ETV Bharat / business

ଆହୁରି କମିବ ସୁଧହାର! ଅକ୍ଟୋବର 4ରେ ହେବ ଘୋଷଣା

author img

By

Published : Sep 30, 2019, 2:17 PM IST

ଲଗାତର 5ମ ଥର ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ସୁଧହାର ଶସ୍ତା ନେଇ ଆଲୋଚନା କରୁଛି । ଆଗକୁ ପର୍ବପର୍ବାଣୀ ଥିବାରୁ ଦେଶର ଅର୍ଥବ୍ୟବସ୍ଥାକୁ ଗତିଶୀଳ କରିବା ପାଇଁ ଆରବିଆଇର ମୁଦ୍ରାନୀତି ବୈଠକ(ଏମପିସି)ରେ ଏଭଳି ନିଷ୍ପତ୍ତି ନେବା ପାଇଁ ଅନୁମାନ ରହିଛି ।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ପୁଣି କମିବ ରେପୋରେଟ ଦର । ଲଗାତର 5ମ ଥର ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ସୁଧହାର ଶସ୍ତା ନେଇ ଆଲୋଚନା କରୁଛି । ଆଗକୁ ପର୍ବପର୍ବାଣୀ ରହିଥିବାରୁ ଦେଶର ଅର୍ଥବ୍ୟବସ୍ଥାକୁ ଗତିଶୀଳ କରିବାକୁ ଆରବିଆଇର ମୁଦ୍ରାନୀତି ବୈଠକ(ଏମପିସି)ରେ ଏଭଳି ନିଷ୍ପତ୍ତି ନେବା ପାଇଁ ଅନୁମାନ ରହିଛି ।

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଚଳିତ ଆର୍ଥିକ ବର୍ଷ(2019-20)ର ଚତୁର୍ଥ ଦ୍ବିମାସିକ ମୁଦ୍ରାନୀତି ସମୀକ୍ଷା ବୈଠକ ଅକ୍ଟୋବର 4ରେ ଶେଷ ହେବ। ଏହା ପରେ ଗଭର୍ଣ୍ଣର ଆୟୋଜିତ ହୋଇଥିବା ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିବେ ।

ଶକ୍ତିକାନ୍ତ ଦାସ ନୂଆ କରି ଗଭର୍ଣ୍ଣର ହେବା ପରଠାରୁ 4 ଥରର ମୁଦ୍ରାନୀତି ବୈଠକରେ ରେପୋରେଟ ଦର 1.10 ପ୍ରତିଶତ କମିଛି । ଅଗଷ୍ଟ ମାସରେ ଏମପିସିରେ ସୁଧହାର 35 ବେସିସ ପଏଣ୍ଟ ହ୍ରାସ ପାଇ 5.40 ପ୍ରତିଶତ ରହିଛି । ତେବେ ଚଳିତ ବୈଠକରେ ମଧ୍ୟ ରେପୋରେଟ ଦର 15ରୁ 40 ବେସିସ ପଏଣ୍ଟ କମିବା ନେଇ ବିଶେଷଜ୍ଞ ଆକଳନ କରିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.