ETV Bharat / business

ଗୁଗଲ ପ୍ଲେ ଷ୍ଟୋରରୁ ହଟିଲା ପେଟିଏମ, କଣ ହେବ ଆପରେ ଜମା ଟଙ୍କା ? - ପେଟିଏମ ପ୍ରତିକ୍ରିୟା

ପେଟିଏମ ଆପକୁ ବ୍ୟବହୃତ କରୁଥିବା ୟୁଜର୍ସ ଏଥିରେ ଜମା ଥିବା ଟଙ୍କାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି । ଏପଟେ ଗୁଗଲ ପ୍ଲେ ଷ୍ଟୋରରୁ ଆପ ହଟିବା ପରେ ପ୍ରତିକ୍ରିୟା ରଖିଛି ପେଟିଏମ ଅଧିକ ପଢନ୍ତୁ..

ଗୁଗୁଲ ପ୍ଲେ ଷ୍ଟୋରରୁ ହଟିଲା ପେଟିଏମ,  କଣ ହେବ ଆପରେ ଜମା ଟଙ୍କା?

author img

By

Published : Sep 18, 2020, 6:28 PM IST

ନୂଆଦିଲ୍ଲୀ: ଭାରତରେ ପ୍ରାୟ ଅଧିକ ବ୍ୟବହୃତ ପେମେଣ୍ଟ ଆପ ପେଟିଏମ ପ୍ଲେ ଷ୍ଟୋରରୁ ଗୁଗଲ ହଟାଇବା ପରେ ୟୁଜର୍ସଙ୍କ ମଧ୍ୟରେ ପଡିଛି ଭାଳେଣି । ଏବେ ସୁଦ୍ଧା ପେଟିଏମ ଆପକୁ ବ୍ୟବହୃତ କରୁଥିବା ୟୁଜର୍ସ ଏଥିରେ ଜମା ଥିବା ଟଙ୍କାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି । ଏ ନେଇ ସେମାନେ ଟ୍ବିଟ କରି କମ୍ପାନୀକୁ ଜବାବ ମାଗୁଛନ୍ତି । ଏହାର ଜବାବ ଦେଇ ପେଟିଏମ ପକ୍ଷରୁ ଟ୍ବିଟ କରି ସ୍ପଷ୍ଟିକରଣ ଦିଆଯାଇଛି ।

ଗୁଗୁଲ ପ୍ଲେ ଷ୍ଟୋରରୁ ଆପ ହଟିବା ପରେ ପ୍ରତିକ୍ରିୟା ରଖିଲା ପେଟିଏମ

ଗୁଗଲର କାର୍ଯ୍ୟନୁଷ୍ଠାନ ପରେ ପେଟିଏମ ଟ୍ବିଟ କରି କହିଛି କି, ‘‘ପ୍ରିୟର ଗ୍ରାହକ, ପେଟିଏମ ଆଣ୍ଡ୍ରଏଡ ଆପ ବର୍ତ୍ତମାନ ଗୁଗଲ ପ୍ଲେ ଷ୍ଟୋରେ ନୂଆ କରି ଡାଉନଲୋଡ ଓ ଅପଡେଟ ପାଇଁ ଉପଲବ୍ଧ ନାହିଁ । ବହୁତ ଶୀଘ୍ର ଏହି ସମସ୍ୟା ଦୂର ହୋଇଯିବ । ତେବେ ଆପଣଙ୍କ ପୂରା ଟଙ୍କା ସୁରକ୍ଷିତ ଅଛି । ଯଦି ଆପଣଙ୍କ ପାଖରେ ପୂର୍ବରୁ ପେଟିଏମ ଆପ ଅଛି , ତେବେ ଆପଣ ସେବା ଆନନ୍ଦ ଉଠାଇପାରିବେ ।

ପ୍ରକାଶ ଯେ, ବାରମ୍ବାର ନିୟମ ଉଲଙ୍ଘନ କରିବା ପରେ ଗୁଗଲ ପେଟିଏମକୁ ପ୍ଲେ ଷ୍ଟୋରରୁ ହଟାଇ ଦେଇଛି । ତେବେ ପେଟିଏମ ଆପ ବ୍ୟତୀତ କମ୍ପାନୀର ଅନ୍ୟ ଆପ ପେଟିଏମ ଫର ବିଜନେସ, ପେଟିଏମ ମନି, ପେଟିଏମ ମଲ ଏବଂ ଅନ୍ୟ କିଛି ପ୍ଲେ ଷ୍ଟୋରରେ ଡାଉନଲୋଡ ପାଇଁ ଉପଲବ୍ଧ ଅଛି । ଏନେଇ ପେଟିଏମ ପକ୍ଷରୁ କୁହାଯାଇଛି କି ମାମଲାର ଯାଞ୍ଚ ଗମ୍ଭୀରତାର ସହ କରାଯିବ । ଏହା ପରେ ବିବୃତି ଜାରି କରାଯିବ ବୋଲି କମ୍ପାନୀ ଜଣାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.