ETV Bharat / business

ପ୍ରତିଦିନ 10 ଲକ୍ଷ କୋରୋନିଲ ପ୍ୟାକେଟର ଅର୍ଡର ଆସୁଛି: ବାବା ରାମଦେବ - Coronil

ଯୋଗ ଗୁରୁ ବାବା ରାମଦେବଙ୍କ ମୁତାବକ, ପତଞ୍ଜଳି ଆୟୁର୍ବେଦକୁ କୋଭିଡ-19 ପ୍ରତିରୋଧ କ୍ଷମତା ବଢାଉଥିବା କୋରୋନିଲ ପାଇଁ ପ୍ରତିଦିନ 10 ଲକ୍ଷ ପ୍ୟାକେଟର ଅର୍ଡର ଆସୁଛି । ଅଧିକ ପଢନ୍ତୁ..

ପ୍ରତିଦିନ 10 ଲକ୍ଷ କୋରୋନିଲ  ପ୍ୟାକେଜ ଡିମାଣ୍ଡ ରହିଛି : ବାବା ରାମଦେବ

author img

By

Published : Aug 6, 2020, 1:15 PM IST

ନୂଆଦିଲ୍ଲୀ: ବିବାଦ ଘେରରେ ରହିଥିବା ପତଞ୍ଜଳୀର କୋରୋନିଲ ଔଷଧକୁ ନେଇ ଯୋଗଗୁରୁ ବାବା ରାମଦେବଙ୍କ ବଡ ଦାବି । ଦୈନିକ ପ୍ରାୟ କୋରୋନିଲ କିଟ୍‌ର 10 ଲକ୍ଷ ପ୍ୟାକେଟ ଚାହିଦା ରହିଛି । ହେଲେ ଆମେ ଚାହିଦା ପୂରଣ କରିପାରୁନୁ ।

ରାମଦେବ କହିଛନ୍ତି କି, ହରିଦ୍ବାର ସ୍ଥିତ ଏହି କମ୍ପାନୀ ଚାହିଦା ପୂରଣ କରିବା ପାଇଁ ଜୁଝୁଛି । କାରଣ ଏହା ଏବେ ପ୍ରତିଦିନ ମାତ୍ର 1 ଲକ୍ଷ ପ୍ୟାକେଟର ଯୋଗାଣ କରିପାରୁଛି । ସେ ଦାବି କରିଛନ୍ତି କି, ‘‘ ଆମ ଆମ ପାଖରେ ଦୈନିକ କୋରୋନିଲର 10 ଲକ୍ଷ ପ୍ୟାକେଟ ଚାହିଦା ରହିଥିଲେ ସୁଦ୍ଧା 1 ଲକ୍ଷ ପୂରଣ କରିପାରୁଛୁ । ’’ ପତଞ୍ଜଳୀ ଆୟୁର୍ବେଦ ଏହାର ଦାମ ମାତ୍ର 500 ଟଙ୍କା ରଖିଛି ।

‘କୋରୋନା ଭାଇରସ ମହାମାରୀ ମଧ୍ୟରେ ଯଦି ଆମେ ଏହାର ଅଧିକ ଦାମ, ଏପରିକି 5000 ଟଙ୍କା ମଧ୍ୟ କରିବୁ, ତେବେ ବି ଆମେ ସହଜରେ 5,000 କୋଟି ଟଙ୍କା କମେଇପାରିବୁ । କିନ୍ତୁ ଆମେ ଏଭଳି କରୁନାହୁଁ ବୋଲି ରାମଦେବ ଯୁକ୍ତି ବାଢିଛନ୍ତି ।

କୋରୋନିଲ ଔଷଦକୁ ବିକ୍ରି ଉପରେ ଆୟୁଷ ମନ୍ତ୍ରାଳୟ ପ୍ରତିବନ୍ଧକ ଲଗାଇଥିଲା । ହେଲେ ପରେ କେନ୍ଦ୍ର କହିଛି କି, ପତଞ୍ଜଳୀ ଏହି ଉତ୍ପାଦକୁ କେବଳ ପ୍ରତିରୋଧକ କ୍ଷମତା ବୃଦ୍ଧି ବଢାଇବା ଉଦ୍ଦେଶ୍ୟରେ ବିକ୍ରି କରିପାରିବ । ତେବେ କୋଭିଡ-19 ରୋଗର ଚିକିତ୍ସା ଭାବେ ଏହାକୁ ବିକ୍ରି କରାଯିବ ନାହିଁ । ତେବେ ପତଞ୍ଜଳୀ ଗ୍ରୁପର ଆନୂମାନିର କାରବାର ପ୍ରାୟ 10,500 କୋଟି ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.