ETV Bharat / business

ଜୋମାଟୋ ଓ ସ୍ୱିଗିରେ ମିଳିବ OTDC ଦ୍ବାରା ପ୍ରସ୍ତୁତ ଖାଦ୍ୟ - online food delivery

ଏଣିକି ଜୋମାଟୋ ଓ ସ୍ବିଗିରେ ମିଳିବ ଓଡିଆ ପାରମ୍ପରିକ ସୁସ୍ବାଦୁ ଖାଦ୍ୟ । ଏଥିପାଇଁ ଓଟିଡିସି ପକ୍ଷରୁ ଏହି 2 ଅନଲାଇନ ଫୁଡ ଡେଲିଭରି କମ୍ପାନୀ ସହ ବୁଝାମଣା ପତ୍ର ସ୍ବାକ୍ଷର କରାଯାଇଛି । ଅଧିକ ପଢନ୍ତୁ...

OTDC signs MOU  with Zomato & Swiggy
ଜୋମାଟୋ ଓ ସ୍ୱିଗିରେ ମିଳିବ OTDC ଦ୍ବାରା ପ୍ରସ୍ତୁତ ଖାଦ୍ୟ
author img

By

Published : May 8, 2020, 10:08 PM IST

ଭୁବନେଶ୍ବର: କୋରୋନା କଟକଣା ମଧ୍ୟରେ ରାଜ୍ୟବାସୀଙ୍କୁ ଘରେ ଘରେ ସୁସ୍ବାଦୁ, ପାରମ୍ପରିକ ଓ ହାଇଜେନିକ ଖାଦ୍ୟ ଯୋଗାଇବ ଓଡିଶା ପର୍ଯ୍ୟଟନ ବିକାଶ ନିଗମ(ଓଟିଡିସି) । ଏଥିପାଇଁ ଓଟିଡିସି ଅନଲାଇନ ଖାଦ୍ୟ ଡେଲିଭରି କମ୍ପାନୀ ଜୋମାଟୋ ଓ ସ୍ବିଗି ସହ ବୁଝାମଣା ପତ୍ର ସ୍ବାକ୍ଷରିତ କରିଛି ।

କୋଭିଡ୍‌-୧୯ ପ୍ରଭାବ ଯୋଗୁଁ ରାଜ୍ୟବ୍ୟାପି ଲକଡାଉନ ଜାରି ରହିଛି । ସମସ୍ତେ ଘରେ ରହି କୋରୋନାର ଦୃଢ଼ ମୁକାବିଲା କରୁଛନ୍ତି । ଏପଟେ ହୋଟେଲ, ମଲ ପ୍ରଭୃତି ବନ୍ଦ ଯୋଗୁଁ ଖାଦ୍ୟପେୟ ପାଇଁ ଲୋକେ ହଇରାଣ ହେଉଛନ୍ତି । ବିଶେଷ ଭାବେ ଏକାକୀ ରହୁଥିବା ବ୍ୟକ୍ତି ତଥା କର୍ମଜୀବୀମାନେ ଏଥିରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦୃଷ୍ଟିକୁ ଆସୁଛି । ଏପରି ଏକ ଘଡ଼ିସନ୍ଧିସମୟରେ ଘରେ ଘରେ ସୁସ୍ୱାଦୁ ଖାଦ୍ୟ ପହଞ୍ଚାଇବା ପାଇଁ ଓଟିଡ଼ିସି ଏଭଳି ନୂତନ ପ୍ରୟାସ ଆରମ୍ଭ କରିଛି- ‘ପସନ୍ଦ ଆପଣଙ୍କର, ରୋଷେଇ ଆମର’ ।

ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ପରାମର୍ଶ କ୍ରମେ ଜୋମାଟୋ ଓ ସ୍ୱିଗି ସହ ଓଟିଡିସିର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଓ ପରିଚାଳନା ନିର୍ଦ୍ଦେଶକ ହେମକା ସାଏଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ।

ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର, କଟକ, ପୁରୀ ଓ ରାଉରକେଲା ଭଳି 4ଟି ସହରର ଏହି ଡୋର୍‌ ଟୁ ଡୋର ଅର୍ଡର ଅନୁଯାୟୀ ଖାଦ୍ୟ ଯୋଗାଇଦିଆଯିବ । ଏହି ଖାଦ୍ୟ ମେନ୍ୟୁରେ ପାରମ୍ପରକ ଓଡ଼ିଆ ଗଣପର୍ବ ‘ରଜ’ର ପୋଡ଼ପିଠା ଓ ଅନ୍ୟାନ୍ୟ ସବୁ ପ୍ରକାର ପିଠା ମଧ୍ୟ ଅନଲାଇନ ଦିଆଯିବ ।

ଶୁକ୍ରବାର ବିଭାଗୀୟ ମନ୍ତ୍ରୀ, ନିଗମର ଅଧ୍ୟକ୍ଷା, ପରିଚାଳନା ନିର୍ଦ୍ଦେଶ, ପର୍ଯ୍ୟଟନ ବିଭାଗ ଏବଂ ଓଟିଡିସିର ବରିଷ୍ଠ ଅଧିକାରୀ ଏବଂ ‘ଜୋମାଟୋ’ ଓ ‘ସ୍ୱିଗୀ’ର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଅନୌପଚାରିକ ଭାବେ ଏହାର ଶୁଭାରମ୍ଭ ହୋଇଛି । ଆଗାମୀ ଦିନରେ ଅନ୍ୟ ରାଜ୍ୟଗୁଡିକରେ ଏପରି ସେବା ଯୋଗାଇ ଦେବା ପାଇଁ ଆଉ କିଛି ପ୍ରମୁଖ ଅନ୍‌ଲାଇନ୍‌ ଖାଦ୍ୟ ବଣ୍ଟନ ସଂସ୍ଥା ସହିତ ବୁଝାମଣା ପତ୍ର ସ୍ୱାକ୍ଷର କରାଯିବ ବୋଲି ଶ୍ରୀମୟୀ ମିଶ୍ର କହିଛନ୍ତି । ପାରମ୍ପରିକ ଓଡ଼ିଆ ଖାଦ୍ୟ ସହ ଆମିଷ ଓ ନିରାମିଷ ଖାଦ୍ୟକୁ ହାଇଜେନିକ ଭାବରେ ଅନଲାଇନରେ ସହରବାସୀଙ୍କୁ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.