ETV Bharat / business

‘CHAMPIONS’ ସାହାଯ୍ୟରେ ଚାମ୍ପିଆନ ହେବ ଏମଏସଏମଇ ସେକ୍ଟର - MSME sector

ସଙ୍କଟଗ୍ରସ୍ତ ଏମଏସଏମଇ ସେକ୍ଟରକୁ ମଜବୁତ କରିବାକୁ ଟେକ୍ନୋଲୋଜି ପ୍ଲାର୍ଟଫର୍ମ 'CHAMPIONS' ଲଞ୍ଚ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ପୋର୍ଟାଲ ଜରିଆରେ ଅଭିଯୋଗର ହେବ ତୁରନ୍ତ ସମାଧାନ । ଅଧିକ ପଢନ୍ତୁ..

PM Modi launches tech platform 'CHAMPIONS' for MSMEsPM Modi launches tech platform 'CHAMPIONS' for MSMEs
‘CHAMPIONS’ ସାହାଯ୍ୟରେ ଚାମ୍ପିଆନ ହେବ ଏମଏସଏମଇ ସେକ୍ଟର
author img

By

Published : Jun 2, 2020, 2:31 PM IST

ନୂଆଦିଲ୍ଲୀ: କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ( ଏମଏସଏମଇ)କୁ ମଜବୁତ କରିବା ପାଇଁ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟେକ୍ନୋଲୋଜି ପ୍ଲାର୍ଟଫର୍ମ 'CHAMPIONS'ର ଲଞ୍ଚ କରିଛନ୍ତି ।

ସଙ୍କଟଗ୍ରସ୍ତ ଏମଏସଏମଇ ସେକ୍ଟରର ସହଯୋଗ ତଥା ଏହାର ରାଷ୍ଟ୍ରୀୟ ଓ ଅନ୍ତରାଷ୍ଟ୍ରୀୟ ସ୍ତରରେ ଅଗ୍ରଣୀ କରିବା ପାଇଁ ‘ଚାମ୍ପିଆନ୍ସ’ ଅର୍ଥାତ Harmonious Application of Modern Processes for Increasing the Output and National Strength ନାମରେ ଏହି ପୋର୍ଟାଲର ଆରମ୍ଭ କରାଯାଇଛି । ଏହି ଅବସରରେ ପିଏମଙ୍କ ସହ ଏମଏସଏମଇ ମନ୍ତ୍ରୀ ନୀତିନ ଗଡକରୀ ମଧ୍ୟ ଉପସ୍ଥିତ ଥିଲେ ।

ଏକ ବିବୃତ୍ତିରେ କୁହାଯାଇଛି କି, ଏହି ପୋର୍ଟାଲ ଏମଏସଏମଇର କ୍ଷୁଦ୍ର ୟୁନିଟ ଗୁଡିକ ଯଥା ସମ୍ଭବ ସାହାଯ୍ୟ କରି ସେମାନଙ୍କୁ ଚାମ୍ପିଆନ କରାଯିବ । ଚାମ୍ପିଆନ୍ସ ପୋର୍ଟାଲ ଏମଏସଏମଇର ୱାନ ଷ୍ଟପ ସମାଧାନ ଭାବେ ବିବେଚନା କରାଯାଇଛି ।

ଅଭିଯୋଗର ସଙ୍ଗେ ସଙ୍ଗେ ଆକ୍ସନ

ଚାମ୍ପିଅନ୍ସ ହେଉଛି ଦେଶର ପ୍ରଥମ ପୋର୍ଟାଲ ଯାହା ଭାରତ ସରକାରଙ୍କ ମୁଖ୍ୟ କେନ୍ଦ୍ରୀକୃତ ଜନ ଅଭିଯୋଗର ନିବାରଣ ଓ ମନିଟରିଂ ସିଷ୍ଟମ ଅର୍ଥାତ ସିପି ଗ୍ରାମ୍ସ ( Centralized Public Grievance Redressal and Monitoring System)ସହ ଯୋଡା ଯାଇଛି । ଯଦି କେହି ସିପି ଗ୍ରାମ୍ସରେ ଅଭିଯୋଗ କରେ ତେବେ ସିଧା ଚାମ୍ପିଆନ୍ସ ପୋର୍ଟରେ ଆସିଯିବ । ପ୍ରଥମେ ଏହି ଅଭିଯୋଗ ମନ୍ତ୍ରଣାଳୟକୁ ପଠାଯାଇଥାଏ । ଯାହା ଦ୍ବାରା ମନ୍ତ୍ରଣାଳୟ ସିଷ୍ଟମରେ ଏହା କପି କରାଯାଏ । ଏସବୁ ଦ୍ବାରା ଅଭିଯୋଗ ସମାଧାନ ବ୍ୟବସ୍ଥା ଜଲଦି ହୋଇଥାଏ ।

ବିବୃତ୍ତି ଅନୁଯାୟୀ ଏହି ପୋର୍ଟାଲରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ , ଡାଟା ଆନାଲିଟିକ୍ସ ଏବଂ ମେସିନ୍ ଲର୍ନିଂ ସହିତ ସଜାଯାଇଛି। ଏହାଦ୍ୱାରା ବ୍ୟବସାୟୀଙ୍କ ଅଭିଯୋଗ ବିନା ବି ସେମାନଙ୍କର ସମସ୍ୟାର ସମାଧାନ ହୋଇଯିବ ।

ଏମଏସଏମଇ କ୍ଷେତ୍ରର ଅନେକ ପ୍ରକାରର ସମସ୍ୟା ଏବଂ ଅଭିଯୋଗ ଚାମ୍ପିଅନ୍ସ ପୋର୍ଟାଲ ମାଧ୍ୟମରେ ସମାଧାନ କରାଯିବ। କୋରୋନା ଭାଇରସ ମହାମାରୀ ମଧ୍ୟରେ ପୁଞ୍ଜି ଅଭାବ, ମାନବସମ୍ବଳର ଅଭାବ, ଜୁରରୀ ଅନୁମତି ଭଳି ସମସ୍ୟାର ସମାଧାନ ଏହି ପୋର୍ଟାଲ ମାଧ୍ୟମରେ ହୋଇପାରିବ । ଏଥିପାଇଁ ଏଠାରେ ଏମଏସଏମଇ ସଚିବଙ୍କ କାର୍ଯ୍ୟାଳୟରେ ଏକ କଣ୍ଟ୍ରୋଲ ରୁମ ତିଆରି କରାଯାଇଛି। ଏହା ବ୍ୟତୀତ ଦେଶର ବିଭିନ୍ନ ରାଜ୍ୟରେ 68ଟି ସ୍ଥାନୀୟ କଣ୍ଟ୍ରୋଲ୍ ରୁମ୍ ସ୍ଥାପନ କରାଯାଇଛି, ଯାହା ପୋର୍ଟାଲ୍ ସହିତ ସଂଯୁକ୍ତ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.