ଦୁର୍ବଳ, ଟଙ୍କା 12 ପଇସା ବଳବାନ
ଡଲାର ଦୁର୍ବଳ, ଟଙ୍କା 12 ପଇସା ବଳବାନ

ନୂଆଦିଲ୍ଲୀ: ଘରୋଇ ସେୟାର ବଜାରରେ ବୃଦ୍ଧି ତଥା ଅଶୋଧିତ ତୈଳ ଦାମ ହ୍ରାସ ଟଙ୍କାକୁ ଦେଇଛି ସମର୍ଥନ । ବିଦେଶୀ ମୁଦ୍ରା ବିନିମୟ ବଜାରରେ ଗୁରୁବାର ଟଙ୍କା କାରବାର ଆରମ୍ଭରେ ହ୍ରାସ ହୋଇଥିଲା ବେଳେ ଶେଷ ସୁଦ୍ଧା ଡଲାର ତୁଳନାରେ ବଳବାନ ରହିଛି । ଡଲାର ତୁଳନାରେ ଟଙ୍କା 12 ପଇସା ମଜବୁତ ହୋଇ 74.93 ରହିଛି ।

ଅନ୍ତରବ୍ୟାଙ୍କ ବିଦେଶୀ ମୁଦ୍ରା ବଜାରେର ଡଲାର ତୁଳନାରେ ଟଙ୍କା ଦୁର୍ବଳ ହୋଇ 75.19 ରେ ଖୋଲିଥିଲା । ପରେ ଟଙ୍କା ସୁଧୁରିଛି । କାରବାର ଶେଷ ସୁଦ୍ଧା ଟଙ୍କା ପୂର୍ବ କାରବାର ବନ୍ଦ (75.33 ଟଙ୍କା) ମୂଲ୍ୟ ତୁଳନାରେ 12 ପଇସା ସୁଦୃଢ ହୋଇ 74.93 ରେ ବନ୍ଦ ହୋଇଛି ।

କାରବାର ସମୟରେ ଟଙ୍କା ଦିନର ସର୍ବୋଚ୍ଚ ସ୍ତର 74.92 ଓ ସର୍ବନିମ୍ନ ସ୍ତର 75.33କୁ ଛୁଇଁଥିଲା ।

ଗୁରୁବାର ବିଶ୍ବ ବଜାରରେ ବ୍ରେଣ୍ଟ କ୍ରୁଡ ଅଶୋଧିତ ତୈଳ ବ୍ୟାରେଲ ପ୍ରତି 0.36 ପ୍ରତିଶତ କ୍ଷତିର ସହ 66.34 ଡଲାର ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.