ETV Bharat / business

ଏଟିଏମ ଠକେଇରୁ ବଞ୍ଚାଇବ ଏହି ସବୁ ବ୍ୟବସ୍ଥା - ATM withdrawals

ଏଟିଏମ ଠକେଇ ଓ ଜାଲିଆତି ଡରରୁ ବଞ୍ଚିବାକୁ ନୂଆ ବ୍ୟବସ୍ଥା । ଏଣିକି ଏଟିଏମକୁ ଆପଣ ସ୍ବିଚ ଅଫ କରିପାରିବେ ।

ପ୍ରତିକାତ୍ମକ ଫଟୋ
author img

By

Published : Aug 28, 2019, 1:52 PM IST

ନୂଆଦିଲ୍ଲୀ: ଏଟିଏମ ଠକେଇରେ ଫସୁଛନ୍ତି କି ? ଏବେ ଆଉ ଟେନସନ ନାହିଁ । ଏଣିକି ଆପଣ ନିଜ ଇଚ୍ଛାନୁସାରେ ଆପଣଙ୍କ ଏଟିଏମ କାର୍ଡ ସ୍ବିଚ ଅଫ କରିପାରିବେ । ଯାହା ଫଳରେ ଆପଣଙ୍କ ଅଜାଣତରେ କେହି ବି ଟଙ୍କା ଉଠେଇ ନେଇପାରିବେ ନାହିଁ ।

ଆଜିକା ଡିଜିଟାଲ ଯୁଗରେ ଉନ୍ନତ କୌଶଳର ପ୍ରୟୋଗ , ଯେତିକି ଲାଭପ୍ରଦ ସେତିକି ଚିନ୍ତା ମଧ୍ୟ ବଢାଇଛି । ଏଟିଏମ କାର୍ଡକୁ କ୍ଲୋନିଂ କରି ଦୁର୍ବୃତ୍ତ ଲକ୍ଷ ଲକ୍ଷ ଟଙ୍କା ନେଇଯାଉଛନ୍ତି । ଏଭଳି ସ୍ଥିତିରେ ସତର୍କ ନ ରହିଲେ ଆପଣଙ୍କୁ ବହୁ କ୍ଷତି ସହିବାକୁ ପଡିବ । ଏଣି ଗ୍ରାହକଙ୍କ ଟେନସନକୁ ଦୂର କରିବା ପାଇଁ ଏସବିଆଇ, ଆଇସିଆଇସିଆଇ ଓ ଏକ୍ସିସ ଭଳି ବହୁ ବ୍ୟାଙ୍କ ଆଣୁଛନ୍ତି ଏଟିଏମ କାର୍ଡ ଅଫ ସୁବିଧା । ଏହା ଦ୍ବାରା , ଯେଉଁ ସମୟରେ ଆପଣ କାର୍ଡକୁ ବ୍ୟବହାର କରୁନଥିବେ, ସେତେବଳେ କାର୍ଡଟିକୁ ଲକ ଅର୍ଥାତ ଏହାର ସ୍ବିଚକୁ ଅଫ କରି ରଖିପାରିବେ ।

ସେପଟେ ମଙ୍ଗଳବାର ଦିଲ୍ଲୀରେ ବସିଥିବା ଷ୍ଟେଟ ଲେବଲ ବ୍ୟାଙ୍କର୍ସ କମିଟି(SLBC)ରେ ଏ ନେଇ ନିଷ୍ପତ୍ତି ନିଆଯାଇଛି । ତେବେ 2 ଏଟିଏମ ଟ୍ରାଞ୍ଜାକ୍ସନ ମଧ୍ୟରେ 6ରୁ 10 ଘଣ୍ଟା ପର୍ଯ୍ୟନ୍ତ ବ୍ୟବଧାନ ରଖିବାକୁ କମିଟି ପରାମର୍ଶ ଦେଇଛି । ଯଦି ଏହି ପ୍ରସ୍ତାବକୁ ସବୁ ବ୍ୟାଙ୍କ ମାନିଯାଆନ୍ତି ତେବେ ଆପଣ ନିର୍ଦ୍ଧାରିତ ସମୟ ପୂର୍ବରୁ ନିଜ ଆକାଉଣ୍ଟରୁ ଟଙ୍କା ଉଠାଇ ପାରିବେ ନାହିଁ । ଦିଲ୍ଲୀ SLBCର ସଞ୍ଜୋଜକ ଓ ଓରିଏଣ୍ଟଲ ବ୍ୟାଙ୍କ ଅଫ କମର୍ସର ଏମଡି ମୁକେଶ କୁମାର ଜୈନ କହିଛନ୍ତି ଯେ, ଏଟିଏମରୁ ହୋଉଥିବା ସର୍ବାଧିକ ଠକେଇ ବିଳମ୍ବିତ ରାତିରୁ ଭୋର ଭିତରେ ହୋଇଥାଏ । ଏପରି ସ୍ଥିତିରେ ଏହି ନୂଆ ନିୟମ ବ୍ୟାଙ୍କ ଠକେଇରୁ ମୁକ୍ତି ପାଇଁ ସାହାଯ୍ୟ କରିବ ।

Intro:Body:

hgfh

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.