ETV Bharat / business

ନିୟନ୍ତ୍ରଣ ହେବ ଦରଦାମ, ଆଗାମୀ 5 ବର୍ଷର ମୁଦ୍ରାସ୍ଫିତି ଟାର୍ଗେଟ ସ୍ଥିର - retail inflation 4 pc

ଆଗାମୀ ବର୍ଷ ଯାଏଁ ମୁଦ୍ରାସ୍ଫିତିକୁ ନିୟନ୍ତ୍ରଣ ମଧ୍ୟରେ ରଖିବାକୁ ଯୋଜନା ରଖିଛନ୍ତି ସରକାର । ଏଥିପାଇଁ ଆରବିଆଇକୁ ଦେଇଛି 4 ପ୍ରତିଶତ ମୁଦ୍ରାସ୍ଫିତି ଟାର୍ଗେଟ । ଅଧିକ ପଢନ୍ତୁ..

ନିୟନ୍ତ୍ରଣ ହେବ  ଦରଦାମ, ଆଗାମୀ 5 ବର୍ଷର ମୁଦ୍ରାସ୍ପୀତି ଟାର୍ଗେଟ ସ୍ଥିର

author img

By

Published : Apr 2, 2021, 7:31 PM IST

ନୂଆଦିଲ୍ଲୀ: ମହଙ୍ଗା ବୋଝ ମଧ୍ୟରେ ସାଧାରଣ ଲୋକଙ୍କୁ ମିଳିପାରେ ଉପଶମ । ଭାରତୀୟ ରିଜର୍ଭ ବ୍ୟାଙ୍କ ପାଇଁ ମୁଦ୍ରାସ୍ଫିତି 4 ପ୍ରତିଶତ ପରିସରରେ ରଖିବା ନେଇ ବର୍ତ୍ତମାନ ଥିବା ଲକ୍ଷ୍ୟରେ କୌଣସି ପରିବର୍ତ୍ତନ କରିନାହାନ୍ତି କେନ୍ଦ୍ର ସରକାର । ଆରବିଆଇ ଆସନ୍ତା 5 ବର୍ଷ ଯାଏଁ ହାରାହାରୀ 4 ପ୍ରତିଶତ ଭିତରେ ମୁଦ୍ରାସ୍ଫିତି ରଖିପାରିବ ।

ମୁଦ୍ରାସ୍ଫିତି ହାରକୁ 2026 ଯାଏଁ ବଜାୟ ରଖିବା ପାଇଁ କେନ୍ଦ୍ର ସରକାର ଆରବିଆଇକୁ ଦାୟିତ୍ବ ଦେଇଛନ୍ତି । ଏଥିରେ ସାଧାରଣତଃ ଅଧିକରୁ ଅଧିକ 2 ପ୍ରତିଶତ ହ୍ରାସ-ବୃଦ୍ଧି ଗ୍ରହଣୀୟ । ବର୍ତ୍ତମାନ ବ୍ୟବସ୍ଥା ଅଧିନରେ ମଧ୍ୟ ଆରବିଆଇକୁ 2 ପ୍ରତିଶତ ହ୍ରାସ ବା ବୃଦ୍ଧି ସହ ଖୁଚୁରା ମୁଦ୍ରାସ୍ଫିତି 4 ପ୍ରତିଶତ ରଖିବା ଲକ୍ଷ୍ୟ ଦିଆଯାଇଛି ।

ଆର୍ଥିକ ବ୍ୟାପାର ସଚିବ ତରୁଣ ବଜାଜ କହିଛନ୍ତି ଯେ, ‘‘ ଭାରତୀୟ ରିଜର୍ଭ ବ୍ୟାଙ୍କ ଆଇନ 1934 ଅଧିନରେ 2021 ଏପ୍ରିଲରୁ 2026 ମାର୍ଚ୍ଚ 31 ପାଇଁ ଖୁଚୁରା ମୁଦ୍ରାସ୍ଫିତିର ଲକ୍ଷ୍ୟକୁ ଗତ 5 ବର୍ଷର ସ୍ତରରେ ହିଁ ରଖାଯାଇଛି । ’’ ପ୍ରକାଶ ଯେ, କୋରୋନା ମହାମାରୀ ଯୋଗୁଁ ପେଟ୍ରୋଲ- ଡିଜେଲ ସମେତ ଅନେକ ଜରୁରୀ ସାମଗ୍ରୀର ଦାମ ବୃଦ୍ଧି ହେଉଛି । ଏହି ଦୃଷ୍ଟିରୁ ଏଭଳି ସମୟରେ ସରକାରଙ୍କ ପକ୍ଷରୁ ମୁଦ୍ରାସ୍ଫିତିକୁ କାବୁରେ ରଖିବାକୁ କରାଯାଉଥିବା ଚେଷ୍ଟା ଅର୍ଥବ୍ୟବସ୍ଥାର ସକରାତ୍ମକ ଚିତ୍ର ଦର୍ଶାଉଛି ।

ମୁଦ୍ରାସ୍ଫିତିକୁ ନିର୍ଦ୍ଧାରିତ ସ୍ତରରେ ରଖିବା ପାଇଁ 2016 ରେ ଆରବିଆଇ ଗଭର୍ଣ୍ଣରଙ୍କ ଅଧ୍ୟକ୍ଷତାରେ ମୁଦ୍ରାନୀତି ସମିତି ଗଠନ କରିବାକୁ ସରକାର ନିର୍ଣ୍ଣୟ ନେଇଥିଲେ । ଏହି କମିଟିକୁ ରେପୋରେଟ ନିର୍ଦ୍ଧାରଣ କରିବା ଦାୟିତ୍ବ ଦିଆଯାଇଛି । 6 ସଦସ୍ୟ ବିଶିଷ୍ଟ ଏହି ମୁଦ୍ରାନୀତି ସମିତିକୁ 2016 ଅକ୍ଟୋବରରେ ବାର୍ଷିକ ମୁଦ୍ରାସ୍ପୀତି 2021 ମାର୍ଚ୍ଚ 31 ଯାଏଁ 4 ପ୍ରତିଶତ ରଖିବା ଦାୟିତ୍ବ ଦିଆଯାଇଥିଲା । ଏଥିରେ ସର୍ବୋଚ୍ଚ ସୀମା 6 ପ୍ରତିଶତ ଓ ସର୍ବନିମ୍ନ 2 ପ୍ରତିଶତ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.