ETV Bharat / business

ଆରବିଆଇକୁ ଏନପିଏ ଚିନ୍ତା, ଜାରି କରିବ ନୂଆ ସର୍କୁଲାର - Lok Sabha

ସୁପ୍ରିମ କୋର୍ଟଙ୍କ ଝଟକା ପରେ ଅନାଦେୟ (ଏନପିଏ) ଋଣ ସମାଧାନ ପାଇଁ ନିର୍ବାଚନ କମିଶନଙ୍କ ଅନୁମତି ଲୋଡିଲା ଆରବିଆଇ । ନିର୍ବାଚନ ଫଳାଫଳ ପୂର୍ବରୁ ଏନପିଏ ସମ୍ବନ୍ଧିୟ ନୂଆ ଗାଇଡଲାଇନ ଜାରି କରିବ ଆରବିଆଇ ।

ପ୍ରତିକାତ୍ମକ ଫଟୋ
author img

By

Published : Apr 30, 2019, 10:46 PM IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଝଟକା ପରେ ଆରବିଆଇର ସାହାରା ନିର୍ବାଚନ କମିଶନର । ନିର୍ବାଚନ ଫଳାଫଳ ବାହାରିବା ପୂର୍ବରୁ ଅନାଦେୟ (ଏନପିଏ) ଋଣ ସମାଧାନ ପାଇଁ ମାଗିବେ ଅନୁମତି । ଆଚରଣ ବିଧି ଲାଗୁ ହେବା ଯୋଗୁଁ ନୂଆ ନିୟମ ପ୍ରଣୟନ ପାଇଁ ଯୋଜନା କରୁଛି ଆରବିଆଇ ।

ଏନପିଏ ଭାରରରେ ବ୍ୟାଙ୍କ ଗୁଡିକ ଦବି ହୋଇପଡିଥିବାରୁ ବଢିବାରେ ଲାଗିଛି ସୁଧହାର । ଏଥିସହ ଋଣ ପରିସୀମା ମଧ୍ୟ କମିବାରେ ଲାଗିଛି । ଯେଉଁଥିପାଇଁ ବ୍ୟାଙ୍କମାନଙ୍କୁ ବିଭିନ୍ନ ଆର୍ଥିକ ସମସ୍ୟା ଭୋଗିବାକୁ ପଡୁଥିବା ବେଳେ ଗ୍ରହକଙ୍କୁ ଭାରୀ ସୁଧହାର ମୁଣ୍ଡେଇବାକୁ ପଡୁଛି । ଏହାକୁ ନଜରରେ ରଖି ଆରବିଆଇ ଏ ନେଇ ଫେବୃଆରୀ 12ରେ ଏକ ସର୍କୁଲାର ଜାରି କରିଥିଲେ । କିନ୍ତୁ ରେଗୁଲେସନ ଆକ୍ଟ ଧାରା 35A ଅନୁଯାୟୀ ଆରବିଆଇ ନିଷ୍ପତ୍ତି ଉପରେ ରୋକ ଲଗାଇଦେଇଥିଲେ ।

ଏବେ ପୁଣି ଥରେ ଏକ ନୂଆ ନିୟମ ପ୍ରସ୍ତୁତ କରି ଆରବିଆଇ ତାହାକୁ ପ୍ରଣୟନ କରିବାକୁ ଚାହୁଁଛି । ହେଲେ ଯେହେତୁ ଏବେ ନିର୍ବାଚନ ଚାଲିଛି । ଆଉ ଆଚରଣ ବିଧି ମଧ୍ୟ ଲାଗୁ ସରିଛି । ଏଣୁ ସରକାରୀ ଭାବେ କୌଣସି ନୂଆ ନିଷ୍ପତ୍ତି କିମ୍ବା ନିୟମ ଲାଗୁ କରାଯାଇପାରିବ ନାହିଁ । ଏଣୁ ଏନପିଏ ସମ୍ବନ୍ଧୀୟ ନୂଆ ଗାଇଡଲାଇନ ଜାରି କରିବା ପୂର୍ବରୁ ନିର୍ବାଚନ କମିଶନରଙ୍କ ଅନୁମତି ନେବାକୁ ପଡିବ ବୋଲି ଜଣାପଡିଛି । ତେବେ ଦେଶର ଅର୍ଥନୈତିକ ସୁଧାର ପାଇଁ କୌଣସି ନୂଆ ନିଷ୍ପତ୍ତି ଆଦର୍ଶ ଆଚରଣ ବିଧି ଠାରୁ ଉପରେ ବୋଲି ଦର୍ଶାଇଯାଇଛି ।

2000 କୋଟି ଋଣ ଖିଲାପକାରୀଙ୍କୁ ଆଇବିସି ଅଧିନରେ ଦେବାଳିଆ ଘୋଷଣା କରାଯିବା ନେଇ ଆରବିଆଇ ଫେବୃଆରୀ 12ରେ ସର୍କୁଲାର ଜାରି କରିଥିଲା । ଏହା କାର୍ଯ୍ୟକାରୀ ହୋଇଥିଲେ ଚିନି, ସାର ଆଦି ଅଣସଂଗଠିତ କ୍ଷେତ୍ରଗୁଡିକୁ ଅଧିକ କ୍ଷତି ସହିବାକୁ ପଡିଥାନ୍ତା ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.