ହାଇଦ୍ରାବାଦ: କଞ୍ଚାମାଲ ରପ୍ତାନୀ ଉପରୁ କଟକଣା କୋହଳ ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଅପିଲ କଲେ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସିଇଓ ଅଦାର ପୁନାୱାଲା । ଏହି କଞ୍ଚାମାଲ ସବୁ କୋଭିଡ-19 ଭ୍ୟାକ୍ସିନ ପ୍ରସ୍ତୁତିରେ ବ୍ୟବହାର ହେଉଛି ।
ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସିଇଓ ଅଦାର ପୁନାୱାଲା ଟ୍ବିଟ କରି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କହିଛନ୍ତି କି, ଯଦି ସତରେ ଆମେ କୋରୋନା ଭାଇରସକୁ ହରାଇବାକୁ ଏକଜୁଟ ରହିଛୁ ତେବେ କଞ୍ଚାମାଲ ରପ୍ତାନୀରେ ଲାଗିଥିବା ପ୍ରତିବନ୍ଧକ ହଟାଯାଉ । ଏ ନେଇ ଆମେରିକା ବାହାରେ ଥିବା ସମସ୍ତ ଭ୍ୟାକ୍ସିନ ଇଣ୍ଡଷ୍ଟ୍ରି ପକ୍ଷରୁ ମୁଁ ଅନୁରୋଧ କରୁଛି । ଯଦି ଏହି କଟକଣା ହଟିଯାଏ ତେବେ ଭ୍ୟାକ୍ସିନ ଉତ୍ପାଦନ ବଢିପାରିବ ।
ଆମେରିକା ବାହାରକୁ କଞ୍ଚାମାଲ ରପ୍ତାନୀ ଉପରେ ରୋକ ଲଗାଇଛି । ଯାହାଦ୍ବାରା ଭ୍ୟାକ୍ସିନ ଉତ୍ପାଦନ ବାଧାପ୍ରାପ୍ତ ହେଉଛି ।
ମାର୍ଚ୍ଚ ଆରମ୍ଭରେ ବିଶ୍ବବ୍ୟାଙ୍କ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମଧ୍ୟ ପୁନାୱାଲା ସମାନ ମତ ପ୍ରକାଶ କରି କହିଥିଲେ ଯେ, ପ୍ରତିରକ୍ଷା ଆଇନ ଅନୁଯାୟୀ କଞ୍ଚାମାଲ ଉପରେ ଆମେରିକାର ପ୍ରତିବନ୍ଧକ ଟୀକାକରଣ କାର୍ଯ୍ୟକ୍ରମକୁ କ୍ଷତି ପହଞ୍ଚାଇଛି ।