ETV Bharat / business

ପ୍ରଧାନମନ୍ତ୍ରୀଙ୍କ ସହ ଅର୍ଥନୀତିଜ୍ଞଙ୍କ ବୈଠକ; 5 ଟ୍ରିଲିଅନ ଡଲାର ଅର୍ଥବ୍ୟବସ୍ଥା ଲକ୍ଷ୍ୟ

author img

By

Published : Jan 9, 2020, 10:26 PM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସାଧାରଣ ବଜେଟ ପୂର୍ବରୁ ଗୁରୁବାର ଅର୍ଥନୀତିଜ୍ଞ, ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞ ଓ ସଫଳ ଯୁବ ଉଦ୍ୟୋଗୀଙ୍କ ସହିତ ବୈଠକ କରିଛନ୍ତି । ଏଥିରେ ଭାରତକୁ 5 ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା କରିବାକୁ ମିଳିମିଶି କାମ କରିବାକୁ ସେ କହିଛନ୍ତି । ଅଧିକ ପଢନ୍ତୁ...

pm narendra modi
ଅର୍ଥନୀତିଜ୍ଞ-ପ୍ରଧାନମନ୍ତ୍ରୀ ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସାଧାରଣ ବଜେଟ ପୂର୍ବରୁ ଗୁରୁବାର ଅର୍ଥନୀତିଜ୍ଞ, ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞ ଓ ସଫଳ ଯୁବ ଉଦ୍ୟୋଗୀଙ୍କ ସହିତ ବୈଠକ କରିଛନ୍ତି । ଏଥିରେ ଭାରତକୁ 5 ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା କରିବାକୁ ମିଳିମିଶି କାମ କରିବାକୁ ସେ କହିଛନ୍ତି । ସେପଟେ ଅଢେଇ ଘଣ୍ଟା ଧରି ହୋଇଥିବା ଏହି ବୈଠକରେ ବିଶେଷଜ୍ଞମାନେ 2020-21 ବଜେଟ ପାଇଁ ଅନେକ ପରାମର୍ଶ ଦେଇଛନ୍ତି ।

ସୂଚନା ଅନୁସାରେ, ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ 5 ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା କରିବାକୁ ସମସ୍ତେ ମିଳିମିଶି କାମ କରିବାକୁ କହିବା ସହ ଏହି ବିଚାର ଅଚାନକ ଆସିନଥିବା କହିଛନ୍ତି । ଏହି ଲକ୍ଷ୍ୟ ଦେଶର ଆର୍ଥିକ ବ୍ୟବସ୍ଥାକୁ ଲକ୍ଷ୍ୟ କରାଯାଇ ନିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସେହିପରି ପର୍ଯ୍ୟଟନ, ନଗର ଉନ୍ନୟନ ତଥା କୃଷି କ୍ଷେତ୍ରରେ ଅର୍ଥ ବ୍ୟବସ୍ଥାକୁ ଆଗକୁ ନେବା ଓ ରୋଜଗାର ଦେବାର କ୍ଷମତା ଥିବା ସେ କହିଛନ୍ତି । ଏହା ସହିତ ଭାରତ ଅସୀମିତ ସମ୍ଭାବନାର ଧରିତ୍ରୀ । ତେଣୁ ଆମକୁ ସବୁ ମିଳିମିଶି କାମ କରିବା ଦରକାର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସେପଟେ ଅର୍ଥନୀତିଜ୍ଞ ମାନେ ରୋଜଗାର ବଢାଇବା, ଋଣ ବୃଦ୍ଧି, ରପ୍ତାନୀ ବୃଦ୍ଧି, ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କ ସଞ୍ଚାଳନ ଆଦି କ୍ଷେତ୍ରରେ ଧ୍ୟାନ ଦେବାକୁ ସରକାରଙ୍କୁ କହିଛନ୍ତି । ଏହି ବୈଠକରେ ପାଖାପାଖି 40 ଜଣ ବିଶେଷଜ୍ଞ ଓ ଅର୍ଥନୀତିଜ୍ଞ ଉପସ୍ଥିତ ଥିଲେ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.