ନୂଆଦିଲ୍ଲୀ: ଆଳୁ କିଲୋ 17ହଜାର । କ୍ଷୀର ଲିଟର 5ହଜାର । ଚିକେନ କିଲୋ 10 ହଜାର । ଥଣ୍ଡାପାନୀୟ 6ହଜାର ଟଙ୍କା । ଡର୍ଜନେ ଅଣ୍ଡାକୁ 6ହଜାର 500 । ତୈଳ ଦର ଲିଟର ପିଛା 70ପଇସା ସିନା ହେଲା ଆଖିପାଉନି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଦର । ଏପରିକି ଥରେ ରେଷ୍ଟୁରାଣ୍ଟରେ ଖାଇଲେ ଗଣିବାକୁ ପଡୁଛି 30ରୁ 40 ହଜାର ଟଙ୍କା । ଖବରଟି ବିଶ୍ବାସ ନ ଲାଗିଲେ ବି ସତ । ଏଭଳି ସ୍ଥିତି ବିଶ୍ବର ସର୍ବବୃହତ୍ତ ତୈଳ ଉତ୍ପାଦନକାରୀ ରାଷ୍ଟ୍ର ଭେନେଜୁଏଲ।
ମହଙ୍ଗା ଜାଲରେ ଅଣନିଶ୍ବାସୀ ଏଇ ଦେଶ । ବିଶ୍ବର ସର୍ବବୃହତ୍ତ ତୈଳ ଉତ୍ପାଦନକାରୀ ରାଷ୍ଟ୍ର ହୋଇ ବି ଆଜି ଖାଦ୍ୟ ପାଇଁ ଡହଳବିକଳ । କ୍ଷୀର ଓ ଆଳୁ ଭଳି ନିତ୍ୟବ୍ୟବହାର୍ଯ୍ୟ ଦର ଶୁଣିଲେ ଉଡିଯାଉଛି ହୋସ । ପ୍ରତି 19 ଦିନରେ ବଢୁଛି ମୁଦ୍ରାସ୍ପୀତି ହାର । ଏଥିରେ ଅତିଷ୍ଠ ହୋଇ ଦେଶ ଛାଡି ଯିବାକୁ ବାଧ୍ୟ ହେଉଛନ୍ତି ଭେନେଜୁଏଲାବାସୀ ।
ଟ୍ରମ୍ପ ସରକାରଙ୍କ ଲୋଲୁପ ଦୃଷ୍ଟିରେ ଧ୍ବଂସାଭିମୁଖୀ ଆଡକୁ ଢଳୁଛି ଭେନେଜୁଏଲା । ବଞ୍ଚିବା ପାଇଁ ଲୋକେ ଖାଦ୍ୟ ପାଉନାହାନ୍ତି । । ପାଖରେ ତେଲ ଖଣି ରହିଥିବା ବେଳେ ହାତରେ ଖାଦ୍ୟ ନାହିଁ । ଦୋକାନୀ ପାଖରେ ମଧ୍ୟ ଖାଦ୍ୟ ସାମଗ୍ରୀ ମହଜୁଦ ନାହିଁ । ପୁଳାପୁଳା ଟଙ୍କା ବଦଳରେ ମିଳୁଛି ମାତ୍ର ଗିଲାସେ କ୍ଷୀର । ଫଳରେ ଭୋକଉପାସରେ ହନ୍ତସନ୍ତ ହୋଇ ପଡୋଶୀ ଦେଶକୁ ଯିବାକୁ ବାଧ୍ୟ ହେଉଛନ୍ତି ଭେନେଜୁଏଲା ଜନତା ।
ପ୍ରକାଶ ଥାଉ ଯେ, ଭେନେଜୁଏଲାରୁ ତେଲ ନ କିଣିବାକୁ ଆମେରିକା ଭାରତ ସମେତ ବହୁ ରାଷ୍ଟ୍ରକୁ ରୋକଠୋକ ଚେତାବନୀ ଦେଇଛି । ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଗାଦିରୁ ହଟାଇବା ପାଇଁ ଆମେରିକା ଏପରି ରଣନୀତି କରୁଛି । ଫଳରେ ବ୍ୟାରେଲ ବ୍ୟାରେଲ ତେଲ ପାଖରେ ଥାଇ ବି ଆର୍ଥିକ ସଙ୍କଟରେ ଏଇ ଦେଇ ସଂଘର୍ଷ କରୁଛି ।
Conclusion: