ETV Bharat / business

ଏ ବର୍ଷର ସର୍ବନିମ୍ନ ସ୍ତରରେ ତେଲ ଦାମ, ଶନିବାର ସର୍ବାଧିକ କମିଛି ତେଲ ଦାମ - Saturday oil price

ଶସ୍ତା ପେଟ୍ରୋଲ ଓ ଡିଜେଲ ଦାମ । ଚୀନରେ ମାରାତ୍ମକ କରୋନା ଭାଇରସ ପ୍ରସାର ଯୋଗୁଁ ଅନ୍ତରାଷ୍ଟ୍ରୀୟ ବଜାରରେ ଲଗାତାର ଖସୁଛି ଅଶୋଧିତ ତୈଳ ଦାମ । ଫଳରେ ଘରୋଇ ବଜାରରେ ବିଶୋଧିତ ତୈଳ ଦାମ ସର୍ବନିମ୍ନ ସ୍ତରରେ ପହଞ୍ଚିଛି ।

Petrol, diesel prices see big cut on Saturday
ଏ ବର୍ଷର ସର୍ବନିମ୍ନ ସ୍ତରରେ ତେଲ ଦାମ
author img

By

Published : Jan 25, 2020, 2:25 PM IST

ନୂଆଦିଲ୍ଲୀ: ଚୀନରେ ମାରାତ୍ମକ କରୋନା ଭାଇରସ ପ୍ରସାର ଯୋଗୁଁ ଅନ୍ତରାଷ୍ଟ୍ରୀୟ ବଜାରରେ ଲଗାତାର ଖସୁଛି ଅଶୋଧିତ ତୈଳ ଦାମ । ଫଳରେ ଘରୋଇ ବଜାରରେ ପେଟ୍ରୋଲ ଓ ଡିଜେଲ ଦାମ ସର୍ବନିମ୍ନ ସ୍ତରରେ ପହଞ୍ଚିଛି ।

ଶନିବାର ଦେଶର 4 ପ୍ରମୁଖ ମହାନଗର ନିଗମରେ ପେଟ୍ରୋଲ ଦାମ ଲିଟର ପିଛା 27ରୁ 28 ପଇସା ଶସ୍ତା ହୋଇଥିଲା ବେଳେ ଲିଟର ପିଛା ଡିଜେଲ ଦାମ 30 ରୁ 32 ପଇସା ହ୍ରାସ ପାଇଛି ।

Petrol, diesel prices see big cut on Saturday
ଶନିବାର ସର୍ବାଧିକ କମିଛି ତେଲ ଦାମ

ତେଲ ବିତରଣ କମ୍ପାନୀ ପକ୍ଷରୁ ଜାରି ହୋଇଥିବା ନୂଆ ଦର ଅନୁଯାୟୀ ଶନିବାର ଦିଲ୍ଲୀ, କୋଲକତା, ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା 27 ପଇସା ଓ ଚେନ୍ନାଇ 28 ପଇସା କମିବା ସହ ଯଥାକ୍ରମେ 74.16 , 76.77, 79.76 ଓ 77.03 ଟଙ୍କା ରହିଛି । ସେପେଟ ଡିଜେଲ ବି ଲିଟର ପ୍ରତି କ୍ରମଶଃ 30 ଓ 32 ପଇସା ହ୍ରାସ ପାଇ 67.31 , 69.67, 70.56 ଓ 71.11 ଟଙ୍କାରେ ପହଞ୍ଚିଛି ।

ଏହି ମାସରେ ପେଟ୍ରୋଲ ଓ ଡିଜେଲ ଦାମରେ ଏହା ସର୍ବାଧିକ ଦିନିକିଆ ହ୍ରାସ । ପ୍ରକାଶ ଯେ, ଦିଲ୍ଲୀରେ ଜାନୁଆରୀ 11 ପରଠୁ ଏବେ ସୁଦ୍ଧା 1ଟଙ୍କା 85 ପଇସା କମିଥିବା ବେଳେ ଡିଜେଲ 1.86 କମିଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.