ନୂଆଦିଲ୍ଲୀ: କୋରୋନା ଭାଇରସ ସଂକ୍ରମଣ ରୋକିବାକୁ ବଢିଲା ଲକଡାଉନ ଅବଧି । ସରକାରଙ୍କ ଏହି ନିଷ୍ପତ୍ତିରେ ଭାରତୀୟ ରେଳକୁ ପ୍ରାୟ 660 କୋଟି ଟଙ୍କା କ୍ଷତି ସହିବାକୁ ପଡିଛି ।
ଏପ୍ରିଲ 14ରେ ପ୍ରଥମ ଲକଡାଉନ ଅବଧି ଶେଷ ହେଉଥିଲା । ଏଥିଯୋଗୁଁ ଟ୍ରେନ ବୁକିଂ ମଧ୍ୟ ପ୍ରବଳ ମାତ୍ରାରେ ହୋଇଥିଲା । କିନ୍ତୁ ଲକଡାଉନ ବଢିବା ଯୋଗୁଁ ବୁକ ହୋଇଥିବା 39 ଲକ୍ଷ ଟିକେଟ ରଦ୍ଦ କରାଯାଇଛି ।
ରେଲୱେର ଜଣେଅ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଟିକେଟ ରଦ୍ଦ ଦ୍ବାରା ପାଖାପାଖୀ 660 କୋଟି ଟଙ୍କା ଫେରସ୍ତ କରାଯିବ । ଏପ୍ରିଲ 15ରୁ ମେ 3 ମଧ୍ୟରେ ପ୍ରାୟ 39 ଲକ୍ଷ ବୁକିଂ ସରିଥିଲା । ଏହି ସବୁ ରଦ୍ଦ ସହ ଯାତ୍ରୀଙ୍କୁ ଟିକେଟର ସମ୍ପୁର୍ଣ୍ଣ ଟଙ୍କା ଫେରସ୍ତ କରାଯିବ ।
ଅନଲାଇନ ବୁକିଂ କରିଥିବା ଯାତ୍ରୀଙ୍କ ଟିକେଟ ଟଙ୍କା ସେମାନଙ୍କ ଆକାଉଣ୍ଟକୁ ଫେରସ୍ତ ଯିବ । ଆଉ କାଉଣ୍ଟରରେ ବୁକିଂ ହୋଇଥିବା ଟଙ୍କା ଜୁଲାଇ 31 ସୁଦ୍ଧା ଫେରସ୍ତ କରାଯିବ ।
ତେବେ ଆଗାମୀ ସୂଚନା ମିଳିବା ସୁଦ୍ଧା କୌଣସି ଇ-ଟିକେଟ କିମ୍ବା ଅନ୍ୟ ଟିକେଟର ଅଗ୍ରିମ ବୁକିଂ କରାଯିବ ନାହିଁ ।