ETV Bharat / business

ରିଲାଏନ୍ସର ପଞ୍ଚମ ବଡ ଚୁକ୍ତି: ଜିଓରେ 11,367 କୋଟି ଟଙ୍କା ନିବେଶ କରିବ KKR - Reliance KKR deal

ଏସିଆର ସବୁଠୁ ବଡ ନିବେଶକ କେକେଆର ଜିଓ ପ୍ଲାର୍ଟଫର୍ମରେ 11,367 କୋଟି ଟଙ୍କା ନିବେଶ କରିବ । ଏ ନେଇ ଶୁକ୍ରବାର ରିଲାଏନ୍ସ ପକ୍ଷରୁ ଘୋଷଣା କରାଯାଇଛି । ଅଧିକ ପଢନ୍ତୁ..

Reliance
ରିଲାଏନ୍ସର ପଞ୍ଚମ ବଡ ଚୁକ୍ତି: ଜିଓରେ 11,367 କୋଟି ଟଙ୍କା ନିବେଶ କରିବ KKR
author img

By

Published : May 22, 2020, 3:18 PM IST

ନୂଆଦିଲ୍ଲୀ: ଆମେରିକା କମ୍ପାନୀ କେକେଆରକୁ 11,367 କୋଟି ଟଙ୍କାରେ ଜିଓ ପ୍ଲାର୍ଟଫର୍ମର 2.32 ପ୍ରତିଶତ ଅଂଶଧନ ବିକ୍ରି କରିବ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ । ଶୁକ୍ରବାର ଏ ନେଇ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି । ବିଗତ 1 ମାସରେ ମୁକେଶ ଅମ୍ବାନୀଙ୍କ କମ୍ପାନୀ ଦ୍ବାରା କରାଯାଇଥିବା ଏହା ପଞ୍ଚମ ବଡ ଚୁକ୍ତି ।

Reliance strikes 5th deal, sells 2.32% in Jio Platforms for Rs 11,367 crore to KKR
ରିଲାଏନ୍ସର ପଞ୍ଚମ ବଡ ଚୁକ୍ତି

କେକେଆରର ଏହି ଚୁକ୍ତିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଡିଜିଟାଲ କାରବାର ୟୁନିଟ ଜିଓ ପ୍ଲାର୍ଟଫର୍ମର ସେୟାର ଦାମ ହିସାବ ମୋଟ 4.91 ଲକ୍ଷ କୋଟି ଟଙ୍କା ରହିଛି ।

ପାଖାପାଖି 1 ମାସ ତଳେ ରିଲାଏନ୍ସରେ 43 ହଜାର କୋଟିରୁ ଉର୍ଦ୍ଧ୍ବ ଟଙ୍କା ନିବେଶ ପାଇଁ ଫେସବୁକ ସିଇଓ ମାର୍କ ଜୁକରବର୍ଗ ଘୋଷଣା କରିଥିଲେ । ଏହିପରି ଭାବେ ମୋଟ 5 ବଡ ନିବେଶକ ଜିଓ ପ୍ଲାର୍ଟଫର୍ମରେ ମୋଟ 78,562 କୋଟି ଟଙ୍କା ନିବେଶ କରିଛନ୍ତି ।

ଫେସବୁକ ପରେ ବିଶ୍ବର ଅଗ୍ରଣୀ ନିବେଶକ ଆମେରିକୀୟ କମ୍ପାନୀ ସିଲଭର ଲେକ ଜିଓରେ ୫୬୫୫.୭୫ କୋଟି ଟଙ୍କାର ନିବେଶ କରିଛି । ସେହିପରି ବିସ୍ତରା ଇକ୍ୟୁଟି ପାର୍ଟନର, ଜେନରାଲ ଆଣ୍ଟଲାଟିକ ଓ କେକେଆର କମ୍ପାନୀ ଏବେ ନିବେଶ କରିଛି ।

ଏସିଆରେ କେକେଆର ସବୁଠୁ ବଡ ନିବେଶକ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ କହିଛନ୍ତି ଯେ, ‘‘ ଦୁନିଆର ସବୁଠୁ ସମ୍ମାନିତ ଆର୍ଥିକ ନିବେଶକ ମଧ୍ୟରୁ ଗୋଟିଏ କେକେଆର । ଆଉ କେକେଆର ସହ ଏହି ଚୁକ୍ତିକୁ ସ୍ବାଗ ତରିବା ସହ ମତେ ବହୁତ ପ୍ରଶନ୍ନତା ମିଳିଛି । କେକେଆର ଆମର ଏଇ ଭାରତୀୟ ଡିଜିଟାଲ ଇକୋ ସିଷ୍ଟମରେ ପରିବର୍ତ୍ତନ ଯାତ୍ରାରେ ଆମର ସହଯୋଗୀ ସାଜିବ । ଏହା ସମସ୍ତ ଭାରତୀୟଙ୍କ ପାଇଁ ଲାଭଦାୟକ ହେବ | ଭାରତରେ ଏକ ପ୍ରମୁଖ ଡିଜିଟାଲ୍ ସୋସାଇଟି ଗଠନ ପାଇଁ ଆମର ମହତ୍ବପୂର୍ଣ୍ଣ ଲକ୍ଷ୍ୟରେ କେକେଆର ଅଂଶୀଦାର ହୋଇଛି । ଏକ ଗୁରୁତ୍ୱପୂର୍ଣ୍ଣ ଭାଗୀଦାର ସହ କେକେଆର ଟ୍ରାକ ରେକର୍ଡ ଚମତ୍କାର ।

ଜିଓର ଦୃଷ୍ଟିକୋଣ ହେଉଛି ସମଗ୍ର ଭାରତରେ ୧.୩ ବିଲିୟନ ଲୋକ ଏବଂ ବ୍ୟବସାୟ, ବିଶେଷକରି ଛୋଟ ବ୍ୟବସାୟୀ, ମାଇକ୍ରୋ ବ୍ୟବସାୟ ଏବଂ କୃଷକମାନଙ୍କ ପାଇଁ ଏକ ଡିଜିଟାଲ୍ ଇଣ୍ଡିଆକୁ ସକ୍ଷମ କରିବା। ଜିଓ ଭାରତୀୟ ଡିଜିଟାଲ୍ ସେବା କ୍ଷେତ୍ରରେ ପରିବର୍ତ୍ତନଶୀଳ ପରିବର୍ତ୍ତନ ଆଣିଛି ଏବଂ ଭାରତକୁ ବିଶ୍ୱ ର ଟେକ୍ନୋଲୋଜି ନେତା ତଥା ବିଶ୍ୱ ର ଅଗ୍ରଣୀ ଡିଜିଟାଲ୍ ଅର୍ଥନୀତି ମଧ୍ୟରେ ପଥରେ ଆଗେଇ ନେଇଛି।

ଜିଓ ଭାରତୀୟ ଡିଜିଟାଲ୍ ସେବା କ୍ଷେତ୍ରରେ ପରିବର୍ତ୍ତନଶୀଳ ପରିବର୍ତ୍ତନ ଆଣିଛି ଏବଂ ଭାରତକୁ ବିଶ୍ୱ ର ଟେକ୍ନୋଲୋଜି ନେତା ତଥା ବିଶ୍ୱ ର ଅଗ୍ରଣୀ ଡିଜିଟାଲ୍ ଅର୍ଥନୀତି ମଧ୍ୟରେ ପଥରେ ଆଗେଇ ନେଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.