ETV Bharat / business

ଜୁନରେ 6.09 ପ୍ରତିଶତ ବଢିଛି ଖୁଚୁରା ମୁଦ୍ରାସ୍ପୀତି

author img

By

Published : Jul 14, 2020, 12:56 PM IST

କୋରୋନା ସଙ୍କଟ ଓ କଟକଣା ମଧ୍ୟରେ ମହଙ୍ଗା ଖାଦ୍ୟ ସାମଗ୍ରୀ । ଏଥିଯୋଗୁଁ ଜୁନ ମାସରେ ଖୁଚୁରା ମୁଦ୍ରାସ୍ପୀତି ବୃଦ୍ଧି ପାଇ 6.09 ପ୍ରତିଶତରେ ପହଞ୍ଚିଛି । ଅଧିକ ପଢନ୍ତୁ..

ଜୁନରେ ଖୁଚୁରା ମୁଦ୍ରାସ୍ପୀତି  6.09 ପ୍ରତିଶତକୁ ବଢିଛି

ନୂଆଦିଲ୍ଲୀ: ଖାଦ୍ୟସାମଗ୍ରୀ ମହଙ୍ଗା ହେବା ଦ୍ବାରା ଖୁଚୁରା ମୁଦ୍ରାସ୍ପୀତି ଜୁନ ମାସରେ ବୃଦ୍ଧି ପାଇ 6.09 ପ୍ରତିଶତରେ ପହଞ୍ଚିଛି । ସୋମବାର ଏନେଇ ରିପୋର୍ଟ ପ୍ରକାଶ ପାଇଛି ।

ରିପୋର୍ଟ ମୁତାବକ, ଗତ ମାସରେ ଖାଦ୍ୟ ମୁଦ୍ରାସ୍ପୀତି ବଢି 7.87 ପ୍ରତିଶତକୁ ଛୁଇଁଥିଲା । ଗତ ବର୍ଷ ଜୁନ ମାସରେ ଉପଭୋକ୍ତା ମୁଲ୍ୟ ସୂଚକାଙ୍କ ଆଧାରିତ ମହଙ୍ଗା ଦର 3.18 ପ୍ରତିଶତ ଥିଲା ।

ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତିରେ କହିଛି କି ମୁଦ୍ରାସ୍ପୀତି ରିପୋର୍ଟ ମହାମାରୀ ପ୍ରତିବନ୍ଧକ ମଧ୍ୟରେ ସୀମିତ ସଂଖ୍ୟକ ବଜାରରୁ ସଂଗୃହିତ ତଥ୍ୟ ଉପରେ ଆଧାରିତ । ବିବୃତ୍ତି ଅନୁଯାୟୀ, ଯେଉଁ ତଥ୍ୟ ନିଆଯାଇଛି, ତାହା ରାଜ୍ୟ ସ୍ତରରେ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ର ଆକଳନ ସୃଷ୍ଟି ପାଇଁ ପର୍ଯ୍ୟାପ୍ତ ମାନଦଣ୍ଡ ପୂରଣ କରୁନାହିଁ।

ପ୍ରକାଶ ଯେ, କୋରୋନା ଭାଇରସ ଲକଡାଉନ ଯୋଗୁଁ ଏପ୍ରିଲ ଓ ମେ ମାସର ସମ୍ପୁର୍ଣ୍ଣ ସିପିଆଇ ରିପୋର୍ଟ ସରକାର ଜାରି କରିନାହାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.