ନୂଆଦିଲ୍ଲୀ: ଡିଜିଟାଲ ଅର୍ଥ ସେବା କମ୍ପାନୀ ପେଟିଏମ ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଦୋକାନୀଙ୍କୁ 1000 କୋଟି ଟଙ୍କାର ଋଣ ବିତରଣ ନେଇ ଲକ୍ଷ୍ୟ ରଖିଛି । ସୋମବାର କମ୍ପାନୀ କହିଛି ଯେ, ଏହା ନିଜର ବିଜନେସ ଆପର ଉପଭୋକ୍ତାଙ୍କୁ ‘ଦୋକାନୀ ଋଣ କାର୍ଯ୍ୟକ୍ରମ’ ଅଧିନରେ ବିନା ଗ୍ୟାରେଣ୍ଟିରେ ଋଣ ଉପଲବ୍ଧ ଜାରି ରଖିବ ।
ପେଟିଏମ ଏକ ବିବୃତ୍ତିରେ କହିଛି ଯେ, ଆମର 1.7 କୋଟି ଦୋକାନୀଙ୍କ ତଥ୍ୟ ଆଧାରରେ କାରବାର ସେକ୍ଟରକୁ 1000 କୋଟି ଟଙ୍କା ଋଣ ପ୍ରଦାନ କରିବୁ । ଏହି ଋଣ ଜରିଆରେ ଦୋକାନ ମାଲିକ ନିଜ କାରବାରର ଡିଜିଟାଲାଇଜକରଣ କରି ପାରିବେ । ଏଥସହ ପରିଚାଳନାରେ ବିବିଧତା ଆଣିପାରିବେ । ଏହା ଦ୍ବାରା ସେମାନଙ୍କ ଦକ୍ଷତାରେ ସୁଧାର ଆସିବ । ଏଥିସହ ସେମାନଙ୍କୁ ଡିଜିଟାଲ ମିଶନରେ ସାମିଲ ହେବା ସହଯୋଗ ମିଳିବ ।
ଏହା ବାଦ କମ୍ପାନୀ ଆହୁରୀ ମଧ୍ୟ କହିଛି ଯେ, 1000 କୋଟି ଟଙ୍କା ଋଣ ମାର୍ଚ୍ଚ ସୁଦ୍ଧା ବିତରଣ କରାଯିବାକୁ ଅଛି । ପେଟିଏମ ଦୋକାନୀଙ୍କ ଦୈନିକ ନେଣଦେଣ ଆଧାରରେ ସେମାନଙ୍କ ଋଣ ଯୋଗ୍ୟତା ନିର୍ଦ୍ଧାରଣ କରିଥାଏ । ଏହା ପରେ ଅଣ ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ (ଏନବିଏଫସି) ତଥା ବ୍ୟାଙ୍କ ସହ ଭାଗୀଦାରୀରରେ ବିନା ଗ୍ୟାରେଣ୍ଟିଯୁକ୍ତ ଋଣ ଉପଲବ୍ଧ କରାଯାଉଛି ।
ବିବୃତ୍ତି କୁହାଯାଇଛି ଯେ, କମ୍ପାନୀ କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗର ବୃଦ୍ଧି ନିମ୍ନ ସୁଧ ହାରରେ 5 ଲକ୍ଷ ଟଙ୍କା ଯାଏଁ ବିନା ଗ୍ୟାରେଣ୍ଟିରେ ଋଣ ଆବଣ୍ଟନ କରାଯାଉଛି ।
ଏହି ଋଣର ଆଦାୟର ଦୋକାନୀଙ୍କ ପେଟିଏମ ସହ ପ୍ରତିଦିନ ପୈଠ ଆଧାରରେ କରାଯାଉଛି । ଏଥିସହ ଏହି ସମୟ ପୂର୍ବରୁ ପେମଣ୍ଟ ପାଇଁ କୌଣସି ଶୁଳ୍କ ନିଆଯାଉ ନାହିଁ ।