ନୂଆଦିଲ୍ଲୀ: ଏପ୍ରିଲ 14 କିମ୍ବା ଏହା ପୂର୍ବରୁ ନିୟମିତ ଟ୍ରେନ ପାଇଁ ବୁକ କରାଯାଇଥିବା ସମସ୍ତ ଟିକେଟକୁ ରଦ୍ଦ କରାଯିବ । ଆଉ ଏଥପାଇଁ ରିଫଣ୍ଡ ଜେନେରେଟ କରାଯିବ । ମଙ୍ଗଳବାର ରେଲୱେ ପକ୍ଷରୁ ଏନେଇ ଘୋଷଣା କରାଯାଇଛି ।
ଜୁନ 22ରେ ଏକ ଆଦେଶରେ ରେଲୱେ ବୋର୍ଡ କହିଥିଲା, ନିର୍ଣ୍ଣୟ ନିଆଯାଇଛ କି, ନିୟମିତ ସମୟରେ ଚାଲୁଥିବା ଟ୍ରେନ ପାଇଁ ଏପ୍ରିଲ 14କୁ କିମ୍ବା ତା ପୂର୍ବରୁ ବୁକ କରଯାଇଥିବା ସମସ୍ତ ଟିକେଟକୁ ରଦ୍ଦ କରିବା ଦରକାର । ଏଥିପାଇଁ ସମ୍ପୂର୍ଣ୍ଣ ରିଫଣ୍ଡ ମଧ୍ୟ ଦେବା ଆବଶ୍ୟକ ।
କୋରୋନା ଭାଇରସ ସଂକ୍ରମଣ ପ୍ରତିହତ ପାଇଁ ରେଲୱେ ପକ୍ଷରୁ ଦେଶବ୍ୟାପୀ ଲକଡାଉନ ମଧ୍ୟର ମାର୍ଚ୍ଚ 25ରୁ ସମସ୍ତ ଯାତ୍ରୀ, ମେଲ , ଏକ୍ସପ୍ରେସ ଟ୍ରେନ ପରିଚାଳନା ବନ୍ଦ କରାଯାଇଥିଲା । ପରେ ପୁଣି ମେ 14ରେ, ରେଲୱେ ଜୁନ 30 ପର୍ଯ୍ୟନ୍ତ ଯାତ୍ରା ପାଇଁ ବୁକ କରାଯାଇଥିବା ସମସ୍ତ ନିୟମିତ ଟ୍ରେନ ଟିକେଟକୁ ରଦ୍ଦ କରିଥିଲା । ଆଉ ପୂର୍ଣ୍ଣ ରିଫଣ୍ଡ ଦେବାକୁ ନିଷ୍ପତ୍ତି ନେଇଥିଲା ।