ETV Bharat / business

ଧନତେରାସରେ ପଡିନି କୋରୋନା ପ୍ରଭାବ, ସମଗ୍ର ଦେଶରେ 20 ହଜାର କୋଟିର ସୁନା ବିକ୍ରି

author img

By

Published : Nov 13, 2020, 10:02 PM IST

କୋରୋନା କାଲରେ ସୁନା ଦୋକାନରେ ଭିଡ କମିନି । ବୋହିନେଲେ 20 ହଜାର କୋଟି ଟଙ୍କାର (40 ଟନ) ସୁନା । IBJA ରିପୋର୍ଟ ଅନୁସାରେ ଗତ ବର୍ଷ ତୁଳନାରେ 30 ପ୍ରତିଶତ ଅଧିକା ସୁନା ବିକ୍ରି ହୋଇଛି । ଅଧିକ ପଢନ୍ତୁ..

ଧନତେରସରେ ପଡିନି କୋରୋନା ପ୍ରଭାବ, ସମଗ୍ର ଦେଶରେ 20 ହଜାର କୋଟିର ସୁନା ବିକ୍ରି

ମୁମ୍ବାଇ: ଧନତେରାସରର ଶୁଭ ମୁହୂର୍ତ୍ତରେ ଏ ବର୍ଷ ସୁନା ବିକ୍ରି ଗତ ବର୍ଷ ତୁଳନାରେ 30 ପ୍ରତିଶତ ଅଧିକ ହୋଇଛି । ରିପୋର୍ଟ ଅନୁସାରେ ଲୋକମାନେ ପାଖାପାଖୀ 20,000 କୋଟି ଟଙ୍କାର ସୁନା ଏ ବର୍ଷ ଧନତେରାସରେ କିଣିଛନ୍ତି । ଇଣ୍ଡିଆ ବୁଲିୟନ ଆଣ୍ଡ ଜୁଏଲର୍ସ ଆସୋସିଏସନ (ଆଇବିଜେଏ) ଏନେଇ ତଥ୍ୟ ପ୍ରକାଶ କରିଛି ।

IBJA ରିପୋର୍ଟ ମୁତାବକ, ଦେଶରେ ଏ ବର୍ଷ ଧନତେରସରେ ସୁନାର ବିକ୍ରି ପ୍ରାୟ 40 ଟନ ହୋଇଛି । ଯାହାର ମୂଲ୍ୟ ପାଖାପାଖୀ 20,000 କୋଟି ଟଙ୍କା ରହିଥିବା ହିସାବ କରାଯାଇଛି ।

ଆଇବିଜେଏର ନ୍ୟାସନାଲ ସେକ୍ରେଟରୀ ସୁରେନ୍ଦ୍ର ମେହତା କହିଛନ୍ତି କି ଗତ ବର୍ଷ ପ୍ରାୟ 12000 କୋଟି ଟଙ୍କାର ସୁନା ବିକ୍ରି ହୋଇଥିଲା ବେଳେ ଏ ବର୍ଷ 20,000 କୋଟି ଟଙ୍କା ବିକ୍ରି ହୋଇଛି । ଗତ ବର୍ଷ 30 ଟନ ବିକ୍ରି ହୋଇଥିଲା ବେଳେ ଏଥର 40 ଟନ ସୁନା ବିକ୍ରି ହୋଇଛି । ଏ ନେଇ ମେହେତା କହିଛନ୍ତି କି ସୁନାର ବିକ୍ରିରେ ଗତ ବର୍ଷ ତୁଳନାରେ ପରିମାଣରେ 30ରୁ 35 ପ୍ରତିଶତ ବୃଦ୍ଧି ହୋଇଛି । ସେହିପରି ମୂଲ୍ୟରେ ପାଖାପାଖୀ 70 ପ୍ରତିଶତ ବଢିଥିବା ଦେଖିବାକୁ ମିଳିଛି ।

ତେବେ ଗତ 8 ମାସ ଧରି ଆଭୂଷଣ କ୍ରୟରେ ହ୍ରାସ ହୋଇଥିବାରୁ ଏ ବର୍ଷ ଧନତେରାସରେ ସୁନା ବିକ୍ରି ସର୍ବାଧିକ ହୋଇଛି । ଲକଡାଉନ ସମୟରେ କଟକଣା ଲାଗି ରହିଥିବାରୁ ଲୋକ ସୁନା ଗହଣା କିଣିପାରୁନଥିଲେ । କାରମ ବଜାର ବନ୍ଦ ଥିଲା । ଆଉ ବଜାର ଖୋଲିବା ପରେ ବିବାହ ସିଜନ ଆରମ୍ଭ ହେଲା । ଏପଟେ ଆଗକୁ ବି ବିବାହ ମୁହୂର୍ତ୍ତ ଥିବା ବେଳେ ଧନତେରାସରେ ସୁନା ଗହଣା କ୍ରୟ ଶୁଭ ଭାବି ଲୋକ ଏହାର ଅପେକ୍ଷାରେ ଥିଲେ ।

ଏଥିମଧ୍ୟରେ ସୁନା ଦାମ 10 ଗ୍ରାମ ପ୍ରତି 56,000 ହଜାର ଟଙ୍କା ସହ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିବା ବେଳେ ପୁଣି ଖସିଛି । କୋରୋନା ଯୋଗୁଁ ଆଗକୁ ଆହୁରୀ ବିକ୍ରି ସମ୍ଭାବନା ଅଛି । ସେହିପରି ଜୁଏଲର୍ସ ମଧ୍ୟ ଏଥର ଲୋଭନୀୟ ଅଫର ଦେଉଛନ୍ତି । ଯାହା ଦ୍ବାରା ସୁନା ଓ ରୂପା କ୍ରୟ ପାଇଁ ଲୋକଙ୍କ ଆଗ୍ରହ ବଢୁଛି ।

ଶୁକ୍ରବାର ଦେଶରେ 24 କ୍ୟାରେଟ ସୁନାର ହାରାହାରୀ ଦାମ 10 ଗ୍ରାମ ପ୍ରତି 50,849 ଟଙ୍କା (ବିନା ଜିଏସଟି) ରହିଛି । ସେହିପରି 22 କ୍ୟାରେଟ ସୁନାର ହାରାହାରୀ ଦାମ 50,645 ଟଙ୍କା ଓ ଶୁକ୍ରବାର ରୂପା କିଲୋ 62,700 ଟଙ୍କା ଅଛି । ଯାହା ପୂର୍ବ କାରବାର ଦିନରେ 62,797 ଟଙ୍କା ଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.