ETV Bharat / business

ବ୍ୟାଙ୍କକୁ ରିଲିଫ, ପ୍ରଫିଟ ପାଖରେ ରଖିବାକୁ ଆରବିଆଇର ନିର୍ଦ୍ଦେଶ - RBI policy

କୋରୋନୋ ସଙ୍କଟ ମଧ୍ୟରେ ଅର୍ଥବ୍ୟବସ୍ଥାକୁ ବୁଷ୍ଟର ଦେବାକୁ ଆରବିଆଇ ବଡ ନିଷ୍ପତ୍ତି । 2019-20 ଆର୍ଥିକ ବର୍ଷର ପ୍ରଫିଟ ନିଜ ପାଖରେ ରଖିବାକୁ ବାଣିଜ୍ୟିକ ଓ ସହକାରୀ ବ୍ୟାଙ୍କକୁ ଆରବିଆଇର ନିର୍ଦ୍ଦେଶ । ଅଧିକ ପଢନ୍ତୁ..

ବ୍ୟାଙ୍କକୁ ରିଲିଫ , ପ୍ରଫିଟ ପାଖରେ ରଖିବାକୁ ଆରବିଆଇର ନିର୍ଦ୍ଦେଶ

author img

By

Published : Dec 4, 2020, 5:45 PM IST

ମୁମ୍ବାଇ: କୋରୋନା ଭାଇରସ ମହାମାରୀ ଯୋଗୁଁ ଦେଖାଦେଇଥିବା ଆର୍ଥିକ ବ୍ୟବଧାନକୁ ଦୃଷ୍ଟିରେ ରଖି ବାଣିଜ୍ୟିକ ବ୍ୟାଙ୍କ ଓ ସହକାରୀ ବ୍ୟାଙ୍କକୁ ମିଳିବ ରିଲିଫ । ଶୁକ୍ରବାର ଆରବିଆଇ କହିଛି କି, 2020 ମାର୍ଚ୍ଚ ଶେଷରେ, ସମାପ୍ତ ଆର୍ଥିକ ବର୍ଷର ପ୍ରଫିଟ ନିଜ ପାଖରେ ରଖନ୍ତୁ ବ୍ୟାଙ୍କ ।

ରିଜର୍ଭ ବ୍ୟାଙ୍କ ଆହୁରୀ ମଧ୍ୟ ଜଣାଇଛି ଯେ, 2019-21 ପାଇଁ ଲାଭାଂଶର ପେମେଣ୍ଟ କରିବା ଜରୁରୀ ନୁହେଁ । କୋରୋନା ମହାମାରୀ ଯୋଗୁଁ ଉପୁଜିଥିବା ଆର୍ଥିକ ସଙ୍କଟ ଓ ବଢିଥିବା ଅନିଶ୍ଚିତତାକୁ ଦର୍ଶାଇ କେନ୍ଦ୍ରୀୟ ବ୍ୟାଙ୍କ ଅର୍ଥବ୍ୟବସ୍ଥାକୁ ସାହାରା ଦେବାକୁ ଏଭଳି ନିଷ୍ପତ୍ତି ନେଇଛି । ଅର୍ଥନୀତିକୁ ଯେପରି କୌଣସି କ୍ଷତି ନ ପହଞ୍ଚିବ ସେଥିପାଇଁ ବ୍ୟାଙ୍କ ଦ୍ବାରା ପୁଞ୍ଜି ସଂରକ୍ଷିତ ରଖିବା ଜରୁରୀ ବୋଲି ମତ ରଖିଛି ଆରବିଆଇ ।

ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି କି , ମହାମାରୀର ପ୍ରତିକ୍ରିୟାରେ କେନ୍ଦ୍ରୀୟ ବ୍ୟାଙ୍କ ଅର୍ଥବ୍ୟବସ୍ଥାରେ ଋଣ ପ୍ରବାହକୁ ଜାରି ରଖିବା ପାଇଁ ଋଣଦାତାମାନଙ୍କ ମଧ୍ୟରେ ସମସ୍ୟାର ସମାଧାନ ଏବଂ ଆର୍ଥିକ ସ୍ଥିରତା ଉପରେ ଗୁରୁତ୍ବ ଦେଇଛି।

ଏହି ପ୍ରୟାସକୁ ଆଗକୁ ବଢାଇବା ପାଇଁ ଏବଂ ନୂଆ ଋଣ ବିତରଣ ପରିସର ତିଆରି ପାଇଁ ବ୍ୟାଙ୍କକୁ ପୁଞ୍ଜି ସଂରକ୍ଷଣରେ ସହଯୋଗ ପାଇଁ ସମୀକ୍ଷା ପରେ ଏଭଳି ନିର୍ଣ୍ଣୟ ନିଆଯାଇଥିବା ଶକ୍ତିକାନ୍ତ କହିଛନ୍ତି । ଏହି ନିର୍ଣ୍ଣୟ ଅନୁଯାୟୀ ବାଣିଜ୍ୟିକ ଏବଂ ସହକାରୀ ବ୍ୟାଙ୍କ ଆର୍ଥିକ ବର୍ଷ 2019-20 ପାଇଁ ଲାଭ ନିଜ ପାଖରେ ହିଁ ରଖିବ । ଏଥିସହ ଏହା କୌଣସି ପ୍ରକାର ଲାଭାଂଶ ଦେବ ନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.