ETV Bharat / business

ୟେସ ବ୍ୟାଙ୍କକୁ 60 ହଜାର କୋଟି ଦେଲା ଆରବିଆଇ

author img

By

Published : Mar 20, 2020, 9:16 AM IST

ୟେସ ବ୍ୟାଙ୍କକୁ ବୁଷ୍ଟର ଦେବା ପାଇଁ ଅଣ୍ଟା ଭିଡିଲା ଭାରତୀୟ ରିଜର୍ଭ ବ୍ୟାଙ୍କ । ନଗଦ ସମସ୍ୟାରୁ ମୁକୁଳିବା ପାଇଁ ୟେସ ବ୍ୟାଙ୍କକୁ 60 ହଜାର କୋଟି ଟଙ୍କା ଋଣ ସୁବିଧା ଉପଲବ୍ଧ କରିଛି ଆରବିଆଇ ।

RBI said to  extend rs 60000 crore credit line to yes bank
ୟେସ ବ୍ୟାଙ୍କକୁ 60 ହଜାର କୋଟି ଦେଲା ଆରବିଆଇ

ନୂଆଦିଲ୍ଲୀ: ନଗଦ ସମସ୍ୟାରୁ ମୁକୁଳିବା ପାଇଁ 60 ହଜାର କୋଟି ଟଙ୍କା ଋଣ ସୁବିଧା ଉପଲବ୍ଧ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଏହା ଦ୍ବାରା ୟେସ ବ୍ୟାଙ୍କ ତାର ଜମାକର୍ତ୍ତାଙ୍କ ପ୍ରତି ଥିବା ଦାୟିତ୍ବରୁ ସହଜରେ ପୂରଣ କରିପାରିବ ।

ସୋମବାର ସାମ୍ବାଦିକ ସମ୍ମିଳନୀରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ କହିଥିଲେ ଯେ, ୟେସ ବ୍ୟାଙ୍କ ଉପରେ ପ୍ରତିବନ୍ଧକ ହଟିବା ପରେ ଆବଶ୍ୟକ ପଡିଲେ ନଗଦ ଯୋଗାଇବେ କହିଥିଲେ । ଆରବିଆଇ ଅଧିନିୟମ, 1934 ଧାରା 17 ଅନୁଯାୟୀ, କେନ୍ଦ୍ରୀୟ ବ୍ୟାଙ୍କ କୌଣସି ମଧ୍ୟ ଅଂଶଧନ ପାଣ୍ଠି ଏବଂ ସିକ୍ୟୁରିଟି (ଅଚଳ ସମ୍ପତ୍ତିକୁ ବାଦ ଦେଇ) କୁ ବନ୍ଧକ ରଖି ଋଣ ଭାବେ ନଗଦ ସୁବିଧା ଉପଲବ୍ଧ କରାଯାଇପାରିବ ।

ସୂଚନା ଅନୁସାରେ ଆରବିଆଇର ଆକଳନରୁ ଜଣାପଡିଛି ଯେ, ୟେସ ବ୍ୟାଙ୍କ ସମ୍ମୁଖରେ ନଗଦ ସମସ୍ୟା ଆସିପାରେ , କିନ୍ତୁ ଋଣ ପରିଶୋଧରେ ସମସ୍ୟା କିମ୍ବା ଅନ୍ୟ କୌଣସି ଅସୁବିଧା ନାହିଁ । ତେବେ ଆରବିଆଇରୁ ଋଣ ନେବା ପାଇଁ କିଛି ସର୍ତ୍ତ ରହିଛି । ଆରବିଆଇ ଋଣ ପାଇଁ ଶେଷ ପନ୍ଥା । ଏଣୁ ଏଭଳି ସ୍ଥିତିରେ ସର୍ତ୍ତ ରହିଛି ୟେସ ବ୍ୟାଙ୍କ ପ୍ରଥମେ ନିଜ ଆବଶ୍ୟକତା ପୂରଣ ପାଇଁ ତୁରନ୍ତ ଉପଲବ୍ଧ ନଗଦ ସମ୍ପତ୍ତି ବ୍ୟବହାର କରିବ | ଏହା ପରେ ଦରକାର ପଡିଲେ ରିଜର୍ଭ ବ୍ୟାଙ୍କର ଏହି ପାଣ୍ଠିକୁ ଉପଯୋଗ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.