ETV Bharat / business

ଅଗଷ୍ଟ ସୁଦ୍ଧା ଏକ ରାଷ୍ଟ୍ର ଏକ ରାସନକାର୍ଡ ଲାଗୁ, ମିଳିବ ଏ ସବୁ ଫାଇଦା

author img

By

Published : May 14, 2020, 10:15 PM IST

ଆର୍ଥିକ ପ୍ୟାକେଜ-2 ଘୋଷଣା ବେଳେ ପ୍ରବାସୀ ଶ୍ରମିକଙ୍କୁ ରିଲିଫ ଦେଇଛନ୍ତି ଅର୍ଥମନ୍ତ୍ରୀ । ବିଭିନ୍ନ ଯୋଜନା ମଧ୍ୟରେ ଏକ ରାଷ୍ଚ୍ର ଏକ ରାସନ କାର୍ଡ ଯୋଜନା ଲାଗୁ ନେଇ କରିଛନ୍ତି ଘୋଷଣା । ଅଧିକ ପଢନ୍ତୁ...

One Nation One Ration Card
ଅଗଷ୍ଟ ସୁଦ୍ଧା ଏକ ରାଷ୍ଟ୍ର ଏକ ରାସନକାର୍ଡ ଲାଗୁ, ମିଳିବ ଏ ସବୁ ଫାଇଦା

ନୂଆଦିଲ୍ଲୀ: ଆଜିର ସ୍ଥିତିରେ ସବୁଠୁ ଅଧିକ ସଙ୍କଟରେ ପ୍ରବାସୀ ଶ୍ରମିକ ଅଛନ୍ତି । ତେବେ ଏକ ରାଷ୍ଟ୍ର ଏକ ରାସନକାର୍ଡ ଜରିଆରେ ଶ୍ରମିକମାନେ ଦେଶର ଯେକୌଣସି ରାସନ ଡିପୋରୁ ରାସନ ନେଇପାରିବେ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ।

ଏଥିପାଇଁ ଏକ ରାଷ୍ଟ୍ର ଏକ ରାସନ କାର୍ଡ ଯୋଜନା ଉପରେ କାମ ଚାଲିଛି । ପ୍ରତି ରାଜ୍ୟରେ ଏହା ଲାଗୁ ହେବ । ପ୍ରବାସୀ କୌଣସି ମଧ୍ୟ ରାଜ୍ୟର ରାସନ ଡିପୋରୁ ଏହି କାର୍ଡ ଦେଖାଇ ରାସନ ନେଇପାରିବେ । 2020 ଅଗଷ୍ଟ ସୁଦ୍ଧା ଏହି ବ୍ୟବସ୍ଥା ପୂରା ଦେଶରେ ଲାଗୁ ହେବ ।

ଏହା ଦ୍ବାରା 23 ରାଜ୍ୟର 67 କୋଟି ଲୋକ ଉପକୃତ ହେବେ । ଏହା ପିଡିଏସ ଅଧିନରେ ଆସୁଥିବା ଲୋକଙ୍କ 83 ପ୍ରତିଶତ । ତେବେ ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ରାସନକାର୍ଡ ପୋର୍ଟେବିଲିଟି କାମ ପୂରା ହେବ । ଅର୍ଥାତ ପିଡିଏସର ଫାଇଦା ନେଉଥିବା 100 ପ୍ରତିଶତ ଲୋକ ଏକ ରାଷ୍ଟ୍ର ଏକ ରାସନ କାର୍ଡ ଅଧିନରେ ଆସିବେ ।

ବର୍ତ୍ତମାନ ସମୟରେ କାମ କରିବା ପାଇଁ ରାଜ୍ୟ ବାହାରକୁ ଯାଉଥିବା ପ୍ରବାସୀ ଶ୍ରମିକଙ୍କୁ ଏହାର ଫାଇଦା ମିଳୁନଥିଲା । ହେଲ ଏହା ଲାଗୁ ହେବା ପରେ ରାସନ କାର୍ଡ ବ୍ୟବହାର ସମଗ୍ର ଦେଶରେ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.