ETV Bharat / business

ୟେସ ବ୍ୟାଙ୍କ ଖାତାଧାରୀଙ୍କୁ RBIର ଝଟକା, ମାସକୁ ଉଠାଣ ସୀମା 50 ହଜାର - ୟେସ ବ୍ୟାଙ୍କ ଖାତାଧାରୀଙ୍କୁ RBIର ଝଟକା

ୟେସ ବ୍ୟାଙ୍କ ଖାତାଧାରୀଙ୍କୁ ରିଜର୍ଭ ବ୍ୟାଙ୍କର ଝଟକା । ମାସକୁ କେବଳ 50 ହଜାର ପର୍ଯ୍ୟନ୍ତ ଟଙ୍କା ଉଠାଇବା ନେଇ ନିର୍ଦ୍ଦେଶ । ଅଧିକ ପଢନ୍ତୁ...

ୟେସ ବ୍ୟାଙ୍କ ଖାତାଧାରୀଙ୍କୁ RBIର ଝଟକା, ମାସକୁ ଉଠାଣ ସୀମା 50 ହଜାର

author img

By

Published : Mar 5, 2020, 11:47 PM IST

ନୂଆଦିଲ୍ଲୀ: ଯଦି ଆପଣ ୟେସ ବ୍ୟାଙ୍କର ଗ୍ରହକ ହୋଇଥାନ୍ତି ତେବେ ଏହା ଆପଣଙ୍କ ପାଇଁ ଝଟକା ଦେବା ଭଳି ଖବର ହୋଇପାରେ । ୟେସ ବ୍ୟାଙ୍କରୁ 50 ହଜାର ପର୍ଯ୍ୟନ୍ତ ଟଙ୍କା ଉଠାଣର ସୀମା ନିର୍ଦ୍ଧାରଣ ପାଇଁ ନିର୍ଦ୍ଦେଶ ଦେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ସୂଚନା ଅନୁସାରେ ଆରବିଆଇ ଆଗାମୀ 1 ମାସ ପର୍ଯ୍ୟନ୍ତ ଏହି ଆଦେଶ ଦେଇଛି । ଅର୍ଥାତ ୟେସ ବ୍ୟାଙ୍କର ଗ୍ରାହକ 1 ମାସ ଯାଏଁ ନିଜ ଖାତାରୁ 50 ହଜାର ପର୍ଯ୍ୟନ୍ତ ହିଁ ଟଙ୍କା ଉଠାଇ ପାରିବେ । ଏହା ବ୍ୟତିତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ପୂର୍ବତନ ସିଏଫଓ ପ୍ରଶାନ୍ତ କୁମାରଙ୍କୁ ୟେସ ବ୍ୟାଙ୍କର ପ୍ରଶାସକ ନିଯୁକ୍ତ କରାଯାଇଛି ।

ୟେସ ବ୍ୟାଙ୍କର ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ରିଜର୍ଭ ବ୍ୟାଙ୍କ ଏଭଳି ପଦକ୍ଷେପ ନେଇଛନ୍ତି । ଗତ କିଛି ଦିନ ହେବ ୟେସ ବ୍ୟାଙ୍କ ଫଣ୍ଡକୁ ନେଇ ସଙ୍ଘର୍ଷ କରିଚାଲିଛି । ଅନ୍ୟପକ୍ଷେ ଏହାପୂର୍ବରୁ ଖବର ଆସିଥିଲା ଯେ ସରକାର ଦେଶର ସବୁଠୁ ବଡ ବ୍ୟାଙ୍କ ଏସବିଆଇକୁ ୟେସ ବ୍ୟାଙ୍କର ଶେୟାର କିଣିବାକୁ କହିଛନ୍ତି ।

ପାଖାପାଖି 15 ବର୍ଷ ପୂର୍ବରୁ ଆରମ୍ଭ ହୋଇଥିବା ୟେସ ବ୍ୟାଙ୍କର ବର୍ତ୍ତମାନ ଆର୍ଥିକ ସ୍ଥିତି ଠିକ ନାହିଁ । ଏହା ଏବେ ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ସ୍ଥିତି ଏତେ ଖରାପ ଆଡକୁ ଗତି କରିଛି ଯେ ଗତ 15 ମାସ ମଧ୍ୟରେ ବ୍ୟାଙ୍କର ନିବେଶକଙ୍କ ପାଖାପାଖି 90 ପ୍ରତିଶତ କ୍ଷତି ହୋଇସାରିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.