ETV Bharat / business

ଦେଶରେ ସିବିଜି ପ୍ଲାଣ୍ଟ ସ୍ଥାପନ ପାଇଁ ଖର୍ଚ୍ଚ ହେବ 2 ଲକ୍ଷ କୋଟି ଟଙ୍କା - compressed bio-gas plants

ମୋଟ 5,000 କମ୍ପ୍ରେସଡ୍ ବାୟୋ-ଗ୍ୟାସ୍ (ସିବିଜି) ପ୍ଲାଣ୍ଟ ଲଗାଇବା ପାଇଁ ପାଖାପାଖୀ 2 ଲକ୍ଷ କୋଟି ଟଙ୍କା ନିବେଶ ହେବ । ସିବିଜି ପ୍ଲାଣ୍ଟରୁ ଉତ୍ପାଦିତ ଗ୍ୟାସର ବ୍ୟବହାର ଗାଡିର ଇନ୍ଧନ ଭାବେ କରାଯାଇପାରିବ । ଅଧିକ ପଢନ୍ତୁ..

ଦେଶରେ ସିବିଜି ପ୍ଲାଣ୍ଟ ସ୍ଥାପନ ପାଇଁ ଖର୍ଚ୍ଚ ହେବ 2 ଲକ୍ଷ କୋଟି ଟଙ୍କା

author img

By

Published : Nov 20, 2020, 11:00 PM IST

ନୂଆଦିଲ୍ଲୀ: ଦେଶରେ ବାୟୋ ଏବଂ ଫସଲ ଅବଶିଷ୍ଟାଂଶରୁ ଗ୍ୟାସ ଉତ୍ପାଦନ ପାଇଁ 5000 ପ୍ଲାଣ୍ଟ ସ୍ଥାପନ କରାଯିବ । ଏଥିପାଇଁ 2 ଲକ୍ଷ କୋଟି ଟଙ୍କା ନିବେଶ କରାଯିବ। ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଏ ନେଇ କହିଛନ୍ତି ।

ଶସ୍ତା ଏବଂ ସ୍ବଚ୍ଛ ପରିବହନ ଇନ୍ଧନର ଉପଲବ୍ଧତା ବୃଦ୍ଧି ପାଇଁ 900 କମ୍ପ୍ରେସଡ୍ ବାୟୋ-ଗ୍ୟାସ୍ (ସିବିଜି) ପ୍ଲାଣ୍ଟ ସ୍ଥାପନ କରିବାକୁ ଆଦାନୀ ଗ୍ୟାସ ଏବଂ ଟୋରେଣ୍ଟ ଗ୍ୟାସ ଭଳି କମ୍ପାନୀଗୁଡିକ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି ।

ସରକାରୀ ବିବୃତ୍ତି ଅନୁଯାୟୀ, ସଷ୍ଟେନେବୁଲ ଅଲଟରନେଟିଭ ଟୁଆର୍ଡ୍ସ ଆଫର୍ଡେବେଲ ଟ୍ରାନ୍ସପୋର୍ଟେସନ (ଏସଏଟିଏଟି) ପଦକ୍ଷେପ ଅଧିନରେ ସରକାର 2023-24 ଯାଏଁ 5000 ସିବିଜି ପ୍ଲାଣ୍ଟ ସ୍ଥାପନ ଉପରେ ଧ୍ୟାନ ଦିଆଯାଉଛି । ଏହା ଜରିଆରେ 1.5 କୋଟି ଟନ ଗ୍ୟାସ ଉତ୍ପାଦନର ଲକ୍ଷ୍ୟ ରହିଛି ।

ଏହି ଅବସରରେ ପ୍ରଧାନ କହିଛନ୍ତି , ‘‘ ଆମେ ଏସଏଟିଏଟି ପାଇଁ ରୂପରେଖ ପ୍ରସ୍ତୁତ କରିଛୁ । 600 ସିବିଜି ପାଇଁ ଆଶାୟୀ ପତ୍ର ପ୍ରଥମରୁ ହିଁ ଦିଆଯାଇସାରିଛି । ଆଜି 900 ପ୍ଲାଣ୍ଚ ପାଇଁ ଏମଓୟୁ ଉପରେ ହସ୍ତାକ୍ଷର କରାଯାଇଛି । ମୋଟ 1500 ସିବିଜି ପ୍ଲାଣ୍ଟ କାର୍ଯ୍ୟକାରୀ ବିଭିନ୍ନ ପର୍ଯ୍ୟାୟରେ ରହିଛି । ତେବେ ସ୍ବାକ୍ଷର ହୋଇଥିବା 900 ପ୍ଲାଣ୍ଟରେ 30,000 କୋଟି ଟଙ୍କା ଆନୁମାନିକ ନିବେଶ କରାଯିବ । ମୋଟ 5,000 ସିବିଜି ପ୍ଲାଣ୍ଟ ଲଗାଇବା ପାଇଁ ପାଖାପାଖୀ 2 ଲକ୍ଷ କୋଟି ଟଙ୍କା ନିବେଶ ହେବ । ସିବିଜି ପ୍ଲାଣ୍ଟରୁ ଉତ୍ପାଦିତ ଗ୍ୟାସର ବ୍ୟବହାର ଗାଡିର ଇନ୍ଧନ ଭାବେ କରାଯାଇପାରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.