ନୂଆଦିଲ୍ଲୀ: ଦେଶର 109 ରୁଟରେ 150 ଘରୋଇ ଟ୍ରେନ ଗଡିବ । ଏସବୁ କେଉଁ ମଧ୍ୟବର୍ତ୍ତୀ ଷ୍ଟେସନରେ ରହଣି କରିବ , ତାହା ସବୁ ଘରୋଇ ଅପରେଟର ଚୟନ କରିବେ । ଭାରତୀୟ ରେଳପଥ ପକ୍ଷରୁ ଜାରି ହୋଇଥିବା ରିପୋର୍ଟରେ ଏ ନେଇ ସୂଚନା ମିଳିଛି ।
ଘରୋଇ କମ୍ପାନୀଗୁଡିକ ସେମାନଙ୍କ ଟ୍ରେନର ମଧ୍ୟବର୍ତ୍ତୀ ରହଣୀ ଷ୍ଟେସରେ ତାଲିକାକୁ ଆଗୁଆ ରେଳପଥ ପାଖରେ ଦାଖ କରିବାକୁ ହେବ । ଯେଉଁଠାରେ ସେମାନେ ପୂର୍ବରୁ ଅଟକି ରହିବାକୁ ପ୍ରସ୍ତାବ ଦେଉଛନ୍ତି । ଏଥିସହ କମ୍ପାନୀକୁ ମଧ୍ୟବର୍ତ୍ତୀ ଷ୍ଟେସନରେ ଟାଇମ-ଇନ ଓ ଟାଇମ-ଆଉଟ ପ୍ଲାନ ମଧ୍ୟ ଦେବାକୁ ପଡିବ । ଏହାକୁ ଆଗୁଆ ଦାଖଲ କରିବାକୁ ପଡିବ ଏବଂ ଏହା ଅତି କମରେ ଏକ ବର୍ଷ ପାଇଁ ଲାଗୁ ରହିବ, ଯାହା ପରେ ଏହାକୁ ସଂଶୋଧନ କରାଯାଇପାରିବ ବୋଲି ଏକ ଚିଠା ରିହାତି ଚୁକ୍ତିରେ କୁହାଯାଇଛି ।
ଘରୋଇ ଟ୍ରେନଗୁଡିକର ମଧ୍ୟବର୍ତ୍ତୀ ଷ୍ଟେସନ ସଂଖ୍ୟା, ପୂର୍ବରୁ ସେହି ରୁଟରେ ଚାଲୁଥିବା ଦ୍ରୁତତମ ଟ୍ରେନର ରହଣି ଷ୍ଟେସନ ସଂଖ୍ୟା ଠାରୁ ଅଧିକ ହୋଇପାରିବ ନାହିଁ । ଏହା ବ୍ୟତିତ ଘରୋଇ ଟ୍ରେନ କେଉଁ ସବୁ ଷ୍ଚେସନରେ ନିଜର ପାଣି ଟ୍ୟାଙ୍କ ଭରିବେ, କେଉଁଠି ଟ୍ରେନ ସଫା କରିବେ ସେ ନେଇ ବିବରଣୀ ଦେବାକୁ ପଡିବ । ରେଳବାଇ ପକ୍ଷରୁ ପ୍ରସ୍ତୁତ କନ୍ସେସ୍ ଚୁକ୍ତିନାମାର ଏହି ଡ୍ରାଫ୍ଟରେ କୁହାଯାଇଛି ।
2023 ସୁଦ୍ଧା ଘରୋଇ ଟ୍ରେନର ଭଡା ସୂଚୀ ଆରମ୍ଭ ହେବ । ଏହା କୌଣସି ଅଥରିଟିଙ୍କ ଦ୍ବାରା ନିୟନ୍ତ୍ରିତ ହେବ ନାହିଁ ଏବଂ ବଜାର ସ୍ଥିତିକୁ ଆଧାର କରି ଘରୋଇ ଅପରେଟରଙ୍କ ଏ ନେଇ ନିଷ୍ପତ୍ତି ନେବେ ।