ନୂଆଦିଲ୍ଲୀ: ଭାରତୀୟ ରେଳବାଇରେ ଘରୋଇ କମ୍ପାନୀଙ୍କୁ ପ୍ରବେଶ ଦ୍ବାରା ପୁଞ୍ଜି ନିବେଶ ବଢିବ। ଏଥିସହ ରେଲୱେ ନିଯୁକ୍ତି ସୁଯୋଗ ବୃଦ୍ଧି କରିବ । ନୂଆ ଟେକ୍ନୋଲୋଜି ଅଣିବ । ଏତଦବାଦ ଚାହିଦା ଅନୁଯାୟୀ ଟ୍ରେନ ଯୋଗାଇବାରେ ଜାତୀୟ ପରିବହନକାରୀଙ୍କୁ ସକ୍ଷମ କରାଇବ । ରେଳବାଇ ବୋର୍ଡର ଅଧ୍ୟକ୍ଷ ଭିକେ ଯାଦବ ଏ ନେଇ କହିଛନ୍ତି ।
ଦେଶର 109 ଟି ରୁଟରେ 151 ଆଧୁନିକ ଯାତ୍ରୀବାହୀ ଘରୋଇ ଟ୍ରେନ ଚଳାଚଳ ହେବ । ତେବେ ରେଳବାଇର ଏହି ନିର୍ଣ୍ଣୟକୁ ବିରୋଧୀ ଦଳ ସମାଲୋଚନା କରିବା ସହ ଏହା ଦ୍ବାରା ଗରିବ ଲୋକଙ୍କ ଜୀବିକା ପ୍ରଭାବିତ ହେବ ବୋଲି ଅଭିଯୋଗ କରିଛନ୍ତି ।
ଏହାର ଜବାବରେ ଯାଦବ କହିଛନ୍ତି କି, କେବଳ 5 ପ୍ରତିଶତ ଟ୍ରେନ ଘରୋଇ ଅପରେଟରଙ୍କୁ ଦିଆଯାଉଥିଲା ବେଳେ ବାକି 95 ପ୍ରତିଶତ ଭାରତୀୟ ରେଳବାଇ ଦ୍ବାରା ଚଳାଚଳ ହେବ । ଆଉ ଏହି 95 ପ୍ରତିଶତ ଟ୍ରେନ ଜାତୀୟ ପରିବହନକାରୀଙ୍କ ଦ୍ବାରା ସ୍ଥିର ଭଡା ସରଂଞ୍ଚାରେ ଚାଲିବ । ଏଥିସହ କୌଣସି ଚାକିରୀ କ୍ଷତି ହେବାର ଆଶଙ୍କା ମଧ୍ୟ ନାହିଁ ।
ବର୍ତ୍ତମାନ ରେଳବାଇ ନିଜ ନେଟୱାର୍କରେ 2,800 ରୁ ଅଧିକ ମେଲ / ଏକ୍ସପ୍ରେସ ଟ୍ରେନ୍ ଚଳାଚଳ କରୁଛି । ଏହା ସମାନ ଭାବେ ଜାତୀୟ ପରିବହନକାରୀଙ୍କ ଦ୍ବାରା ମଧ୍ୟ ଏହା ଚାଲୁ ରହିବ ଏବଂ ଚାହିଦା ଅନୁଯାୟୀ ଏହି ସଂଖ୍ୟା ବୃଦ୍ଧି ପାଇବ ବୋଲି ଯାଦବ ପିଟିଆଇକୁ କହିଛନ୍ତି ।
ଯାଦବ ଆହୁରୀ ମଧ୍ୟ କହିଛନ୍ତି କି, ‘‘ଗରିବ ଲୋକଙ୍କୁ ଧ୍ୟାନରେ ରଖି ରେଳବାଇ ନିଜେ ଏହି ଟ୍ରେନଗୁଡିକର ଶୁଳ୍କ ସ୍ଥିର କରିବ। ଏହି ପଦକ୍ଷେପ ଗରିବ ଲୋକଙ୍କୁ ପରିବହନ ସେବା ଉପଲବ୍ଧତାକୁ ସୁଦୃଢ କରିବ। 2030 ସୁଦ୍ଧା ଆମର 13 ବିଲିୟନ ଯାତ୍ରୀ ରହିବେ। ଏଥିସହ ନିଯୁକ୍ତି ସୁଯୋଗ ମଧ୍ୟ ଯଥାସମ୍ଭବ ବୃଦ୍ଧି ପାଇବ ।’’
ଟିକେଟ ଚାହିଦା ଏବଂ ଯୋଗାଣ ମଧ୍ୟରେ ବ୍ୟବଧାନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି। ପୂର୍ବ ଆର୍ଥିକ ବର୍ଷରେ ଟ୍ରେନ୍ ଯାତ୍ରା ପାଇଁ 50 ମିଲିୟନରୁ ଅଧିକ ଯାତ୍ରୀଙ୍କୁ ତାଲିକାଭୁକ୍ତ କରାଯାଇଥିଲା । ତେବେ ବର୍ତ୍ତମାନର ବ୍ୟବଧାନ ସୂଚାଉଛି କି ଆଗାମୀ ବର୍ଷରେ ଏହା ବ୍ୟପକ ହେବା ଆଶା ରହିଛି ।