ETV Bharat / business

ମୋଦି,ମାଲ୍ୟାଙ୍କ ପରି 36 ବ୍ୟବସାୟୀ ବି ଛାଡିଛନ୍ତି ଦେଶ - country

କେବଳ ବିଜୟ ମାଲ୍ୟା କି ନୀରବ ମୋଦି ନୁହେଁ କୋଟି କୋଟି ଟଙ୍କା ନେଇ ଫେରାର ହୋଇଯାଇଛନ୍ତି 36 ଜଣ ବ୍ୟବସାୟୀ। ବହୁ ଆର୍ଥିକ ସଂସ୍ଥାରୁ ଋଣ କରି ତାହାକୁ ପରିଶୋଧ ନ କରି ଦେଶ ଛାଡି ଏହି ବ୍ୟବସାୟୀମାନେ ପଳାଇଛନ୍ତି।

ଫାଇଲ ଫଟୋ
author img

By

Published : Apr 16, 2019, 3:16 PM IST

ନୂଆଦିଲ୍ଲୀ: କେବଳ ବିଜୟ ମାଲ୍ୟା କି ନୀରବ ମୋଦି ନୁହେଁ କୋଟି କୋଟି ଟଙ୍କା ନେଇ ଫେରାର ହୋଇଯାଇଛନ୍ତି 36 ଜଣ ବ୍ୟବସାୟୀ। ବହୁ ଆର୍ଥିକ ସଂସ୍ଥାରୁ ଋଣ କରି ତାହାକୁ ପରିଶୋଧ ନ କରି ଦେଶ ଛାଡି ଏହି ବ୍ୟବସାୟୀମାନେ ପଳାଇଛନ୍ତି। ଅଗଷ୍ଟା ୱେଷ୍ଟଲାଣ୍ଡ ଭିଭିଆଇପି ହେଲିକପ୍ଟର ମାମାଲରେ ଗିରଫ ସୁଶେନ ମୋହନ ଗୁପ୍ତାଙ୍କ ଜାମିନ ଆବେଦନ ଶୁଣାଣୀ ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଏ ନେଇ କୁହାଯାଇଛି।

ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଥିବା ସୁଶେନ ଜାମିନ ପାଇଁ ଆବେଦନ କରିଥିଲେ। ହେଲେ ଏହାକୁ ବିରୋଧ କରି ଇଡି ପଳାତକ ଠକଙ୍କ ବିଷୟରେ ଖୁଲାସା କରିଛନ୍ତି। ଇଡିଙ୍କ କହିବା ଅନୁଯାୟୀ, ଫେରାର 36 ବ୍ୟବସାୟୀଙ୍କ ଭଳି ସୁଶେନଙ୍କ ମଧ୍ୟ ଦେଶ ଛାଡି ଯିବାର ଅଧିକ ସମ୍ଭାବନା ରହିଛି । ଏଣୁ କୋର୍ଟକୁ ସେ ଏ ନେଇ ସୂଚନା ଦେଇ ଜାମିନକୁ ଖାରଜ କରିବାକୁ କହିଛନ୍ତି।

ସୁଶେନଙ୍କ ଓକିଲ ସଫେଇ ଦେଇ କୋର୍ଟରେ କହିଥିଲେ ଯେ, ତାଙ୍କ କ୍ଲାଇଣ୍ଟ ସାମାଜିକ କାର୍ଯ୍ୟରେ ଜଡିତ ରହିଛନ୍ତି । ଏଣୁ ସେ ଦେଶ ଛାଡି ଯିବେ ନାହିଁ । ଏହାର ପ୍ରତିଉତ୍ତରରେ ବିପକ୍ଷ ଓଡିଲ ନିଜ ଜବାବ ରଖି ମାଲ୍ୟା, ଲଲିତ ମୋଦି, ମେହୁଲ ଚୋକସୀ, ନୀରବ ମୋଦି ଓ ସନ୍ଦେଶରା ବନ୍ଧୁଙ୍କ ଉଦାହରଣ ଦେଇ କହିଥିଲେ କି ଏମାନେ ମଧ୍ୟ ସମସ୍ତେ ସମାଜ ସହ ଓ ବିଭିନ୍ନ କାର୍ଯ୍ୟରେ ଲିପ୍ତ ରହି ମଧ୍ୟ ଦେଶ ଛାଡିଛନ୍ତି। ତେବେ ଏହି ସବ ମୋଷ୍ଟ ୱାଣ୍ଟେଡ ଠକଙ୍କ ବ୍ୟାତୀତ 36 କାରବାରୀ ଦେଶରୁ ଫେରାର ହୋଇଛନ୍ତି । ଏମାନଙ୍କ ପଛରେ ଋଣ ଜାଲିଆତି ମାମଲାର ଲମ୍ବା ଲିଷ୍ଟ ରହିଛି।

Intro:Body:

gf

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.