ETV Bharat / business

ସେପ୍ଟେମ୍ବରରେ ଘରୋଇ ବିମାନ ଯାତ୍ରୀଙ୍କ ସଂଖ୍ୟା ସୁଧୁରୁଛି: ଇକ୍ରା - domestic air passenger

ଇକ୍ରାର ଭାଇସ ପ୍ରେସିଡେଣ୍ଟ କିଞ୍ଜଲ ଶାହ କହିଛନ୍ତି କି ଲକଡାଉନ ପରେ ମେ 25ରେ ଯେବେ ଘରୋଇ ଉଡାଣ ପରିଚାଳନା ଆରମ୍ଭ କରାଗଲା, ସେତେବେଳେ ପ୍ରଥମ 416 ବିମାନ ଚାଲିଲା । ସେପ୍ଟେମ୍ବର 28 ସୁଦ୍ଧା ଏହି ସଂଖ୍ୟା ବଢି 1,488 ହୋଇଛି । ଅଧିକ ପଢନ୍ତୁ..

ସେପ୍ଟେମ୍ବରରେ ଘରୋଇ ବିମାନ ଯାତ୍ରୀଙ୍କ ସଂଖ୍ୟା ସୁଧୁରୁଛି : ଇକ୍ରା

author img

By

Published : Oct 5, 2020, 10:56 PM IST

ମୁମ୍ବାଇ: ଅନଲକ ପର୍ଯ୍ୟାୟ କ୍ରମାଗତ ବଢିବା ସହ ବିମାନ ଶିଳ୍ପରେ ସୁଧାର ଦେଖିବାକୁ ମିଳିଛି । ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିଲା ବେଳେ ବିମାନ ଉଡାଣ ମଧ୍ୟ ବଢୁଛି । ଏହି କ୍ରମରେ ସେପ୍ଟେମ୍ବରରେ ଘରୋଇ ବିମାନ ଯାତ୍ରୀଙ୍କ ସଂଖ୍ୟାରେ ସୁଧାର ଜାରି ରହିଛି । ମାସିକ ଆଧାରରେ ଅଗଷ୍ଟ ତୁଳନାରେ ଏଥିରେ 37ରୁ 39 ପ୍ରତିଶତ ବୃଦ୍ଧି ରେକର୍ଡ ହୋଇଛି ।

ରେଟିଂ ଏଜେନ୍ସି ଇକ୍ରା ଅନୁସାରେ, ଯଦିଓ ବାର୍ଷିକ ଆଧାରରେ ସେପ୍ଟେମ୍ବରରେ ଘରୋଇ ଯାତ୍ରୀଙ୍କ ସଂଖ୍ୟାରେ ପାଖାପାଖୀ 60 ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି ।

ଇକ୍ରା ଅନୁସାରେ ଘରୋଇ ବିମାନ କମ୍ପାନୀ ମଧ୍ୟ ନିଜ କ୍ଷମତାର ବିସ୍ତାର କରିଛି । ସେପ୍ଟେମ୍ବରରେ କମ୍ପାନୀ ପ୍ରାୟ 46 ପ୍ରତିଶତ କ୍ଷମତା ସହ କାମ କରିଛି । ଯାହାକି ଅଗଷ୍ଟରେ 33 ପ୍ରତିଶତ ଥିଲା । ବେସମାରିକ ବିମାନ ମନ୍ତ୍ରାଳୟ ଜୁନରେ କମ୍ପାନୀକୁ ସେମାନଙ୍କ କ୍ଷମତା 45 ପ୍ରତିଶତ ପର୍ଯ୍ୟନ୍ତ ବଢାଇବାକୁ ଅନୁମତି ଦେଇଥିଲା । ଏହା ଜୁନ 27ରୁ କାର୍ଯ୍ୟକାରୀ ହୋଇଥିଲା । ଏହା ପରେ ସେପ୍ଟେମ୍ବର 2ରେ ଏହାକୁ ସମ୍ପ୍ରସାରିତ କରି 60 ପ୍ରତିଶତ କରିଦିଆଯାଇଥିଲା ।

ଏହା ବ୍ୟତିତ ମନ୍ତ୍ରାଳୟ ଅଗଷ୍ଟ ଶେଷରେ ବିମାନ କମ୍ପାନୀଙ୍କ ପାଇଁ ଆହୁରି ଅନେକ ରିଲିଫ ଘୋଷଣା କରିଛି । ଏଥିରେ ଯାତ୍ରୀଙ୍କୁ ଯାତ୍ରା ମଧ୍ୟରେ ଭୋଜନ ଦେବା, ପ୍ୟାକେଜ ଖାଦ୍ୟ ଓ ପାନୀୟ ଯୋଗାଇବା ଏବଂ ମନୋରଞ୍ଜନ ସେବା ଉପଲବ୍ଧ ପାଇଁ ମଧ୍ୟ ଅନୁମତି ଦେଇଛି ।

ଇକ୍ରାର ଭାଇସ ପ୍ରେସିଡେଣ୍ଟ କିଞ୍ଜଲ ଶାହ କହିଛନ୍ତି କି ଲକଡାଉନ ପରେ ମେ 25ରେ ଯେବେ ଘରୋଇ ଉଡାଣ ପରିଚାଳନା ଆରମ୍ଭ କରାଗଲା, ସେତେବେଳେ ପ୍ରଥମ 416 ବିମାନ ଚାଲିଲା । ସେପ୍ଟେମ୍ବର 28 ସୁଦ୍ଧା ଏହି ସଂଖ୍ୟା ବଢି 1,488 ହୋଇଛି ।

ସେପ୍ଟେମ୍ବରରେ ପ୍ରତିଦିନ ହାରାହାରୀ 1,311 ଉଡାଣ ପରିଚାଳନା ଆରମ୍ଭ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.