ETV Bharat / business

ଲକଡାଉନ 3.0: ଗ୍ରୀନ ଓ ଅରେଞ୍ଜ ଜୋନରେ ଚାଲିବ ଓଲା ଏବଂ ଉବେର

ସରକାର ଅରେଞ୍ଜ ଓ ଗ୍ରୀନ ଜୋନରେ କିଛିଟା କଟକଣାକୁ କୋହଳ କରିଛନ୍ତି । ଏଠାରେ ସୀମିତ ଯାତ୍ରୀଙ୍କ ସହ କ୍ୟାବ ଚାଳନା ପାଇଁ ଅନୁମତି ମଧ୍ୟ ସାମିଲ ରହିଛି । ଅଧିକ ପଢନ୍ତୁ..

ola uber
ଲକଡାଉନ 3.1: ଗ୍ରୀନ ଓ ଅରେଞ୍ଜ ଜୋନରେ ଚାଲିବ ଓଲା ଏବଂ ଉବେର
author img

By

Published : May 4, 2020, 8:31 PM IST

ନୂଆଦିଲ୍ଲୀ: ଏବେ ଗ୍ରୀନ ଓ ଅରେଞ୍ଜ ଜୋନରେ ଟ୍ୟାକ୍ସି ସେବା ଆରମ୍ଭ କରିପାରିବେ ଓଲା ଏବଂ ଉବେର । ଲକଡାଉନ ଅବଧି ଆଜିଠୁ ବଢିବା ସହ ଲୋକଙ୍କ ଆବଶ୍ୟକତାକୁ ନଜରରେ ରଖି ଓଲା ଓ ଉବେର ପରିଚାଳନା ଚାଲୁ ରଖିବାକୁ ସରକାର ଅନୁମତି ଦେଇଛନ୍ତି ।

ତେବେ ଯାତ୍ରା ସମୟରେ ଉଭୟ ଯାତ୍ରୀ ଓ ଡ୍ରାଇଭର ସୁରକ୍ଷାକୁ ଧ୍ୟାନରେ ରଖି କମ୍ପାନୀମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି । ଏଥିସହ ଅନ୍ୟ କିଛି ସୁରକ୍ଷା ଉପଯୋଗୀ ନିୟମ ମାନିବାକୁ ମଧ୍ୟ ସର୍ତ୍ତ ରଖାଯାଇଛି ।

ସ୍ଥିତିକୁ ନଜରରେ ରଖି କେନ୍ଦ୍ର ସରକାର ଶୁକ୍ରବାର ଲକଡାଉନ ଅବଧିକୁ 2 ସପ୍ତାହ ଅର୍ଥାତ ମେ 17 ଯାଏଁ ବୃଦ୍ଧି କରିଛନ୍ତି । ଏଥିସହ ସ୍ଥିତିର ମୁକାବିଲା ପାଇଁ ବିଭିନ୍ନ କ୍ଷେତ୍ରରୁ ରଙ୍ଗ ଆଧାରରେ ଶ୍ରେଣୀଭୁକ୍ତ କରିଛନ୍ତି ।

କୋରୋନା ଭାଇରସ ସଂକ୍ରମଣରେ ସର୍ବାଧିକ ପ୍ରଭାବିତ ଅଞ୍ଚଳକୁ ରେଡ ଜୋନ , ଆଂଶିକ ପ୍ରଭାବିତକୁ ଅରେଞ୍ଜ ଓ ଏଥିରୁ ବଞ୍ଚିଥିବା କ୍ଷେତ୍ରକୁ ଗ୍ରୀନ ଜୋନ ଭାବେ ବଣ୍ଟାଯାଇଛି । ତେବେ ସରକାର ଅରେଞ୍ଜ ଓ ଗ୍ରୀନ ଜୋନରେ କଟକଣାକୁ କିଛିମାତ୍ରାରେ କୋହଳ କରିଛନ୍ତି । ଏଠାରେ ସୀମିତ ଯାତ୍ରୀଙ୍କ ସହ କ୍ୟାବ ପରିଚାଳନା ପାଇଁ ଅନୁମତି ମଧ୍ୟ ସାମିଲ ରହିଛି । ପ୍ରକାଶ ଯେ, ମାର୍ଚ୍ଚ 25ରେ ଦେଶବ୍ୟାପି ଲକଡାଉନ ଘୋଷଣା ପରଠୁ ଏହି 2 ଟ୍ୟାକ୍ସି କମ୍ପାନୀ ସେମାନଙ୍କ ସେବା ବନ୍ଦ ରଖିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.